Posted inଖେଳ

ସୋସିଆଲ ମିଡିଆରେ ଅର୍ଶଦୀପଙ୍କୁ ଆକ୍ଷେପ

ନୂଆଦିଲ୍ଲୀ, ୬ା୯ (ପି.ଟି.):୩୬ବର୍ଷ ପୂର୍ବେ ଚେତନ ଶର୍ମାଙ୍କର ଯାହା ଘଟିଥିଲା ଏବେ ଅର୍ଶଦୀପ ସିଂଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିଛି। ସମାନ ଦଳ ପାକିସ୍ତାନ ବିପକ୍ଷରେ ପୁଣି ତାହା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ। ଅବଶ୍ୟ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ରୂପରେଖ ଏବେ ବଦଳିଯାଇଛି। ୧୯୮୬ ଅଷ୍ଟ୍ରାଲ-ଏସିଆ କପ୍‌ ଫାଇନାଲ ଖୁବ୍‌ ସଂଘର୍ଷପୂର୍ଣ୍ଣ ଥିଲା। ମ୍ୟାଚ ଶେଷ ବଲ ପର୍ଯ୍ୟନ୍ତ ଚାଲିଯାଇଥିଲା। ମ୍ୟାଚ ଜିତିବା ଲାଗି ପାକିସ୍ତାନ ଅନ୍ତିମ ବଲ୍‌ରେ ୬ରନ ଆବଶ୍ୟକ କରୁଥିଲା। ସେତେବେଳେ କ୍ରିଜ୍‌ରେ ରହିଥିଲେ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ଜାଭେଦ ମିଆଁଦାଦ। ଭାରତ ତରଫରୁ ବୋଲିଂ କରୁଥିଲେ ଚେତନ ଶର୍ମା। ଚେତନ ୟର୍କର ପକାଇବାକୁ ଯୋଜନା କରିଥିଲେ, ଦୈବାତ ଫୁଲ୍‌ଟସ ପଡ଼ିଯାଇଥିଲା। ଏହାର ସୁଯୋଗରେ ମିଆଦାଦ ଛକା ଲଗାଇ ତାଙ୍କ ଦଳକୁ ରୋମାଞ୍ଚକ ବିଜୟ ଦେଇଥିଲେ। ଏହି ତ୍ରୁଟି ପାଇଁ ସେତେବେଳେ ଭାରତୀୟ କ୍ରିକେଟପ୍ରେମୀଙ୍କ ଦ୍ୱାରା ଚେତନ ଶର୍ମା ଖୁବ୍‌ ସମାଲୋଚିତ ହୋଇଥିଲେ। ଏବେ ମଧ୍ୟ ତାହା ଲୋକମାନଙ୍କ ମନରୁ ପାସୋରି ଯାଇନାହିଁ। ରବିବାର ଚଳିତ ଏସିଆ କପ୍‌ କ୍ରିକେଟ ସୁପର ଫୋର୍‌ ପର୍ଯ୍ୟାୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଅଳ୍ପକେ ହାରିଯିବା ପରେ ଅର୍ଶଦୀପ ସମାଲୋଚନାର ଶିକାର ହୋଇଛନ୍ତି। ଅନେକଙ୍କ ବିଚାରରେ ସେ ଅସିଫ୍‌ ଅଲିଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାଚ ହାତଛଡ଼ା କରିବାରୁ ଭାରତ ପରାଜୟ ଦ୍ୱାରକୁ ଠେଲି ହୋଇଗଲା। ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନଙ୍କର ବୋଧହୁଏ ଏଥିପ୍ରତି ନଜର ନାହିଁ ଯେ, ୨୩ ବର୍ଷୀୟ ଅର୍ଶଦୀପ ଏଭଳି ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ଯିଏକି ନିକଟ ଭବିଷ୍ୟତରେ ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଟି୨୦ ଡେଥ୍‌ ବୋଲର ଭାବେ ଉଭା ହେବାକୁ ଯାଉଛନ୍ତି। ଚେତନ ଶର୍ମା ବର୍ତ୍ତମାନ ଚୟନ କମିଟି ମୁଖ୍ୟ ଅଛନ୍ତି। ଲଡର୍‌ସରେ ଏକ ଟେଷ୍ଟ ମ୍ୟାଚରେ ଜଣେ ଭାରତୀୟ ବୋଲର ହିସାବରେ ୫ ଉଇକେଟ ହାସଲ କରି ବିରଳ ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ରେ ପ୍ରଥମ ବୋଲର ହିସାବରେ ହ୍ୟାଟ୍ରିକ ଅର୍ଜନ କରିବାରେ ରେକର୍ଡ ତାଙ୍କ ନାମରେ ରହିଛି। ଲୋକେ କିନ୍ତୁ ୧୯୮୬ ଅଷ୍ଟ୍ରାଲ-ଏସିଆ କପ୍‌ ଫାଇନାଲରେ ମାନବୀୟ ତ୍ରୁଟି ଜନିତ ସିଙ୍ଗଲ ଡେଲିଭରିକୁ ମନେ ରଖିଛନ୍ତି।
ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ ପରେ କେତେକ ତଥାକଥିତ କ୍ରିକେଟପ୍ରେମୀ ସୋସିଆଲ ମିଡିଆରେ ଅର୍ଶଦୀପଙ୍କ ପ୍ରତି ତାଚ୍ଛଲ୍ୟକରି ଟିପ୍ପଣୀ ଦେଇଥିଲେ। ଏପରିକି କେତେଜଣ ସୀମା ଟପି ଯାଇଥିଲେ। ବୋଲରଙ୍କ ଓ୍ବିକିପିଡ଼ିଆ ପେଜ୍‌ ହ୍ୟାକ୍‌ କରି ତାଙ୍କ ନାମ ସହିତ ଆପତ୍ତିଜନକ ‘ଖଲିସ୍ତାନୀ’ ଶବ୍ଦ ଯୋଡ଼ି ଦେଇଥିଲେ। ହ୍ୟାକର ଜଣକ ଅର୍ଶଦୀପଙ୍କ ନାମ ପରିବର୍ତ୍ତନ କରି ମେଜର ଅର୍ଶଦୀପ ସିଂ ଲାଙ୍ଗ୍ରା ଏବଂ ପରେ ମେଜର ଅର୍ଶଦୀପ ସିଂ ବାଜଓ୍ବା କରିଦେଇଥିଲେ। ଏହି କ୍ରିକେଟରଙ୍କୁ ନେଇ ତ୍ରୁଟିପୂଣ୍ଣର୍ର୍ ସୂଚନା ସ୍ଥାନ ପାଇଥିବାରୁ ଭାରତ ସରକାର ସୋମବାର ଓ୍ବିକିପିଡିଆକୁ କଡ଼ା ସମାଲୋଚନା କରିଥିଲେ। ଏଥିରେ ଅର୍ଶଦୀପଙ୍କୁ ବିଚ୍ଛିନତାବାଦୀ ଖଲିସ୍ତାନ ଆନ୍ଦୋଳନ ସହ ଯୋଡ଼ା ଯାଇଛି। ଏହା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟୁଇଟ୍‌ କରିଥିଲେ। ଫଳସ୍ବରୂପ ଓ୍ବିକିପିଡ଼ିଆ କର୍ତ୍ତୃପକ୍ଷ ୧୫ ମିନିଟ୍‌ ଭିତରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri