ନିର୍ମାଣ ଚାଲିଛି ଆଠମଲ୍ଲିକ-ଧଳପୁର ବ୍ରିଜ: କାମ ସରିଲେ ସେତୁ ରଚିବ କୀର୍ତ୍ତିମାନ

ବଇଣ୍ଡା, ୨୩।୮: ଧାର୍ଯ୍ୟ ଅବଧି ୮ ମାସ ତଳୁ ଶେଷ ହେଲାଣି। ତଥାପି ମହାନଦୀ ଉପରେ ନିର୍ମାଣ ସରୁନି ଓଡ଼ିଶାର ସବୁଠୁ ଲମ୍ବା ସେତୁର ଗୌରବ ଅର୍ଜନ କରିବାକୁ ଯାଉଥିବା ଆଠମଲ୍ଲିକ-ଧଳପୁର ସେତୁ। ଅନୁଗୋଳ ଜିଲା ଆଠମଲ୍ଲିକରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁରକୁ ସଂଯୋଗ କରୁଥିବା ଏହି ୩ କିଲୋମିଟର ୩୨୦ ମିଟର ଦୀର୍ଘ ସେତୁ କାମ ଶେଷ ହେଲେ ଏହା ନୂଆ କୀର୍ତ୍ତିମାନ ସୃଷ୍ଟି କରିବ। ଏପରିକି ବର୍ତ୍ତମାନ ରାଜ୍ୟର ସବୁଠୁ ଦୀର୍ଘତମ ପୋଲ (୨.୮୮ କିଲୋମିଟର)ର ରେକର୍ଡ ବହନ କରୁଥିବା କଟକ ତ୍ରିଶୂଳିଆସ୍ଥିତ କାଠଯୋଡ଼ି ଉପରେ ନିର୍ମିତ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ ସେତୁକୁ ମଧ୍ୟ ଏହା ପଛରେ ପକାଇଦେବ।

କେନ୍ଦ୍ରୀୟ ଓଡ଼ିଶାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଂଯୋଗକୁ ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ମେ ୨୦୧୫ରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁରଠାରେ ମହାନଦୀ ଉପରେ ଏହି ଦ୍ୱିତୀୟ ସେତୁର ଶିଳାନ୍ୟାସ କରିଥିଲେ। ପ୍ରଥମେ ବିଭାଗ ପକ୍ଷରୁ ୧୪୨ କୋଟି ଟଙ୍କାର ଟେଣ୍ଡର ଡକାହୋଇଥିଲା। ପରେ ଠିକାସଂସ୍ଥା ୧୬୮ କୋଟି ୯୧ ଲକ୍ଷ ଟଙ୍କାରେ ଟେଣ୍ଡର ନେଇ କାମ କରିବା ପାଇଁ ସ୍ଥିର କରିଥିଲା। ୨୦୧୬ରୁ ଏହି ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଡିସେମ୍ବର ୪, ୨୦୧୯ରେ କାର୍ଯ୍ୟ ସମାପ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ ୮୮ଟି ପିଲାର ନିର୍ମାଣ ସରିଛି। ମୋଟ ୮୭ ଟି ସ୍ପାମ ମଧ୍ୟରୁ ୨୮ଟିର କାମ ସରିଥିବାବେଳେ ୫୯ ଟି ନିର୍ମାଣାଧୀନ ଅଛି। ଅଦ୍ୟାବଧି ୧୩୦ କୋଟି ଟଙ୍କାର କାମ ଶେଷ ହୋଇଛି। ସେହିପରି ସେତୁ ଦୁଇ ପାର୍ଶ୍ୱରେ ଆପ୍ରୋଚ ରୋଡ କାମ ଜାରି ରହିଛି। ଧଳପୁର ନିକଟରେ ସେତୁ ସଂଲଗ୍ନ ୭୭୦ ମିଟର ଆପ୍ରୋଚ ରୋଡର ମାଟି କାମ ଶେଷ ହୋଇଛି। ଆଠମଲ୍ଲିକ ପାର୍ଶ୍ୱରେ ୧୪୬୦ ମିଟରର ଆପ୍ରୋଚ ରୋଡ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ତେବେ ବେସରକାରୀ ବିବାଦୀୟ ଜମିକୁ ନେଇ ନିର୍ମାଣ ବିଳମ୍ବ ହୋଇଛି। ଅବଧି ପୂରଣ ହେବାର ୮ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇପାରିଛି।

ମହାନଦୀ ବକ୍ଷରେ ଏହି ବ୍ରିଜ୍‌ ତିଆରି ସମ୍ପୂର୍ଣ୍ଣ ହେଲେ ଅନୁଗୋଳ ଜିଲାରୁ ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ସୋନପୁର ଜିଲାର ଦୂରତା ହ୍ରାସପାଇବ। ସେହିପରି ବୌଦ୍ଧ ଓ ଅନୁଗୋଳ ଜିଲାର ଆର୍ଥତ୍କ, ସାମାଜିକ ଓ ସାଂସ୍କୃତିକ ବିକାଶ ହୋଇପାରିବ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ବ୍ରିଜ ନିର୍ମାଣ ଉପରେ ଜୋର୍‌ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ରଞ୍ଜିତ ବିଲ୍ଡକନ୍‌ ପ୍ରାଇଭେଟ ଲିମିଟେଡର ସୁପରଭାଇଜର ରମଣଲାଲ ପଟେଲ କହିଛନ୍ତି, କରୋନା ଯୋଗୁ କାମ ବିଳମ୍ବ ହୋଇଛି। ପିଲର ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନଦୀରେ ୭ ଫୁଟ ଚଉଡାରେ ବାଲି ବସ୍ତା, ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଥିଲା। ନଦୀରେ ବର୍ଷା ଜଳ ଆସିଯିବା ଯୋଗୁ ସେହି ରାସ୍ତା ଧୋଇ ହୋଇଯାଇଛି। ଫଳରେ କୌଣସି ମେଶିନ ଯାଇପାରୁନାହିଁ। ଏହା ସତ୍ତ୍ୱେ ସେତୁ କାର୍ଯ୍ୟ ଚାଲିଛି। ବର୍ଷା ଛାଡି ଗଲେ ଶୀଘ୍ର ନିର୍ମାଣ କାମ ଶେଷ ହେବ। ଏ ସମ୍ପର୍କରେ ବୌଦ୍ଧ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାୟକ କହିଛନ୍ତି, ବିଭିନ୍ନ କାରଣରୁ କାମ ବିଳମ୍ବ ହେଉଛି। ତଥାପି କିଭଳି ଏହା ଶୀଘ୍ର ଶେଷ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବା ସହ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ। ବୌଦ୍ଧର ପୂର୍ତ୍ତ ବିଭାଗ ଏସ୍‌ଡିଓ ନିରଞ୍ଜନ ଧଳ କୁହନ୍ତି, ବର୍ଷା, କରୋନା ଓ ବିଭିନ୍ନ ସମସ୍ୟା ପାଇଁ କାମ ବିଳମ୍ବ ହୋଇଛି। ଡିସେମ୍ବର ୨୦୧୯ ମଧ୍ୟରେ କାମ ସାରିବା ପାଇଁ ଚୁକ୍ତି ହୋଇଥିଲା। ବିଳମ୍ବ ହେବା ଯୋଗୁ ଠିକା ସଂସ୍ଥା ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମୟ ନେଇଛି। ସେତୁ ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ। କିଭଳି ଶୀଘ୍ର କାମ ସରିବ ସେ ନେଇ ବିଭାଗ ଓ ଠିକାସଂସ୍ଥା ପକ୍ଷରୁ ଉଦ୍ୟମ କରାଯିବ।

 

: ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri