ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ

ପିପିଲି, ୧୧।୮(ସ୍ବ.ପ୍ର./ଡି.ଏନ୍‌.ଏ): ସରକାରୀ ସହାୟତା ମଞ୍ଜୁର ପାଇଁ ଜଣେ ଚାଷୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶୁଭ୍ରାଂଶୁ ସାହୁ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାମରେ ୟୁ/ସି ୭ପିସି ଆକ୍ଟ-୨୦୧୮ ଦଫାରେ କେସ୍‌ ନଂ. ୨୧/୨୦ ରୁଜୁ କରାଯାଇଛି। ଏ ନେଇ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପିପିଲି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ ମାଟିଆପଡ଼ା ଗ୍ରାମର ସନାତନ ବେହେରା କୁକୁଡ଼ା ଚାଷ କରିଥିଲେ। ତେବେ ଫନୀ ବାତ୍ୟାରେ ବହୁ କୁକୁଡ଼ା ମରିଯିବାରୁ ତାଙ୍କର ବ୍ୟାପକ କ୍ଷତି ଘଟିଥିଲା। ସେ ସରକାରୀ ସହାୟତା ପାଇବା ପାଇଁ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରର ଦ୍ୱାରସ୍ଥ ହୋଇଥିଲେ। ବାରମ୍ବାର ଦୌଡ଼ି ମଧ୍ୟ ସହାୟତା ମିଳି ନ ଥିଲା। ଅନ୍ୟପକ୍ଷରେ ସହାୟତା ମଞ୍ଜୁର କରିବା ଲାଗି ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ସାହୁ ତାଙ୍କୁ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ସନାତନ ଭିଜିଲାନ୍ସ ବିଭାଗକୁ ଏ ନେଇ ଅଭିଯୋଗ ଜଣାଇଥିଲେ। ଆଗରୁ ମଧ୍ୟ ଅନେକ ଚାଷୀଙ୍କୁ ସାହୁ ଲାଞ୍ଚ ମାଗିଥିବାର ଅଭିଯୋଗ ଭୁବନେଶ୍ୱର ଭିଜିଲାନ୍ସ ପାଖରେ ହୋଇଥିଲା। ତେଣୁ ସାହୁଙ୍କୁ ଗିରଫ କରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା। ସେହି ଅନୁସାରେ ସୋମବାର ସନାତନ ରାସାୟନିକ ବୋଳା ଟଙ୍କାକୁ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ସାହୁଙ୍କୁ ସିଧାସଳଖ ଦେବାବେଳେ ଆଗରୁ ସେଠାରେ ଲୁଚି ରହିଥିବା ଭୁବନେଶ୍ୱରର ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri