ଅମଳ ବେଳରେ ଦାଉ ସାଧିଲା ପଶ୍ଚିମା ଝଡ଼

ଉମରକୋଟ, ୨୧।୩(ସ୍ବ.ପ୍ର.):ଅଦିନିଆ ବର୍ଷାର ପ୍ରଭାବରେ ମକାଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକରେ ୨ଦିନରେ ୬୪.୨୦ମି.ମି. ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଅତି ଜୋରରେ ପବନ ବହିବା ଯୋଗୁ ବହୁ ପରିମାଣର ମକାଚାଷ ନଷ୍ଟ ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକରେ ଅନେକ କ୍ଷତି ହୋଇଛି। ଉମରକୋଟ ବ୍ଲକର ମୂର୍ତ୍ତୁମା, ଚିକଲପଦର, ବେହେଡ଼ା, ଖଡ଼କା, ସିଲାଟି ବେନରା ଭଳି ଅଞ୍ଚଳରେ ବହୁ ପରିମାଣରେ ମକା ଫସଲ ନଷ୍ଟ ହୋଇଛି। ଅନେକ ଏକର ମକାଚାଷ ମାଟିରେ ମିଶିଯାଇଛି। ବର୍ତ୍ତମାନ ଅମଳ ସମୟ। ମକା ଗଛରେ ଫଳ ଫଳିବା ଆରମ୍ଭ ହୋଇଥିଲା। ଆଉ ମାସକ ମଧ୍ୟରେ ଅମଳ ହୋଇଥାନ୍ତା, କିନ୍ତୁ ପଶ୍ଚିମାଝଡ଼ ସବୁ ଉଜାଡ଼ି ଦେଇଛି ବୋଲି କହି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରବିଋତୁରେ ଜଳସେଚନ ଥିବା ଜମିରେ ମକାଚାଷ ପାଇଁ ଏକର ପିଛା ପ୍ରାୟ ୨୨ ହଜାରରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଚାଷୀ କରଜ କରି ମକାଚାଷ କରିଥିଲେ। ବର୍ତ୍ତମାନ ଋଣ ଶୁଝିବା ଓ ପରିବାର ପ୍ରତିପୋଷଣ କରିବା ଚିନ୍ତାରେ ଚାଷୀ। କୃଷି ବିଭାଗ କିମ୍ବା ରାଜସ୍ବ ବିଭାଗର କୌଣସି ଅଧିକାରୀ କ୍ଷୟକ୍ଷତି ଅଞ୍ଚଳକୁ ବର୍ତ୍ତମାନ ସୁଦ୍ଧା ପହଞ୍ଚତ୍ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ। ଗତ ବର୍ଷ ମଧ୍ୟ କ୍ଷୟକ୍ଷତିର କୌଣସି ଆର୍ଥିକ ସହାୟତା ଚାଷୀ ପାଇନାହାନ୍ତି। ଚଳିତ ଥର ଯଦି ସେଭଳି ହୁଏ ଆମେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବୋଲି ଚାଷୀ ଦୁଃଖରେ କହିଛନ୍ତି। ଘଟଣା ସମ୍ପର୍କରେ କୃଷି ଜିଲା ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଜିଲାର ଚାରିଟି ବ୍ଲକରେ କ୍ଷୟକ୍ଷତି ଘଟିଛି। ବିଭାଗର କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନକରି କ୍ଷୟକ୍ଷତି ଆକଳନ କାର୍ଯ୍ୟରେ ଲାଗିଛନ୍ତି। ରିପୋର୍ଟ ଆସିଲେ ସରକାରଙ୍କୁ ଜଣାଇ ଦିଆଯିବ। ବିପର୍ଯ୍ୟୟ କ୍ଷୟକ୍ଷତି ନିୟମ ଅନୁଯାୟୀ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri