ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ଦାବିରେ ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ପକ୍ଷରୁ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଏସପି ରବିନ୍ଦ୍ରନାଥ ଶତପଥୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବରଗଡ଼ ଜିଲା ବାର୍ ଆସୋସିଏସନ୍‌ର ସଭାପତି ଏବଂ ଅଲ୍ ଓଡିଶା ଲୟର୍ସ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ସରାଫଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଆସୋସିଏସନ୍ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଉଦ୍‌ବେଗ ପ୍ରକାଶ ପାଇଛି। ଆଇନଜୀବୀମାନେ ନିଜର ବୃତ୍ତିଗତ ଦାୟିତ୍ୱ ତୁଲାଇବା ସମୟରେ କୌଣସି ଭୟ କିମ୍ବା ହିଂସା ବିନା ମର୍ଯ୍ୟାଦାର ସହିତ କାର୍ଯ୍ୟ କରିବାର ସୁଯୋଗ ପାଇବା ଆବଶ୍ୟକ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।

ଏହି ମାମଲାରେ ବରଗଡ଼ ଟାଉନ୍ ଥାନାରେ (ମାମଲା ନଂ-୪୬୨/୨୦୨୬) ଏତ୍‌ଲା ରୁଜୁ ହୋଇସାରିଥିବା ବେଳେ, ସମ୍ପୃକ୍ତ ଅପରାଧୀମାନଙ୍କୁ ବିନା କୌଣସି ବିଳମ୍ବରେ ଗିରଫ କରାଯିବା, ମାମଲାର ନିରପେକ୍ଷ ତଦନ୍ତ ସୁନିଶ୍ଚିତ ହେବା, ଆବଶ୍ୟକ ସ୍ଥଳେ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ନିଯୁକ୍ତି ଏବଂ ଆଇନଜୀବୀଙ୍କ ସୁରକ୍ଷା ପାଇଁ ଦାବି କରାଯାଇଛି।

ଏହି ପ୍ରତିନିଧିମଣ୍ଡଳରେ ଅଲ୍ ଓଡିଶା ଲୟର୍ସ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ଆଠମଲ୍ଲିକ ବାର୍ ସଭାପତି ସୁଶାନ୍ତ କୁମାର ମହାପାତ୍ର, ଅନୁଗୁଳ ବାର୍ ସଭାପତି ଦିଲ୍ଲିପ କୁମାର ସାହୁ, ଛେଣ୍ଡିପଦା ବାର୍ ସଭାପତି ନଗେନ କୁମାର ନନ୍ଦ, ସମ୍ବଲପୁର ବାର୍ ସମ୍ପାଦକ ପ୍ରବୀଣ କୁମାର ସିଂହଦେଓ, ସଭ୍ୟ ତାରିଣୀ ପାଣିଗ୍ରାହୀଙ୍କ ସମେତ ବରଗଡ଼ ଜିଲା ଓକିଲ ସଂଘର ଉପସଭାପତି ଉତ୍ତର କୁମାର ସାହୁ, ସମ୍ପାଦକ ହରିହର ପ୍ରଧାନ ଏବଂ ଯୁଗ୍ମ ସମ୍ପାଦ

Dharitri – Odisha’s No.1 Odia Daily

Share