ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

ବାଲେଶ୍ୱର ଅଫିସ, ୧୮।୪-ବାଲେଶ୍ୱର କଚେରୀ ପରିସର ବାର୍‌ ଅଫିସ ସମ୍ମୁଖରେ ଶୁକ୍ରବାର ଆଇନଜୀବୀମାନଙ୍କୁ କେତେକ ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ଏବଂ ବନ୍ଧୁକ, ଭୁଜାଲି ଓ ବୋମା ଦେଖାଇ ଧମକ ଦେଇଥିଲେ। ଏନେଇ ଆଇନ୍‌ଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଥାନାରେ ମାମଲା (ନଂ. ୧୨୦/୨୧) ରୁଜୁ କରାଯାଇ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ମେଘଡ଼ମ୍ବରୁ ଅଞ୍ଚଳର ଜଜନ ପାଣିଗ୍ରାହୀ (୨୩), ସହଦେବଖୁଣ୍ଟା ଥାନା ରାଣୀପାଟଣା ଅଞ୍ଚଳର ହେମନ୍ତ ସିଂ (୩୦) ଓ କେଶପୁର ଅଞ୍ଚଳର ବାପି ମନ୍ତ୍ରୀ (୩୦)
କଚେରିରୁ ସବ୍‌ରେଜିଷ୍ଟ୍ରାର ଅଫିସ୍‌ ସମ୍ମୁଖ ରାସ୍ତାରେ ଆଇନଜୀବୀ ଉପାଧ୍ୟାୟ କୌଣସି କାମରେ ଆସୁଥିବା ବେଳେ ସ୍କୁଟିରେ ଜଜନ ଓ ବାପି ଦ୍ରୁତଗତିରେ ଯାଉଥିଲେ। ଏହାକୁ ଉପାଧ୍ୟାୟ ବିରୋଧ କରିବାରୁ ଉକ୍ତ ୨ ଯୁବକ ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଆଇନ୍‌ଜୀବୀମାନେ ବାପିଙ୍କୁ ବାର୍‌ ଅଫିସ୍‌ରେ ଅଟକ ରଖିଥିବା ବେଳେ ଜଜନ ପଳାଇ ଯାଇଥିଲେ। କିଛି ସମୟ ପରେ ଜଜନ ନିଜର ୭/୮ଜଣ ସହଯୋଗୀଙ୍କୁ ନେଇ କଚେରିରେ ପହଞ୍ଚତ୍ ବାର୍‌ ଅଫିସ୍‌ ୧ନମ୍ବର ହଲ୍‌ ସମ୍ମୁଖରେ ବନ୍ଧୁକ ଓ ବୋମା ଦେଖାଇ ଗଣ୍ଡଗୋଳ କରିଥିଲେ। ଆଇନ୍‌ଜୀବୀ ଉପାଧ୍ୟାୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସେହିପରି ଅଟକ ଥିବା ବାପିଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ସେହି ସମୟରେ ବହୁ ଆଇନ୍‌ଜୀବୀ ପହଞ୍ଚିଯିବା ଏବଂ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚତ୍ ଯିବାରୁ ସମସ୍ତ ଦୁର୍ବୃତ୍ତ ପଳାଇଯାଇଥିଲେ। ପୁଣି ହେମନ୍ତଙ୍କୁ ଆଇନ୍‌ଜୀବୀମାନେ ଅଟକାଇଥିଲେ। ପରେ ଉକ୍ତ ୨ଯୁବକଙ୍କୁ ପୋଲିସ୍‌ ଜିମା ଦେଇଥିଲେ। ଏନେଇ ଆଇନଜୀବୀମାନେ ଥାନାରେ ଦ୍ୱାରସ୍ଥ ହେବା ସହ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ପୋଲିସ୍‌ ଏହାକୁ ଗୁରୁତର ଭାବେ ନେଇ ଗତ ରାତିରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଜଜନଙ୍କୁ ଗିରଫ କରିଛି। ଶନିବାର ଉକ୍ତ ୩ଯୁବକଙ୍କୁ କୋର୍ଟଚାଲାଣ କରାଯାଇଥିବା ସହଦେବଖୁଣ୍ଟା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri