୭୭ ବର୍ଷ ବୟସରେ ଆତ୍ମନିର୍ଭର

ବେତନଟୀ, ୯ା୯: ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ଜୀବନ ସହ ଜାରି ରଖିଛନ୍ତି ସଂଘର୍ଷ। ୭୭ ବର୍ଷ ବୟସରେ ସେ ଚଳଚଞ୍ଚଳ। ଘରକୁ ଘର ଯାଇ କ୍ଷୀର ବିକି ପେଟ ପାଇଁ ଯୋଗାଡ଼ କରୁଛନ୍ତି ଦାନା। ୩୦ବର୍ଷ ହେଲା ଏହି ବୃତ୍ତିକୁ ସେ ଆପଣାଇଛନ୍ତି। ପରିଣତ ବୟସରେ କାହା ପାଖରେ ହାତ ନ ପାତି ଆତ୍ମନିର୍ଭର ହୋଇପାରିଛନ୍ତି ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ କଦଳିଆ ଗ୍ରାମର ଜଗନ୍ନାଥ ଦଳେଇ।
୧୯୪୫ରେ ତେନ୍ତୁଳିଗଁାର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଗନ୍ନାଥ ୩ବର୍ଷ ବୟସରୁ ନିଜ ମାମୁ ଘର କଦଳିଆରେ ରହି ଆସୁଥିଲେ। ଅଳ୍ପ ବୟସରେ ବିବାହ କରିଥିଲେ ନିଶ୍ଚନ୍ଦପୁର ଗ୍ରାମର ମାଧବୀଙ୍କୁ। ମାମୁ,ମାଇଁ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର ସୁରୁଖୁରୁରେ ଚାଲିଥିଲା। ୧୯୯୦ରେ ଆରମ୍ଭ କରିଥିବା କ୍ଷୀର ବେପାରରୁ ଉପାର୍ଜିତ ଟଙ୍କାରେ ସେ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। ଦୁଇ ଝିଅ ଓ ପୁଅର ବିବାହ ମଧ୍ୟ କରାଇଥିଲେ। ପୁଅ ମଧ୍ୟ ଏକ ଘରୋଇ କମ୍ପାନୀରେ କାମ କରି ଜଗନ୍ନାଥଙ୍କୁ ପରିବାର ଚଳାଇବାରେ ସହଯୋଗ କରି ଆସୁଥିଲେ। ହେଲେ ଏତିକିବେଳେ ତାଙ୍କ ଜୀବନରେ ଆସିଥିଲା ଅଦିନିଆ ଝଡ଼। ପାରିବାରିକ କଳହ କାରଣରୁ ସ୍ତ୍ରୀ ସହିତ ଝଗଡ଼ା କରି ଶ୍ୱଶୁର ଘରେ ଯାଇ ଆତ୍ମହତ୍ୟା କରିଥିଲେ ତାଙ୍କ ପୁଅ। ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ଭାଙ୍ଗି ପଡ଼ି ସ୍ତ୍ରୀ ମାଧବୀ ମଧ୍ୟ ନିଜର ମାନସିକ ଭାରସାମ୍ୟ ହରାଇ ଦେଇଥିଲେ। ଦୁଃଖର ପାହାଡ଼ ଓଜାଡି ପଡ଼ିଥିଲା ଜଗନ୍ନାଥଙ୍କ ଉପରେ। ତଥାପି ଭାଙ୍ଗି ପଡ଼ିନାହାନ୍ତି ସେ। ପରିଣତ ବୟସରେ ଭୋର ୩ଟାରୁ ବିଛଣାରୁ ଉଠି ପହଞ୍ଚିଯାନ୍ତି ବୈଶିଙ୍ଗା ବଜାରରେ। ସେଠାରୁ କ୍ଷୀର ସଂଗ୍ରହ କରି ସାଇକେଲ ଧରି ବାହାରିପଡ଼ନ୍ତି ଦୋକାନ ଓ ଘରକୁ ଘର ବାଣ୍ଟିବା ଲାଗି। ସକାଳ ୮ଟା ବେଳେ ଘରେ ପହଞ୍ଚି ରୋଗିଣା ସ୍ତ୍ରୀଙ୍କ ନିତ୍ୟକର୍ମ ସାରିବା ପରେ ନିଜେ ରୋଷେଇ କରି ଖାଇବା ସହିତ ସ୍ତ୍ରୀଙ୍କୁ ଖୁଆଇ ଦିଅନ୍ତି। ପୁଣି ଅପରାହ୍ନରେ କ୍ଷୀର ବିକିବାକୁ ବାହାରି ଯାଆନ୍ତି। ୨୦୧୦ରେ ସ୍ତ୍ରୀ ମାଧବୀ ତାଙ୍କ ହାତଛାଡ଼ି ଆରପାରିକୁ ଚାଲିଗଲେ। ତା’ପରେ ସମ୍ପୂର୍ଣ୍ଣ ନିଃସଙ୍ଗ ହୋଇଗଲେ ଜଗନ୍ନାଥ। ଏବେ ଆହାଃ ପଦେ କହିବାକୁ କେହି ନାହିଁ ତାଙ୍କ ପାଖରେ। ତଥାପି ହାରି ନାହାନ୍ତି ଜଗନ୍ନାଥ। ଆଜି ବି ସେଇ ଚିରାଚରିତ ଢଙ୍ଗରେ ସାଇକେଲରେ ପ୍ରାୟ ୧୨ରୁ୧୫ କି.ମି ରାସ୍ତା ବୁଲି କ୍ଷୀର ବିକୁଛନ୍ତି। ପୂର୍ବରୁ ଦୈନିକ ୨୫୦ଲିଟର କ୍ଷୀର ବିକ୍ରି କରୁଥିବାବେଳେ ଏବେ ବାର୍ଦ୍ଧ୍ୟକତା ପାଇଁ ୧୦୦ ଲିଟର ବିକୁଛନ୍ତି। ସେଥିରୁ ମିଳୁଥିବା ଦୈନିକ ୨୦୦ରୁ ୨୫୦ଟଙ୍କାରେ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ଅଳ୍ପ ପାଠ ପଢ଼ିଥିବା ଜଗନ୍ନାଥ ନିଜେ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କୌଣସି ବି ବ୍ୟବସାୟ ଛୋଟ ନୁହେଁ ବୋଲି ସେ କୁହନ୍ତି।

ରଶ୍ମିରେଖା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri