ଆଣବିକ ଅସ୍ତ୍ରଶସ୍ତ୍ର ବନାମ ଟାଇଗର ଟିମ୍‌…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଏବେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଧମକ ଦେଉଛି। ରୁଷିଆର ଧମକକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ଆଦି ଦେଶ ଏହି ଯୁଦ୍ଧ ବିରୋଧରେ ରଣନୀତି ଆରମ୍ଭ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏନେଇ ଟାଇଗର ଟିମ୍‌ ନାମକ ଏକ ସ୍ବତନ୍ତ୍ର ଦଳ ପ୍ରସ୍ତୁତ କରାଯାଇଛି।

ୟୁକ୍ରେନ ଯୁଦ୍ଧରେ ରାସାୟନିକ, ଜୈବିକ କିମ୍ବା ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଛନ୍ତି କି ନାହିଁ ସେନେଥ ତଥ୍ୟ ସଂଗ୍ରହ ପାଇଁ ଟାଇଗର ଟିମ୍‌କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଭଳି ଅସ୍ତ୍ରଶସ୍ତ୍ର ପ୍ରୟୋଗରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଜାଣିବା ଲାଗି ଟାଇଗର ଟିମ୍‌ କାର୍ଯ୍ୟ କରୁଛି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଯଦି ସେମାନେ ରୁଷିଆ ଆଣବିକ, ରାସାୟନିକ ଅବା ଜୈବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ୟୁକ୍ରେନ୍‌ ବିରୋଧରେ କରେ ତେବେ ଏହାର ଉପଯୁକ୍ତ ଜବାବ୍‌ ଦେବାକୁ ଟାଇଗର ଟିମ୍‌ ପକ୍ଷରୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri