ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ, ୫୨୩ ଗ୍ରାମ୍‌ ସୁନା ଜବତ

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲେରିରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନାଗହଣା ଚୋରି ଘଟଣାର ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର ଓରଫ ଲିପୁଙ୍କୁ ସୋମବାର ପୋଲିସ ଗିରଫ କରିଛି। ସୀମାଞ୍ଚଳ ଜୁଏଲେରିରୁ ସୁନାଗହଣା ନେଇ ମାନାପୁରମ୍‌ ଓ ମୁଥୁଟ୍‌ ଫାଇନାନ୍ସରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କା ଆଣିଥିବା ଜେରା ବେଳେ ପୋଲିସ ଜାଣିବକୁ ପାଇଛି। ସେହିପରି ଉକ୍ତ ଟଙ୍କାରେ ସେ ଅନ୍‌ଲାଇନ ଗେମ୍‌ ଖେଳିଥିବା ମଧ୍ୟ ଜେରା ବେଳେ ଜଣାପଡ଼ିଛି। ଅଭିଯୁକ୍ତଙ୍କ ବୟାନକୁ ଆଧାରକରି ପୋଲିସ ମାନାପୁରମ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ ଓ ମୁଥୁଟ ଫାଇନାନ୍ସରେ ବନ୍ଧକ ଥିବା ୩ ଟିି ବ୍ରାସ୍‌ଲେଟ, ଗୋଟିଏ ହାର ଓ ଗୋଟିଏ ମଙ୍ଗଳସୂତ୍ର ପ୍ରାୟ ୫୨୩.୨୩ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ଏହାର ମୂଲ୍ୟ ୩୩ଲକ୍ଷ ୩୮ହଜାର ଟଙ୍କା। ଏନେଇ ଏକ ପ୍ରେସ୍‌ନୋଟ୍‌ରେ ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ମାମଲା ନମ୍ବର ୩୨/୨୩ ରେ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଉକ୍ତ ଶୋ’ରୁମ୍‌ରୁ ଚୋରି ହୋଇଥିବା ସମସ୍ତ ସୁନା ଅଳଙ୍କାର ଜବତ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
ଯେ, ସାନବଜାର ଛକଠାରେ ଥିବା ଅରୁନ୍ଧତୀ ଜୁଏଲେରିରୁ ବ୍ରଜନଗରର ୩ୟ ଲାଇନ୍‌ର ସୀମାଞ୍ଚଳ ବହୁ ବର୍ଷ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଗତ କିଛିଦିନ ତଳେ ସେ କେତେଜଣ ଗ୍ରାହକଙ୍କ ଘରକୁ ସୁନା ଅଳଙ୍କାର ବିକ୍ରି କରିବାକୁ ନେଉଛି ବୋଲି କହି ନେଇଥିଲେ। ହେଲେ ସେ ଏହି ସବୁ ଅଳଙ୍କାର ଧରି ଶୋ’ରୁମରୁ ଗ୍ରାହକଙ୍କୁ ବିକ୍ରି ନ କରି ନିଜେ ନେବାକୁ ଯୋଜନା କରିିଥିଲେ। କିଛିଦିନ ପରେ ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନିଅଣ୍ଟ ହୋଇଥିଲା। ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଗ୍ରାହକଙ୍କୁ ବିକିବାକୁ ନେଇଥିବା ସୁନା ବାବଦ ଟଙ୍କା ଶୋ’ରୁମ୍‌ରେ ଦାଖଲ କରି ନ ଥିବା ଜଣାପଡ଼ିଥିଲା। ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ଠିକ୍‌ ଉତ୍ତର ଦେଇ ନ ଥିଲେ। ଅଧିକ ପଚରାଉଚରା ପରେ ସେ ସୁନା ନେଇ ଋଣ ଉଠାଇଥିବା କହିଥିଲେ। ପରେ ଜୁଏଲେରି ବ୍ରାଞ୍ଚ ହେଡ୍‌ ମନମୋହନ ବାରିକ ବଡ଼ବଜାର ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri