କରୋନା ଚିକିତ୍ସାର ଭିତିରି କଥା: ଅଗ୍ନିକାଣ୍ଡ ପରେ ସତ୍ୟ ପାଇଲା ପ୍ରକାଶ

ହାଇଦ୍ରାବାଦ୍‌, ୧୧।୮: ତିନି ଦିନ ତଳେ ବିଜୟଓ୍ବାଡ଼ାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ହୋଟେଲକୁ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିଲା। ଏଠାରେ ୩୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ। ତେବେ ଅଗ୍ନିକାଣ୍ଡ ପରେ ଆକ୍ରାନ୍ତମାନଙ୍କଠାରୁ ବହୁ ସତ କଥା ଧରାପଡ଼ିଛି। ହୋଟେଲରେ ଚିକିତ୍ସା ହେବା ପାଇଁ ସେମାନଙ୍କଠାରୁ ପ୍ରତିଦିନ ୫ ହଜାର ଟଙ୍କା ଲେଖାଏଁ ନିଆଯାଉଥିବା ସେମାନେ ପଚରାଉ ଚରା ସମୟରେ ପ୍ରକାଶ କରିଛନ୍ତି। ଏକ ଘରୋଇ ହସ୍ପିଟାଲ ପକ୍ଷରୁ ହୋଟେଲକୁ କୋଭିଡ୍‌ କେୟାର ସେଣ୍ଟର ଲାଗି ଲିଜ୍‌ରେ ନିଆଯାଇଥିଲା। ଏଭଳି କାର୍ଯ୍ୟ କେତେକ ହସ୍ପିଟାଲ ମଧ୍ୟ ଜାରି ରଖିଛନ୍ତି। ହୋଟେଲର କ୍ୱାଲିଟି ନେଇ ରହିବା ଖର୍ଚ୍ଚ ଅଲଗା ଅଲଗା ରହିଛି। ଖରାପ ହୋଟେଲରେ ଦିନିକିଆ ରହିବା ଖର୍ଚ୍ଚ ୧୫ ଶହ ଟଙ୍କା ଥିବାବେଳେ ଷ୍ଟାର ହୋଟେଲରେ ଦିନକୁ ରହିବା ଖର୍ଚ୍ଚ ୫ରୁ ୮ ହଜାର ଟଙ୍କା ଥିବା ଆକ୍ରାନ୍ତ କହିଛନ୍ତି। ହସ୍ପିଟାଲ ପକ୍ଷରୁ ଚିକିତ୍ସା ଖର୍ଚ୍ଚ ଅଲଗା ଆଦାୟ କରାଯାଉଥିବା ଜଣାପଡ଼ିଛି। ଚିକିତ୍ସା ଖର୍ଚ୍ଚ ଆଡଭାନ୍ସ ଦେବାକୁ ପଡୁଥିବା ଆକ୍ରାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ ପରେ କୋହଳ ହୋଇପାରେ ଲକ୍‌ଡାଉନ ନିୟମ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ପୂର୍ବରୁ ପାଳନ କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନର ସମୟ...

‘ବେଳେବେଳେ ମନକୁ ଆସୁଛି ରାଜନୀତି ଛାଡିଦେବି’

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜ ସଚ୍ଚୋଟତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବିଷୟ ଯାହା ବି ହେଉ, ସେ ଖୋଲାଖୋଲି ଭାବରେ...

୧୪ ରାଜ୍ୟର ମହିଳାଙ୍କ ମତ ‘ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଠିକ୍‌’

ନୂଆଦିଲ୍ଲୀ,୨୮।୧୧: ତୁମ ମତରେ ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଉଚିତ କି? ଏହି ପ୍ରଶ୍ନର ଉତ୍ତର ପାଇଁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ...

କରୋନା ନେଲା ୩୬ ବର୍ଷ ବୟସ୍କ ଯୁବକଙ୍କ ଜୀବନ

ଭୋପାଳ, ୪ ।୪: ଭାରତରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ୬ ଜଣଙ୍କ ମୃତ୍ୟୁ ଘଟିଛି ।...

ମଙ୍କିପକ୍ସକୁ ନେଇ ସତର୍କତା ଜାରି କଲେ ୟୁପି ସରକାର

ଲକ୍ଷ୍ନୌ,୨୭।୫: ମଙ୍କିପକ୍ସ ଭାଇରସ ସାରା ବିଶ୍ବରେ ଚିନ୍ତା ବଢାଇଛି । ଏହି ମାମଲା ବଢିବାରେ ଏବେ ଲାଗିଛି । ୧୫ ଦେଶରେ ୨୧୯ ମାମଲା ଚିହ୍ନଟ...

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଲେ ଟ୍ରାନ୍ସଜେଣ୍ଡର

ପୁଣେ,୧୯।୫: ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ସମସ୍ତେ ସହାୟତା ଯୋଗାଇ ଦେଉଥିବା ଦେଖାଯାଇଛି। ଏହି କ୍ରମରେ ପୁଣେରେ...

ଜନସାଧାରଣଙ୍କୁ ୩ ସଂକଳ୍ପ ମାଗିଲେ ପ୍ରଧାନମନ୍ତ୍ରୀ

ବାରଣାସୀ,୧୩।୧୨: ବାରଣାସୀରେ ବହୁ ପ୍ରତିକ୍ଷୀତ କାଶୀ-ବିଶ୍ୱନାଥ ଧାମ କରିଡରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ କାଶୀର ଐତିହାସିକ ଗାଥା...

ଚାଇନାରୁ ଫେରିଥିବା ଭାରତୀୟମାନେ ମାସ୍କ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨।୨: ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ ଭିତରେ ୩ ଶିଶୁ ଓ ୧୧ ଛାତ୍ର ରହିଛନ୍ତି।...

Advertisement
Archives

Model This Week