ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା ସହିତ ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଇଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି ା ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ା ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ା

ସୂଚନା ଅନୁଯାୟୀ, କୁଆଖିଆ ଥାନା ଅଧୀନ ଆମ୍ପର ଗ୍ରାମର ନରେନ୍ଦ୍ର ରଣା (୪୯) ଗତ ସପ୍ତାହରେ କୁଆଖିଆ ମେଳଣ ବୁଲୁଥିବା ସମୟରେ ତାଙ୍କ ବାଇକ୍‌ ଚୋରି ହୋଇଥିଲା । ଏନେଇ ସେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଚୋରି ବାଇକ୍‌ କୋରେଇ ଥାନା ଅଧୀନ କନ୍ତୋର ପଞ୍ଚାୟତ ପୂର୍ବକୋଟ ହାଟ ପଡ଼ିଆରେ ଥିବା କୌଣସି ସୂତ୍ରରୁ ଖବର ପାଇ ଗାଡ଼ି ମାଲିକ ନରେନ୍ଦ୍ର ସେଠାରେ ପହଞ୍ଚିଥିଲେ । ହାଟ ପଡ଼ିଆରେ ତାଙ୍କ ବାଇକ୍‌ ଥିବା ଦେଖି ସେ କୋରେଇ ପୋଲିସକୁ ଖବର ଦେଇଥିଲେ ।

ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରିବା ସହିତ ସେଠାରେ ଉପସ୍ଥିତ ଥିବା ତେଲେଙ୍ଗା ବସ୍ତିର ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା ପାଇଁ ଥାନାକୁ ନେବାକୁ ଗାଡ଼ିରେ ବସାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତେଲେଙ୍ଗା ବସ୍ତିର ଶତାଧିକ ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ଥାନାଧିକାରୀ ଏବଂ ପୋଲିସ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରି ୨ ସନ୍ଦିଗ୍ଧଙ୍କୁ ଛଡାଇ ନେଇଥିଲେ ।

ଏନେଇ ଥାନାଧିକାରୀ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚି ତେଲେଙ୍ଗା ବସ୍ତି ଉପରେ ଚଢ଼ାଉ କରିଥିଲେ । କନ୍ତୋର ସରପଞ୍ଚ ସାରଙ୍ଗ ପ୍ରଧାନଙ୍କ ସମେତ ଏହି ଘଟଣାରେ ସମ୍ପୃକ୍ତ ଥିବା ୨୦ରୁ ଊଦ୍ଧର୍‌ବ ଆକ୍ରମଣକାରୀଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି ।
ଏଥିସହିତ ସେମାନଙ୍କ ନିକଟରୁ ୪ ବାଇକ୍‌ ଏବଂ ୫ରୁ ଉର୍ଦ୍ଧ ମୋବାଇଲ ଜବତ ହୋଇଛି ।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବକୋଟ ତେଲେଙ୍ଗା ବସ୍ତିରେ ବାସ କରୁଥିବା ଅଧିକାଂଶ ଲୋକ ସର୍ବଦା ଲୁଟ୍‌, ଚୋରି ଘଟଣାରେ ସମ୍ପୃକ୍ତ ରହୁଛନ୍ତି । ମାସରେ ଏକାଧିକ ଥର ବାହାର ରାଜ୍ୟର ପୋଲିସ ଏହି ବସ୍ତିରେ ଚଢ଼ାଉ କରି ଚୋରା ସୁନାଗହଣା ସହ ମୋବାଇଲ,ବାଇକ୍‌ ଆଦି ଜବତ କରୁଥିବା ନଜିର ରହିଛି । ଏନେଇ କୋରେଇ ଥାନାଧିକାରୀ ତ୍ରିପାଠୀଙ୍କୁ ପଚାରିବାରେ ୨୦ରୁ ଊଦ୍ଧର୍‌ବ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି ା ଘଟଣାର ଅଧିକ ତଦନ୍ତ ଚାଲିଥିବା କହିିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲରେ ସିନେ ତାରକା ବାବୁଶାନ୍; ଉଦ୍‌ଘାଟିତ ହେଲା ‘ମନୋଜ ଦାସ ପାଠାଗାର’

ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ…

କଳାହାଣ୍ଡିରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଜାଣନ୍ତୁ…

ଭବାନୀପାଟଣା,୧୦ା୯(ଉତ୍ତମ କୁମାର ଦାଶ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରାଜ୍ୟରେ ବିଭିନ୍ନ ଜିଲାରେ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

ବ୍ରିକ୍ସ (BRICS) ସମ୍ମିଳନୀର ମିଳିତ ଘୋଷଣାନାମା ଉପରେ ଆଲୋଚନା: ଭାରତ ପାଇଁ ବଡ଼…

ନୂଆଦିଲ୍ଲୀ,୧୦।୯: ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ମିଳିତ ଘୋଷଣାନାମା ପ୍ରସ୍ତୁତି କ୍ଷେତ୍ରରେ ଏକ ବାଧା ଉପୁଜିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ…

ଚାପୁଡ଼ା ମାଡ଼ର ଭୟଙ୍କର ପ୍ରତିଶୋଧ! ଫାର୍ମହାଉସରେ ଗ୍ରାମ୍ୟ କମିଟି ସଭ୍ୟଙ୍କୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ‘ଦିଗା’ ଗିରଫ

ଦିଗପହଣ୍ଡି, ୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ତିଳେଶ୍ୱର ଗ୍ରାମର ପ୍ରମୁଖ ଗ୍ରାମ୍ୟ କମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମାନନ୍ଦ (ପ୍ରେମା)…

ଦାଦନ ଯନ୍ତ୍ରଣା: ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର, ୧୦ା୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ଯନ୍ତ୍ରଣାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା…

କୋରାପୁଟ MP ସପ୍ତଗିରି ଉଲାକାଙ୍କୁ ମିଳିଲା ‘ସଂସଦ ରତ୍ନ’ ଉପାଧି! କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ଓ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଶେଷ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ଟିଉସନ୍‌ରୁ ଘରକୁ ଫେରୁଥିବା ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୫ ଲକ୍ଷ ସହାୟତା…

ବ୍ରହ୍ମପୁର,୧୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକସୋ କୋର୍ଟର ଜଜ୍ ରୋହିତ ଲାଲ ପଣ୍ଡା ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri