ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ, ୫୨୩ ଗ୍ରାମ୍‌ ସୁନା ଜବତ

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲେରିରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନାଗହଣା ଚୋରି ଘଟଣାର ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର ଓରଫ ଲିପୁଙ୍କୁ ସୋମବାର ପୋଲିସ ଗିରଫ କରିଛି। ସୀମାଞ୍ଚଳ ଜୁଏଲେରିରୁ ସୁନାଗହଣା ନେଇ ମାନାପୁରମ୍‌ ଓ ମୁଥୁଟ୍‌ ଫାଇନାନ୍ସରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କା ଆଣିଥିବା ଜେରା ବେଳେ ପୋଲିସ ଜାଣିବକୁ ପାଇଛି। ସେହିପରି ଉକ୍ତ ଟଙ୍କାରେ ସେ ଅନ୍‌ଲାଇନ ଗେମ୍‌ ଖେଳିଥିବା ମଧ୍ୟ ଜେରା ବେଳେ ଜଣାପଡ଼ିଛି। ଅଭିଯୁକ୍ତଙ୍କ ବୟାନକୁ ଆଧାରକରି ପୋଲିସ ମାନାପୁରମ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ ଓ ମୁଥୁଟ ଫାଇନାନ୍ସରେ ବନ୍ଧକ ଥିବା ୩ ଟିି ବ୍ରାସ୍‌ଲେଟ, ଗୋଟିଏ ହାର ଓ ଗୋଟିଏ ମଙ୍ଗଳସୂତ୍ର ପ୍ରାୟ ୫୨୩.୨୩ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ଏହାର ମୂଲ୍ୟ ୩୩ଲକ୍ଷ ୩୮ହଜାର ଟଙ୍କା। ଏନେଇ ଏକ ପ୍ରେସ୍‌ନୋଟ୍‌ରେ ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ମାମଲା ନମ୍ବର ୩୨/୨୩ ରେ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଉକ୍ତ ଶୋ’ରୁମ୍‌ରୁ ଚୋରି ହୋଇଥିବା ସମସ୍ତ ସୁନା ଅଳଙ୍କାର ଜବତ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
ଯେ, ସାନବଜାର ଛକଠାରେ ଥିବା ଅରୁନ୍ଧତୀ ଜୁଏଲେରିରୁ ବ୍ରଜନଗରର ୩ୟ ଲାଇନ୍‌ର ସୀମାଞ୍ଚଳ ବହୁ ବର୍ଷ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଗତ କିଛିଦିନ ତଳେ ସେ କେତେଜଣ ଗ୍ରାହକଙ୍କ ଘରକୁ ସୁନା ଅଳଙ୍କାର ବିକ୍ରି କରିବାକୁ ନେଉଛି ବୋଲି କହି ନେଇଥିଲେ। ହେଲେ ସେ ଏହି ସବୁ ଅଳଙ୍କାର ଧରି ଶୋ’ରୁମରୁ ଗ୍ରାହକଙ୍କୁ ବିକ୍ରି ନ କରି ନିଜେ ନେବାକୁ ଯୋଜନା କରିିଥିଲେ। କିଛିଦିନ ପରେ ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନିଅଣ୍ଟ ହୋଇଥିଲା। ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଗ୍ରାହକଙ୍କୁ ବିକିବାକୁ ନେଇଥିବା ସୁନା ବାବଦ ଟଙ୍କା ଶୋ’ରୁମ୍‌ରେ ଦାଖଲ କରି ନ ଥିବା ଜଣାପଡ଼ିଥିଲା। ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ଠିକ୍‌ ଉତ୍ତର ଦେଇ ନ ଥିଲେ। ଅଧିକ ପଚରାଉଚରା ପରେ ସେ ସୁନା ନେଇ ଋଣ ଉଠାଇଥିବା କହିଥିଲେ। ପରେ ଜୁଏଲେରି ବ୍ରାଞ୍ଚ ହେଡ୍‌ ମନମୋହନ ବାରିକ ବଡ଼ବଜାର ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri