Posted inଜାତୀୟ

ଆସାମ ରାଇଫଲ୍ସ-ଉଗ୍ରବାଦୀ ମୁହାଁମୁହିଁ, ୨ ଯବାନ ଆହତ…

କୋହିମା, ୧୫।୮ : ସୋମବାର ସକାଳେ ନାଗାଲାଣ୍ଡର ମୋନ ଜିଲ୍ଲାରେ ସନ୍ଦିଗ୍ଧ ଏନଏସସିଏନ-କେଓ୍ବାଇଏ ଉଗ୍ରବାଦୀଙ୍କ ସହ ଆସାମ ରାଇଫଲ୍ସ ଯବାନ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଆସାମ ରାଇଫଲ୍ସର ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜୋରହାଟ ବାୟୁସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆସାମ ରାଇଫଲ୍ସ ଏକ ବିବୃତ୍ତିରେ କହିଛି ଯେ ଏହି ଏନକାଉଣ୍ଟରରେ କିଛି ଆତଙ୍କବାଦୀଙ୍କ ମୃତ୍ୟୁ ହେବାର ଅନୁମାନ କରାଯାଉଛି। ସର୍ଚ୍ଚ ଅପରେଶନ ଜାରି ରହିଛି।

ଏହାପୂର୍ବରୁ ଅଗଷ୍ଟ ୯ରେ, ଏନଏସସିଏନ-କେଓ୍ବାଇଏ ଏବଂ ଉଲଫା-୧ ର ସନ୍ଦିଗ୍ଧ ଉଭ୍ରବାଦୀମାନେ ପ୍ରାୟ ଏକ ସମୟରେ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଭାରତ-ମ୍ୟାନମାର ସୀମାରେ ଥିବା ନାଗାଲାଣ୍ଡର ନୋକଲାକ ଜିଲାର ଦାନ ପାଙ୍ଗଶା ଅଞ୍ଚଳରେ ଆସାମ ରାଇଫଲ୍ସ ଯବାନଙ୍କୁ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ଏହା ପରେ ଆସାମ ରାଇଫଲ୍ସ ଯବାନ ଏବଂ ସେହି ଅଞ୍ଚଳରେ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଉଭୟ ପକ୍ଷର କୌଣସି କ୍ଷୟକ୍ଷତି ହୋଇ ନଥିଲା।

ସେହି ଦିନ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲାର ଭାରତ-ମ୍ୟାନମାର ସୀମାରେ ଥିବା ପାଙ୍ଗସାଉ ପାସରେ ଉଗ୍ରବାଦୀମାନେ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଆସାମ ରାଇଫଲ୍ସର ପାଟ୍ରୋଲିଂ ପାର୍ଟି ଉପରେ ଉଗ୍ରବାଦୀମାନେ ଗୁଳି ଚାଳନା କରିଥିଲେ। ତେଜପୁରର ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟନାଟ କର୍ନଲ ଏ.ଏସ୍‌. ୱାଲିଆ କହିଥିଲେ ଯେ ଭାରତ-ମ୍ୟାନମାର ସୀମାରେ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ଆସାମ ରାଇଫଲ୍ସ ଯବାନଙ୍କ ଉପରକୁ ଗୁଳି ଚଳାଇବା ଘଟଣା ତିରାପ ଏବଂ ଚାଙ୍ଗଲାଙ୍ଗ ଜିଲାର ଅଞ୍ଚଳରେ ଘଟିଥିଲା।

ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି ଯେ ଜଣେ ଜୁନିଅର କମିଶନ ଅଧିକାରୀଙ୍କ ହାତରେ ଆଘାତ ଲାଗିଛି। ଚାଙ୍ଗଲାଙ୍ଗ ଏସପି ମିହିନ ଗାମ୍ବୋ କହିଛନ୍ତି ଯେ ଏହି ଆକ୍ରମଣରେ କେଉଁ ବିଦ୍ରୋହୀ ଗୋଷ୍ଠୀଙ୍କର ସମ୍ପୃକ୍ତ ଅଛି ତାହା ତୁରନ୍ତ ଜଣା ପଡି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri