Posted inଜାତୀୟ

ଆସାମ ବନ୍ୟା: ୫ ଲକ୍ଷ ଲୋକ ପ୍ରଭାବିତ, ୧୪,୦୦୦ ବାସହୀନ, ଜଣେ ମୃତ

ଗୁଆହାଟୀ,୨୩।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜ୍ୟରେ ଲଗାତାର ବର୍ଷା ହେତୁ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇରହିଛି। ଏହି କାରଣରୁ ପ୍ରାୟ ୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହ ଆସାମର ପ୍ରାୟ ୧୨ଟି ଜିଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା କୁହାଯାଉଛି। ଗତ ଦୁଇ ଦିନ ହେବ ଅବସ୍ଥା ଆହୁରି ବିଗିଡିଯାଇଛି, ଯେଉଁ କାରଣରୁ ୧୪,୦୦୦ରୁ ଅଧିକ ଲୋକ ନିଜ ଘର ଛାଡି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଏହା ବ୍ୟତୀତ ତମୁଲପୁର ଜିଲାରେ ବନ୍ୟା ହେତୁ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

ଆସାମରେ ବନ୍ୟା ପ୍ରଭାବିତ ଅଞ୍ଚଳ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ଦିନ ମଧ୍ୟରେ ପ୍ରଭାବିତଙ୍କ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି। ଜୁନ ୧୦ରେ ଯେତେବେଳେ ମୌସୁମୀ ଆସିଲା, ସେତେବେଳେ ସମୁଦାୟ ୩୪,୦୦୦ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ କେବଳ ଗୋଟିଏ ରିଲିଫ କ୍ୟାମ୍ପ କରାଯାଇଥିଲା। କିନ୍ତୁ ଏହା ପରେ ପରିସ୍ଥିତି ବିଗିଡିବାରେ ଲାଗିଲା। ଗତ ଦୁଇ ଦିନ ମଧ୍ୟରେ ବନ୍ୟା ପ୍ରଭାବିତ ଲୋକଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଛି, ଯେଉଁ କାରଣରୁ ହଜାର ହଜାର ଲୋକଙ୍କୁ ରଖାଯାଉଥିବା ୧୧ ଟି ଜିଲାରେ ପ୍ରାୟ ୮୩ଟି ରିଲିଫ କ୍ୟାମ୍ପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ଯିବେ ମୋଦି, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ରୟାଲ୍ ଏନଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ‘Flying Flea C6’ ଲଞ୍ଚ୍: ଜାଣନ୍ତୁ ଦମଦାର୍ ଫିଚର୍ସ-ମୂଲ୍ୟ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡର ନୂଆ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ‘Flying Flea’ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Flying Flea C6 ର…

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ ।…

ଗ୍ରାହକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ: ରୁପା ୮,୦୪୦ ତ ଏତିକି ଟଙ୍କା ଶସ୍ତା ହେଲା ସୁନା, କିଣିବାର ଥିଲେ…

ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀର ସରଫା ବଜାରରେ ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ‘G7ରେ ମେଲୋନି ଫଟୋ ଉଠାଇବାକୁ ପାଗଳ ହେଉଥିଲେ’, ଜବାବ ରଖିଲେ ଇଟାଲୀ ପିଏମ୍‌

ଓ୍ବାଶିଂଟନ,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଦ୍ଭୁତ ଦାବି କରିଛନ୍ତି ଯାହାକୁ ଇଟାଲୀ ପ୍ରଧାନମନ୍ତ୍ରୀ ମିଥ୍ୟା ବୋଲି କହି ଖାରଜ କରିଛନ୍ତି, ଫଳରେ ନୂତନ ବିବାଦ…

ଜନ୍ମମାଟିରେ ବୀର ସନ୍ତାନଙ୍କୁ ଶେଷ ବିଦାୟ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି

ପାରଳାଖେମୁଣ୍ଡି,୧୯।୬ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମରେ ଶୁକ୍ରବାର ଶୋକର ଛାୟା ଖେଳିଯାଇଛି। ଗ୍ରାମର ବୀର ସନ୍ତାନ ତଥା ଭାରତୀୟ ସେନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri