ରାସ୍ତା କାମ ଯୋଗୁ ଉଠିପାରୁନି ଧାନ

ବୌଦ୍ଧ,୭।୨(ସ୍ବ.ପ୍ର.): ରାସ୍ତା ନିର୍ମାଣ ଚାଲିଥିବାରୁ ମଣ୍ଡିରେ ତିନୋଟି ପଞ୍ଚାୟତର ଶହ ଶହ ଚାଷୀ ଧାନ ପଡ଼ିରହିଥିବା ସହ ଶୀତ କାକରରେ ଚାଷୀ ଧାନକୁ ଜଗି ରହିଛନ୍ତି। ରାସ୍ତା କାମ ଯୋଗଁୁ ମିଲର ଧାନ ଉଠାଇବାକୁ ଗାଡି ପଠାଇପାରୁନାହାନ୍ତି। ତେଣୁ ତୁରନ୍ତ ରାସ୍ତା କାମ ଶେଷ କରାଯାଉ କିମ୍ବା ବାଇପାସ୍‌ ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ଚାଷୀମାନେ। ସୋମବାର ଏହିଭଳି ଏକ ସମ୍ବେଦନଶୀଳ ଦାବି ନେଇ ହରଭଙ୍ଗା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ତିନୋଟି ପଞ୍ଚାୟତର ଚାଷୀ। ସୂଚନା ମୁତାବକ ପୁରୁଣାକଟକ ତିଲେଶ୍ୱର ରାସ୍ତାକାମ ପୂର୍ତ୍ତ ବିଭାଗ ପକ୍ଷରୁ ଏକମାସ ହେଲା ଚାଲୁଅଛି। ଫଳରେ ଏହି ରାସ୍ତାଦେଇ ଭାରିଯାନ ଚଳାଚଳ କରିପାରୁନାହିଁ। ଏହି ରାସ୍ତା ଉପରେ ତିଲେଶ୍ୱର, ରାମଗଡ ଓ ଧଳପୁର ଗ୍ରାମପଞ୍ଚାୟତର ଲୋକମାନେ ନିର୍ଭରଶୀଳ। ବର୍ତ୍ତମାନ ଧାନ ମଣ୍ଡିଗୁଡିକରେ ଧାନ ବିକ୍ରୟ ପାଇଁ ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯାଇଥିବାବେଳେ ରାସ୍ତା କାମ ଚାଲିଥିବାରୁ ଚାଷୀ ମଣ୍ଡିକୁ ଧାନ ନେବାରେ ସକ୍ଷମ ହୋଇପାରୁନାହିଁ। ଯେଉଁ ଚାଷୀ କଷ୍ଟରେ ମଣ୍ଡିରେ ଧାନ ଧରି ପହଞ୍ଚୁଛନ୍ତି ମିଲର ଗାଡି ଆସିପାରୁ ନ ଥିବା ଯୋଗୁ ମଣ୍ଡିରୁ ଧାନ ଉଠିପାରୁନାହିଁ। ଫଳରେ ଅନେକ ଚାଷୀ ଶୀତକାକରରେ ମଣ୍ଡିରେ ଧାନ ଜଗି ପଡ଼ି ରହିଛନ୍ତି। ଏହି ସମ୍ବେଦନଶୀଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯିବାକୁ ଚାଷୀମାନେ ଦାବି କରିଛନ୍ତି। ସୋମବାର ତିନି ପଞ୍ଚାୟତର ଅନେକ ଚାଷୀ ହରଭଙ୍ଗା ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀମାନେ ତୁରନ୍ତ ରାସ୍ତାକାମ ସାରିବାକୁ କିମ୍ବା ଯେଉଁ ସ୍ଥାନରେ ଗାଡି ଯାଇପାରୁନାହିଁ ବାଇପାସ୍‌ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri