Posted inଖେଳ

ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ: ପି.ଟି. ଉଷା, ରାନ୍ଧଓ୍ବା ଚୟନ କମିଟି ମୁଖ୍ୟ

ନୂଆଦିଲ୍ଲୀ, ୨୫।୩(ପି.ଟି.)-  ସ୍ପ୍ରିଣ୍ଟ କୁଇନ୍‌ ପି.ଟି. ଉଷା ଏବଂ ହର୍ଡଲ୍ସ ଗ୍ରେଟ୍‌ ଗୁରବଚନ ସିଂ ରାନ୍ଧଓ୍ବା ଯଥାକ୍ରମେ ଜୁନିୟର ଏବଂ ସିନିୟର ଚୟନ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ବୁଧବାର ଉଭୟ ଖେଳାଳିଙ୍କୁ ଏହି ନିଯୁକ୍ତି ଦେଇଛି। ୫୬ ବର୍ଷୀୟା ଉଷା ଏସିଆନ ଗେମ୍ସର ୧୦୦, ୨୦୦, ୪୦୦ ମିଟର ଏବଂ ୪x୪୦୦ ମିଟର ଆଦି ବିଭିନ୍ନ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସରେ ୪ର୍ଥ ସ୍ଥାନ ଅଧିକାର କରିଥିଲେ। ଉଷାଙ୍କ ବ୍ୟତୀତ ଜୁନିୟର କମିଟିରେ ସ୍ଥାନ ପାଇଥିବା ଅନ୍ୟ ସଦସ୍ୟମାନେ ହେଲେ ସୋମା ବିଶ୍ୱାସ, ଆନନ୍ଦ ମେଞ୍ଜେସ, ସତବୀର ସିଂ, ସନ୍ଦୀପ ସାର୍କାରିଆ, ସୁନୀତା ରାଣୀ, ରାମ ଚନ୍ଦ୍ରନ, ଜୋଶେଫ ଆବ୍ରାହମ୍‌, ହରଓ୍ବନ୍ତ କୌର, ଏମ.୍‌ଡି. ଭାଲସାମା ଓ କମଲ ଅଲୀ ଖାଁ। ସେହିପରି ରାନ୍ଧଓ୍ବାଙ୍କ ନେତୃତ୍ୱାଧୀନ ସିନିୟର କମିଟିରେ ପୂର୍ବତନ ମୁଖ୍ୟ କୋଚ୍‌ ବାହାଦୁର ସିଂ, ବାହାଦୁର ସିଂ ସାଗୁ, କ୍ରିଷ୍ଣା ପୁନିଆ, ଜ୍ୟୋତିର୍ମୟୀ ସିକ୍‌ଦାର, ଉଦୟ ପ୍ରଭୁ, ପ୍ରବୀଣ ଜୋଲି ଓ ଗୋପାଳ ସଇନୀ ପ୍ରମୁଖ ସ୍ଥାନ ପାଇଛନ୍ତି। ୮୧ ବର୍ଷୀୟ ରାନ୍ଧଓ୍ବା ୧୯୮୨ ଏସିଆନ ଗେମ୍ସର ଡେକାଥଲନରେ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ୧୯୬୪ ଅଲିମ୍ପିକ୍ସର ୧୧୦ ମିଟର ହର୍ଡଲ୍ସରେ ୫ମ ସ୍ଥାନ ଅଧିକାର କରିଥିଲେ। ”କମିଟିରେ ସ୍ଥାନ ପାଇଥିବା ପ୍ରତି ସଦସ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଭିଜ୍ଞତାରେ ଭରପୂର ଆଥଲେଟ୍‌ଙ୍କୁ ଚୟନ କମିଟିରେ ପ୍ରାଧାନ୍ୟ ଦିଆଯାଇଛି“ ବୋଲି ଏଏଫ୍‌ଆଇ ସଭାପତି ଆଡିଲ ସୁମାରିଓ୍ବାଲା ପ୍ରକାଶ କରିଛନ୍ତି। ଏଏଫ୍‌ଆଇ ସଭାପତି, ସମ୍ପାଦକ, ମୁଖ୍ୟ କୋଚ୍‌ ଏବଂ ଯୋଜନା କମିଟି ଅଧ୍ୟକ୍ଷ କମିଟିର ଅନ୍ୟ ସଦସ୍ୟଭାବେ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri