ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶକୁ ଅଣଦେଖା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏ ବାବଦରେ ପ୍ରାୟ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ପାଇଁ କମ୍ପାନୀ ସହ ଚୁକ୍ତି ହୋଇଛି। ଇତିମଧ୍ୟରେ କାମ ସାରିବା ପାଇଁ ହୋଇଥିବା ଚୁକ୍ତି ସମୟ ମଧ୍ୟ ଗତ ୧୬ ତାରିଖରେ ପୂରିଛି। ଚୁକ୍ତି ସମୟ ମଧ୍ୟରେ ମାତ୍ର ୩୪ ପ୍ରତିଶତ କାମ ହୋଇଥିବା ବିଭାଗ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ପ୍ରକୃତରେ ସେତିକି କାମ ହୋଇ ନ ଥିବା ଅନୁମାନ କରାଯାଉଛି। ପ୍ରକଳ୍ପ କାର୍ଯ୍ୟ ବହୁତ ମନ୍ଥର ଗତିରେ ଚାଲିଛି। ଯାହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବଢୁଛି। ଏଥିସହ ବିଭିନ୍ନ ସମୟରେ ଉକ୍ତ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ମନ୍ତ୍ରୀ ସମେତ ବିଧାନସଭାର ବିଭିନ୍ନ କମିଟି ମଧ୍ୟ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ମେ ୩୦ରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ପ୍ରକଳ୍ପ ସମୀକ୍ଷା କରିବାକୁ ଆସିଥିଲେ। କମିଟି ଅଧ୍ୟକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କମିଟି ସଭ୍ୟ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବଡ଼ଚଣା ବିଧାୟକ ଅମର ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରଥମେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ସମୟରେ ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଗ୍ରାମ୍ୟ ପାଇପ ଜଳଯୋଗାଣ ଅଧିକାରୀ ଏବଂ କାମ ନେଇଥିବା ଏଲଆଣ୍ଡ୍ଟି କମ୍ପାନୀ କର୍ମଚରୀଙ୍କୁ ଅଧ୍ୟକ୍ଷ ତାଗିଦ କରିଥିଲେ। ଏହା ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ପ୍ରକଳ୍ପ। ୨ ବର୍ଷ ହେବ ପ୍ରକଳ୍ପ କାର୍ଯ୍ୟ ହେଉଥିବା ବେଳେ ସମ୍ପୃୃକ୍ତ ଅଞ୍ଚଳବାସୀଙ୍କ ଶିକ୍ଷା, ସାସ୍ଥ୍ୟ, ଗମନାଗମନ ପ୍ରତି କମ୍ପାନୀ ଗୁରୁତ୍ୱ ଦେଇନାହିଁ। ତେଣୁ ସଂପୃକ୍ତ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କିଛି ସମାଜସେବା କାର୍ଯ୍ୟ କରିବାକୁ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ ସେ ସମୟରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିଟି ଇତିମଧ୍ୟରେ ପ୍ରକଳ୍ପ ପରିଦର୍ଶନ କରି ଫେରିଯିବାର ୨୮ ଦିନ ବିତିଗଲାଣି କିନ୍ତୁ ବିଭାଗ ପକ୍ଷରୁ କୌଣସି ସମାଜସେବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ କରାଯାଇନାହିଁ।

ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶକୁ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। କୌଣସି କମ୍ପାନୀ ବଡ଼ ପ୍ରକଳ୍ପ କାମ କଲେ ସଂପୃକ୍ତ ଅଞ୍ଚଳବାସୀଙ୍କ ବିକାଶ ପାଇଁ କିଛି ଜନହିତକର କାର୍ଯ୍ୟ କରିବା ନୀତି ନିୟମ ଅଛି। କିନ୍ତୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା କମ୍ପାନୀ ଏହାକୁ ଖାମଖିଆଲ ଭାବେ ନେଇ ସମାଜସେବା କାର୍ଯ୍ୟ ପ୍ରତି ଧ୍ୟାନ ଦେଉନାହିଁ । ବିଭାଗ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣଯନ୍ତ୍ରୀ ମୁନା କୁଲାଣ୍ଡିଆଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜୁଲାଇ ମାସରେ କିଛି ସମାଜ ସେବା କାର୍ଯ୍ୟ କରିବା ଲକ୍ଷ୍ୟ ଅଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଏନେଇ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସୂଚନା ଯୋଗ୍ୟ, ଗଞ୍ଜାମ ଜିଲାର ୧୨ଟି ବ୍ଲକ ବ୍ଲକର ୨୨୮ଟି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଯୋଜନାର ସୁଫଳ ୭୭୦ ଗ୍ରାମର ୧ଲକ୍ଷ ୬୬ ହଜାର ୯୩୭ ପରିବାରକୁ ଦେବାକୁ ଲକ୍ଷ୍ୟ ରହିଛି। ତେଣୁ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ପ୍ରକଳ୍ପ କିଭଳି ଅଗ୍ରଗତି ହେବ ସେନେଇ ସମୀକ୍ଷା କରିଥିଲେ। ସେ ସମୟରେ ଷ୍ଟାଣ୍ଡିଂ କମିଟି ଅଧକ୍ଷ ବିଜୁଳି କହିଥିଲେ ଯେ, ଯନ୍ତ୍ରୀ ମାନେ ନିୟମିତ କାମ ଯାଞ୍ଚ କରୁନାହାନ୍ତି। ତେଣୁ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ବିଭାଗ ପକ୍ଷରୁ ୩୩ ପ୍ରତିଶତ କାମ ହୋଇଥିବା ଦାବୀକୁ ଅଧକ୍ଷ ସନ୍ଦେହ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ୧୫ରୁ ୨୦ ପ୍ରତିଶତ ହିଁ କାମ ସରିଛି ବୋଲି ଅଧ୍ୟକ୍ଷ କହିଥିଲେ। ବଳକା କାମ ଡିସେମ୍ବର ୨୦୨୬ ସୁଦ୍ଧା ନ ସରିଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ବିଜୁଳି ଉକ୍ତଦିନ ଅନୁଷ୍ଠିତ ସମୀକ୍ଷା ବୈଠକରେ କହିଥିଲେ। କିନ୍ତୁ କମିଟି ଯିବା ପରେ ବିଭାଗ ପକ୍ଷରୁ ଯେଭଳି ତତ୍ପରତା ଦେଖାଯିବା କଥା ଦେଖାଯାଉନାହିଁ। ୧ ଲକ୍ଷ ୬୬ ହଜାର ୯୩୭ ପରିବାର ଉକ୍ତ ଯୋଜନାର ସୁଫଳ ପାଇବେ। ୧୯୮୯ କିମି ପାଇପ୍‌ ଲାଇନ ବିଛାଯିବ । ତେଣୁ ଦଶପଲ୍ଲା ନିକଟସ୍ଥ ମହାନଦୀରୁ ପାଣି ବଡ଼ ବଡ଼ ପାଇପ୍‌ରେ ଆଣି ଗାୟଗଣ୍ଡାଠାରେ ମହଜୁଦ ରଖି ସେଠାରୁ ଜିଲାର ବିଭିନ୍ନ ଅଞ୍ଚଳକୁ ଛଡ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri