ଭୋଜି ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ

ଆର.ଉଦୟଗିରି,୮।୫(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକ ବାହାଘର ଭୋଜି ଚାଲିଥିଲା। ଖବରପାଇ ଆର୍‌. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ବନ୍ଦ କରିବାକୁ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ତହସିଲଦାରଙ୍କ ଗାଡ଼ି ଡ୍ରାଇଭର ଓ ସାଙ୍ଗରେ ଯାଇଥିବା ସ୍ଥାନୀୟ ପୋଲିସ ମଧ୍ୟ ଆକ୍ରମଣର ଶୀକାର ହୋଇଛନ୍ତି। ସମସ୍ତ ଆହତ ଆର.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ତହସିଲଦାର ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଗିରଫ ଭୟରେ ଖ୍ରୀଷ୍ଟିଆନ ସାହିର ଯୁବକମାନେ ଫେରାର୍‌ ହୋଇଯାଇଛନ୍ତି। ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ବାହାଘର ଭୋଜି ସହ କରୋନା ନିୟମକୁ ଉଲ୍ଲଂଘନ କରି ବରଯାତ୍ରୀ ଦଳ ମାସ୍କ ନ ପିନ୍ଧି ବାଣ ଫୁଟାଇ ନାଚ ଗୀତ କରୁଥିଲେ। ଗ୍ରାମର କୌଣସି ବ୍ୟକ୍ତି ଫୋନ କରି ତହସିଲଦାର ଶତପଥୀଙ୍କୁ ଜଣାଇଥିଲେ। ତହସିଲଦାର ସ୍ଥାନୀୟ ପୋଲିସ ସହ ସେଠାରେ ପହଞ୍ଚତ୍ କାହିଁକି କୋଭିଡ୍‌ ନିୟମ ଉଲ୍ଲଂଘନ କରୁଛ ପଚାରିଥିଲେ। ଏଥିରେ ବରଯାତ୍ରୀ ଦଳରେ ଥିବା ଯୁବକମାନେ ଉତ୍ତ୍ୟକ୍ତ ହୋଇ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଆର୍‌. ଉଦୟଗିରି ଏସ୍‌ଡିପିଓ ଦିଲୀପ କୁମାର ନାୟକଙ୍କୁ ପଚାରିବାରେ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ଥୁଆମୂଳ ରାମପୁରରେ ୭୭ତମ ବନ ମହୋତ୍ସବ ସପ୍ତାହ, ବିଚାରପତି…

ଥୁଆମୂଳ ରାମପୁର,୮।୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଏବଂ ତାଲୁକ ଆଇନ ସେବା ସମିତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri