Categories: ଖେଳ

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୨ା୧ (ପି.ଟି.)-ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଟିକେ ମୋହନବାଗାନ ବିଜୟ ଲାଭ କରିଛି। ଦଳ ଚେନ୍ନାଇନ ଏଫ୍‌ସିକୁ ୧-୦ ଗୋଲରେ ପରାସ୍ତ କରଇଛି। ଅଷ୍ଟ୍ରେଲୀୟ ଫରଓ୍ବାର୍ଡ ଡେଭଡି ଓ୍ବିଲିୟମ୍ସ (୯୦+୧) ଷ୍ଟପେଜ ଟାଇମ୍‌ରେ ଏହି ଗୋଲଟିକୁ ସ୍କୋର କରିଥିଲେ। ଗୁରୁବାର ଏହି ବିଜୟ ଦ୍ୱାରା ଏଟିକେ ମୋହନବାଗାନର ପଏଣ୍ଟ ସଂଖ୍ୟା ୭ ବିଜୟ, ୩ ଡ୍ର ଏବଂ ୨ ପରାଜୟ ସହ ମୋଟ ୨୪ ପଏଣ୍ଟ ପାଇ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ସିଟି ୧୧ଟି ମ୍ୟାଚ ଖେଳି ୮ ବିଜୟ ୨ ଡ୍ର ଏବଂ ୧ ପରାଜୟରୁ ୨୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଚେନ୍ନାଇନ ଏଫ୍‌ସି ୧୩ଟି ମ୍ୟାଚରୁ ୧୫ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି।

Share