ପୋଲିସ ଉପରକୁ ଗୁଳିମାଡ଼

ଦେବଗଡ଼,୧୩।୧୦(ଡି.ଏନ.ଏ): ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ଦେବଗଡ଼ ଜିଲା ରିଆମାଳ ପୋଲିସ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କୌଣସି ପୋଲିସ କର୍ମଚାରୀଙ୍କ କ୍ଷତି ହୋଇନାହିଁ। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନାଞ୍ଚଳର ବିକାଶ ରାଜହଂସ(୨୩), ପୌଲସ୍ତି ଜଗଦଲା(୨୧) ଏବଂ ସମ୍ବଲପୁର ଜିଲା ଜମନକିରା ଥାନାଞ୍ଚଳର ରୂପେଶ ପ୍ରସାଦ(୩୧)। ସେମାନଙ୍କଠାରୁ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ବାଇକ୍‌, କାର୍‌, ମାଉଜର ଓ ୭ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଏ ନେଇ ମଙ୍ଗଳବାର ଦେବଗଡ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।
ଏସ୍‌ପି ପାଇକରାୟ କହିଥିଲେ ଯେ, ବିକାଶ ଓ ପୌଲସ୍ତି ସମ୍ବଲପୁରରୁ ଏକ ବାଇକ୍‌ (ନଂ.ଓଡି୩୧ଏଚ୍‌/୦୧୮୬) ଯୋଗେ ବିପୁଳ ପରିମାଣର ଗଞ୍ଜେଇ ନେଇ ସୁନ୍ଦରଗଡ ଜିଲାକୁ ଯାଉଥିଲେ। ସେମାନଙ୍କ ପଛେ ପଛେ ଏକ କାର୍‌ (ନଂ.ଓଡି୧୫କ୍ୱୁ/୮୭୭୯) ସୁରକ୍ଷା ଦେଉଥିଲା। ଏ ନେଇ କୌଣସି ସୂତ୍ରରୁ ସୂଚନା ପାଇ ରିଆମାଳ ଥାନା ପୋଲିସ ସେମାନଙ୍କୁ ପିଛା କରି ରିଆମାଳ ଡଙ୍ଗାଘାଟଠାରେ ଅଟକାଇଥିଲା। ଯାଞ୍ଚ ସମୟରେ ଯୁବକ ଦ୍ୱୟଙ୍କ ନିକଟରୁ ପ୍ରାୟ ୧.୨୫ କୁଇଣ୍ଟାଲ ଗଞ୍ଜେଇ ବାହାରିଥିଲା। ଏହି ସମୟରେ ପଛରେ କାର୍‌ରେ ଆସୁଥିବା ରୂପେଶ ଚଟିବରଘାଟ ଆଡକୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସ ସ୍କ୍ବାଡ୍‌ ଗୋହିରା ଡ୍ୟାମ-ବରଘାଟ ରାସ୍ତାର ଦେଓଝରଣ ଜଳପ୍ରପାତ ନିକଟରେ ଉକ୍ତ କାର୍‌କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ରୂପେଶ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଭୟଭୀତ କରିବା ସହ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଲକ୍ଷ୍ୟଚ୍ୟୁତ ଘଟିବାରୁ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତିଯିବା ସହ ଉକ୍ତ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ ବୋଲି ଏସ୍‌ପି ପାଇକରାୟ ସୂଚନା ଦେଇଛନ୍ତି। ଦେବଗଡ ଥାନାରେ ରୂପେଶଙ୍କ ବିରୋଧରେ ଏକ ମାମଲା ଏବଂ ବିକାଶ ଓ ପୌଲସ୍ତିଙ୍କ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଏସ୍‌ପି ପାଇକରାୟ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରପାଲିରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼ ଅଫିସ୍‌,୩୦।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋ ବୈଜ୍ଞାନିକ ଭାବେ ମନୋନୀତ ହୋଇଛନ୍ତି। ସେ ଆସନ୍ତା...

ବିବାହବନ୍ଧନରେ ବାନ୍ଧି ହେବେ ଅର୍ଚ୍ଚିତା-ସବ୍ୟସାଚୀ

ଭୁବନେଶ୍ୱର,୨୮।୨: ସୋମବାର ଓଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ଅଭିନେତ୍ରୀ ଅର୍ଚ୍ଚିତା ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିବେ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ...

ମାଲଗୋଦାମରେ ଜିଲା ଯୋଗାଣ ବିଭାଗର ଚଢ଼ାଉ: ପିଆଜ ୭୦, ଆଳୁ ୨୦ଟଙ୍କାରେ ବିକ୍ରି ପାଇଁ ତାଗିଦ

କଟକ ଅଫିସ,୨୮ା୧୨: କଟକ ଜିଲା ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଜିଲା ଯୋଗାଣ ବିଭାଗ ଅଧିକାରୀ ଅମର...

ଜାନୁୟାରୀ ୫ରେ କାଦମ୍ବିନୀ ସାହିତ୍ୟ ଉତ୍ସବ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଆସନ୍ତା ୫ ଜାନୁୟାରୀରେ କିଟ୍‌ କନଭେନସନ ସେଣ୍ଟରଠାରେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆୟୋଜନ ହେଉଛି କାଦମ୍ବିନୀ ସାହିତ୍ୟ ଉତ୍ସବ, କାଦମ୍ବିନୀ...

ରୋଗୀ, ଗର୍ଭବତୀଙ୍କୁ ହମ୍ପ୍‌ସ ଡର

କୁନ୍ଦୁରା,୯।୬(ଡି.ଏନ୍‌.ଏ.):ଦିନରେ ହେଉ କି ରାତିରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯାଉଥିବା ଜରୁରୀ ରୋଗୀଟି କିମ୍ବା ଗର୍ଭବତୀ ମହିଳା ଜଣଙ୍କ ପାଇଁ କାଳ ସାଜିଛି ହମ୍ପସ।...

ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ...

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ, ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନା ମୁକାବିଲା...

ଜାତୀୟ ରାଜପଥରେ ଜଳିଗଲା ବିସ୍କୁଟ୍‌ ବୋଝେଇ କଣ୍ଟେନର୍‌

ଭଦ୍ରକ ଅଫିସ, ୧୬ା୮- ଭଦ୍ରକ ଜାତୀୟ ରାଜପଥ ସାହାପୁର ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବିସ୍କୁଟ ବୋଝେଇ କଣ୍ଟେନର ଜଳିଯାଇଛି। ସୂଚନା ମୁତାବକ, କଣ୍ଟେନର୍‌...

Advertisement


Archives

Model This Week