Posted inପୁରୀ

ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ

କାକଟପୁର,୨୫।୭(ଡି.ଏନ୍‌.ଏ): କାକଟୁପୁର ଥାନା ଅନ୍ତର୍ଗତ ଭଣ୍ଡିସାହିରେ ଚାଲିଥିବା ଏକ ଜୁଆଆଡ୍ଡାରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଥାନାକୁ ନେବାକୁ ବେଳେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ଜଣ କର୍ମଚାରୀ ଆହତ ହୋଇଥିବାବେଳେ ଆକ୍ରମଣକାରୀମାନେ ପୋଲିସଙ୍କ ବନ୍ଧୁକ ଓ ମୋବାଇଲ ଛଡ଼ାଇ ନେଇଯାଇଛନ୍ତି। ଏ ନେଇ ପୋଲିସ ନଂ.୧୪୧/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଭଣ୍ଡିସାହିର ଏକ ପରିତ୍ୟକ୍ତ ଗୁହାଳ ଘରେ ଗତ କିଛିଦିନ ହେବ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା। ଏ ନେଇ କାକଟପୁର ଆଇଆଇସି ସୁଜିତ କୁମାର ଦାସ ଏକ ୧୨ଜଣିଆ ଟିମ କରି ଶୁକ୍ରବାର ରାତି ପ୍ରାୟ ୧୨ଟାବେଳେ ଚଢ଼ାଉ କରିଥିଲେ। ଏଥିରେ ଜୁଆଡ଼ିମାନେ ଛତ୍ରଭଙ୍ଗ ହୋଇଯିବାରୁ ପୋଲିସ ୪ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନେ ହେଲେ ଏହି ସାହିର ନରେଶ ସ୍ବାଇଁ, କୃଷ୍ଣ ବେହେରା, ସମୀର ଲେଙ୍କା ଓ ଦୀପକ ସ୍ବାଇଁ। ପୋଲିସ ଆଡ୍ଡାସ୍ଥଳରୁ ନଗଦ ୧୨ହଜାର ୩୦୦ଟଙ୍କା, ୮ ମୋବାଇଲ ଫୋନ ସହ ତାସ୍‌ ଜବତ କରିଛି। ଗିରଫ ୪ ବ୍ୟକ୍ତିଙ୍କୁ ପୋଲିସ ଥାନାକୁ ନେବାବେଳେ ଅଭିଯୁକ୍ତଙ୍କ କେତେଜଣ ସମ୍ପର୍କୀୟ ପୋଲିସ ଗାଡ଼ିକୁ ଅଟକାଇବା ସହ ଆକ୍ରମଣ କରିଥିଲେ। ଫଳରେ ପୋଲିସ ସେମାନଙ୍କୁ ବୁଝାଶୁଝା କରି ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆକ୍ରମଣକାରୀମାନେ ଏଏସ୍‌ଆଇ ସୂର୍ଯ୍ୟମଣୀ ମାଝୀ, ହୋମଗାର୍ଡ ପ୍ରମୋଦ କାଣ୍ଡିଙ୍କୁ ଆହତ କରି ବନ୍ଧୁକ ଓ ମୋବାଇଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଖବରପାଇ ଶୁକ୍ରବାର ପୁରୀ ଏସ୍‌ପି ଅଖିଳେଶ୍ୱର ସିଂ, ନିମାପଡ଼ା ଏସ୍‌ଡିପିଓ ପ୍ରଦୀପ୍ତ କୁମାର ଦଳେଇ କାକଟପୁର ଥାନାରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିବା ସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri