ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ

ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍‌ଫେର୍‌ ଅଭିଯୋଗରେ ଶନିବାର ରେଡ୍‌ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଯାଜପୁର ସିଟି ଆଣ୍ଡ୍‌ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ। ତ୍ରିପାଠୀଙ୍କ ନାମରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ସ୍କ୍ରାପ୍‌ ମ୍ୟାଟେରିଆଲ ବୋଝେଇ ଗାଡ଼ି (ନଂ. ଓଡି୦୪ଏଲ୍‌-୨୨୩୩)ରୁ ଟ୍ୟାକ୍ସ ଓ ଜରିମାନା ଆଦାୟ ନ କରି ବେଆଇନ ଭାବେ ଛାଡ଼ିଦେବା ଦ୍ୱାରା ସରକାରଙ୍କର ୫,୮୫,୩୫୬ ଟଙ୍କା କ୍ଷତି ହୋଇଛି। ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିଲା।

ସୂଚନା ଅନୁସାରେ, ତ୍ରିପାଠୀ ଗତ ମେ’ ୭ ତାରିଖ ଅପରାହ୍ନ ପ୍ରାୟ ୧ଟାରେ ସ୍କ୍ରାପ୍‌ ବୋଝେଇ ହୋଇ ଯାଉଥିବା ଏକ ଗାଡ଼ିକୁ ଯାଜପୁର ରେଭେଣାଠାରେ ଅଟକାଇଥିଲେ। ଉକ୍ତ ଗାଡ଼ିରେ ଆନୁମାନିକ ୮,୮୯,୬୦୦ ଟଙ୍କାର ପ୍ରାୟ ୨୨,୨୪୦ କେଜି ସ୍କ୍ରାପ୍‌ ବୋଝେଇ ହୋଇଥିଲା। ଗାଡ଼ି ସହ ସ୍କ୍ରାପ୍‌କୁ ଜବତ କରାଯାଇଥିଲା। ଏହାପରେ ତ୍ରିପାଠୀ ସ୍କ୍ରାପ୍‌ ସାମଗ୍ରୀଗୁଡ଼ିକର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ଏହି ସ୍କ୍ରାପ ପରିବହନ ନିମନ୍ତେ ୩,୨୦,୦୦୦ ଟଙ୍କାର ଟ୍ୟାକ୍ସ ଦାଖଲ କରିବାକୁ କହିଥିଲେ। ଅପରପକ୍ଷରେ ଗାଡ଼ି ଓ ସ୍କ୍ରାପ୍‌ ସାମଗ୍ରୀଗୁଡ଼ିକୁ ଛାଡ଼ି ଦେବା ପାଇଁ ବେଆଇନ ଭାବେ ୨,୫୦,୦୦୦ ଟଙ୍କା ସେ ମାଲିକଙ୍କଠାରୁ ଦାବି କରିଥିଲେ। ମାତ୍ର ଲାଞ୍ଚ ଅର୍ଥ ନ ମିଳିବାରୁ ଜିଏସ୍‌ଟି ଆଇନ୍‌କୁ ଉଲ୍ଲଂଘନ କରି ତ୍ରିପାଠୀ ଆଉ ଜଣେ ସ୍କ୍ରାପ୍‌ ଡିଲରଙ୍କୁ ଜବତ ହୋଇଥିବା ସମସ୍ତ ସ୍କ୍ରାପ୍‌ ବିକି ଟ୍ୟାକ୍ସ ଦେଇଦେଲେ। ଏହାପରେ ବାକି ୫,୮୫,୩୫୬ ଟଙ୍କାକୁ ହେର୍‌ଫେର୍‌ କରିଦେଲେ। ଏହିପରି ଭାବରେ ତ୍ରିପାଠୀ ଅନ୍ୟାନ୍ୟ ପରିବହନ ସଂସ୍ଥାଠାରୁ ଟ୍ୟାକ୍ସ ଛାଡ଼ କରିଦେବା ଆଳରେ ବହୁ ଲାଞ୍ଚ ଅର୍ଥ ଆଦାୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ତେବେ ଭିଜିଲାନ୍ସ ତ୍ରିପାଠୀଙ୍କ ଭୁବନେଶ୍ୱର ୟୁନିଟ୍‌-୨ସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ଜିଲା ନିରାକାରପୁର ପଦ୍ମପୁରସ୍ଥିତ ପୈତୃକ ବାସଭବନ ଓ ନିର୍ମାଣାଧୀନ ଫାର୍ମ ହାଉସ୍‌, ଭୁବନେଶ୍ୱର ବରମୁଣ୍ଡା ଉତ୍ତର ମୁଣ୍ଡମୁହାଣସ୍ଥିତ କୃଷ୍ଣପ୍ରିୟା ଆପାର୍ଟମେଣ୍ଟରେ ଫ୍ଲାଟ୍‌ ନଂ-୨୦୧, କେନ୍ଦ୍ରାପଡ଼ା ପାଟକୁରାର ଯଦୁପୁର ଗ୍ରାମରେ ଏକକାଳୀନ ଚଢ଼ାଉ କରିଥିଲା। ଭିଜିଲାନ୍ସ କଟକ ଡିଭିଜନର ୭ ଜଣ ଡିଏସ୍‌ପି, ୧୪ ଇନ୍ସପେକ୍ଟରଙ୍କ ସମେତ ୨୫ରୁ ଅଧିକ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri