ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ,୧୬।୧: ନିଲମ୍ବିତ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ଶେଷ ହୋଇଛି। ହାଇକୋର୍ଟ ବିରାରପତି ଜଷ୍ଟିସ୍‌ ଦେବବ୍ରତ ଦାସ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ପୂର୍ବରୁ ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ହାଇକୋର୍ଟରେ କେସ୍‌ ଡାଏରୀ ଦାଖଲ କରାଯାଇଥିଲା। ଏଥିସହ ଯୁକ୍ତି ଉପସ୍ଥାପନ କରାଯାଇ ଉଭୟଙ୍କ ଜାମିନ୍‌ ଆବେଦନକୁ ବିରୋଧ କରାଯାଇଥିଲା। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରଭାବିତ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ମାମଲାର ବିବରଣୀରୁ ପ୍ରକାଶ, ଅଭୟକାନ୍ତ ଓ ଆକାଶ ବହୁକୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏପରି କି ମହାନଦୀ ଗ୍ରୀନ୍‌ ମିଶନ ନଁାରେ ଚାରା ରୋପଣରେ କୋଟିକୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। କରୋନା ସମୟରେ ସେ ଅନେକ ଥର ଚାର୍ଟାର୍ଡ ଫ୍ଲାଇଟ୍‌ ବ୍ୟବହାର କରିଥିଲେ। ଏଭଳି ଅଭିଯୋଗ ତାଲିକା ଲମ୍ବି ଚାଲିଥିଲାବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ସେ ଜାମିନ୍‌ ପାଇଁ ଆବେଦନ କରିଥିଲେ। ସେଠାରେ ଜାମିନ୍‌ ଆବେଦନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ଟାଟା କମ୍ପାନୀରେ ଚାକିରିର ଲୋଭ ଦେଖାଇ ଆକାଶ ଅନେକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆକାଶଙ୍କୁ ଗିରଫ କରାଯିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ ତାଙ୍କୁ ରିମାଣ୍ଡରେ ନେଇଥିଲା। ସେ ନିମ୍ନ ଅଦାଲତରେ ଜାମିନ୍‌ ପାଇଁ ଆବେଦନ କରିଥିଲେ। ସେଠାରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଶ୍ରୀମନ୍ତ ଦାସ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁଠୁ ସହର ସବୁଠି କରୋନା ଭୟ: ଜୀବିକା ଆଗରେ ପଡ଼ିଛି ଫିକା

ରାଇକିଆ,୨୮।୩(ଡି.ଏନ୍‌.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍‌ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ...

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ...

ତାମିଲନାଡୁରୁ ଅପହୃତା ନାବାଳିକା ଉଦ୍ଧାର

ରୂପ୍‌ସା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ଅପହୃତା ନାବାଳିକାଙ୍କୁ ପୋଲିସ ତାମିଲନାଡୁରୁ ଉଦ୍ଧାର କରିଛି। ୧୦ଦିନ ପୂର୍ବରୁ ନାବାଳିକା ଜଣକ ଟ୍ୟୁଶନ...

ମରଣାନ୍ତକ ଆକ୍ରମଣ ଘଟଣା, ୭ କୋର୍ଟ ଚାଲାଣ

ଗୋପାଳପୁର,୬ା୨(ଡି.ଏନ.ଏ.): ଗୋଳନ୍ଥରା ଥାନା କନିଷି ହାଟ ଅଞ୍ଚଳରେ ଏକ ପରିବାରକୁ ଅଶ୍ଳୀଳ ଗାଳିଗୁଲଜ ସହ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ପୋଲିସ...

ପୁରୀରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୪ ଛୁଇଁଲା

ପୁରୀ ଅଫିସ, ୧୫।୫: ପୁରୀ ଜିଲାରେ ଶୁକ୍ରବାର ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଲୋକନାଥଙ୍କ ପୀଠରେ ଜଳିଲା ବୃହତ୍‌ ଦୀପ

ପୁରୀ ଅଫିସ,୨୦ା୨: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ବୁଧବାର ଶ୍ରୀଲୋକନାଥଙ୍କ ପୀଠରେ ଜଳିଛି ବୃହତ ଜଗତ ମଙ୍ଗଳ ଜାଗର ଦୀପ। ଅଷ୍ଟମ ବର୍ଷ ଲାଗି ଏହି...

ଚାଷ ଜମିକୁ ଯିବା ହେଲା କାଳ, ବୁଡିଗଲେ ୨ ଶିଶୁ

ବାଲିଗୁଡା,୨୨।୮:(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଚାଷ ଜମିରେ ବୁଡି ୨...

ପିଏକ୍ସଇର ପ୍ରତିଷ୍ଠା ସମାରୋହ

ବାଲେଶ୍ୱର ଅଫିସ,୧୬।୧୧-ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ)ର ୧୨୫ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ପିଏକ୍ସଇର ନିର୍ଦ୍ଦେଶକ ତଥା ବିଶିଷ୍ଟ...

Advertisement
Archives

Model This Week