Posted inଖେଳ

୭୫ ବର୍ଷ ପୂର୍ତ୍ତିରେ ଭାଗନେବେ ୫୦ ଲକ୍ଷ

ଆଥ୍‌ଲେଟମାନଙ୍କ ମଧ୍ୟରେ କ୍ରୀଡା ଭାବନା ସୃଷ୍ଟି କରିବା ଦିଗରେ ଅଲିମ୍ପିକ୍ସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୪୮ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ୭୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହି ଅବସରରେ ସମଗ୍ର ବିଶ୍ୱର ୫ଟି ମହାଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହା ସହିତ ଚଳିତ ବର୍ଷର ଥିମ୍‌ ରହିଛି ‘ଲେଟ୍ସ ମୁଭ୍‌’। ଆଥ୍‌ଲେଟମାନଙ୍କ ମଧ୍ୟରେ ଉତ୍କର୍ଷ, ବନ୍ଧୁତା ଓ ସମ୍ମାନ ପାଇଁ ଏହି ଉତ୍ସବକୁ ପାଳନ କରାଯାଉଛି।
ଇତିହାସ: ପ୍ରଥମ ଥର ପାଇଁ ୧୮୯୪ରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଗଠନ ହୋଇଥିଲା । କ୍ରୀଡାର ମଜା ସାମଗ୍ରିକ ଭାବରେ ଉଠାଇବା ପାଇଁ ପିଅର୍‌ ଡେ କୋବେର୍ଟିନ୍‌ ଏହା ପ୍ରତିଷ୍ଠା କରିଥିଲେ। ୧୯୪୮, ଜୁନ୍‌ ୨୩ ତାରିଖରେ ପ୍ରଥମ ଥର ପାଇଁ ଏହି କମିଟି ପକ୍ଷରୁ ଅଲିମ୍ପିକ୍ସ ଦିବସ ପାଳନ କରାଯାଇଥିଲା। ସେ ସମୟରେ ମାତ୍ର ୯ଟି ଦେଶ ଅଲିମ୍ପିକ୍ସ କମିଟିର ସଦସ୍ୟ ରହିଥିଲେ। ଇତି ମଧ୍ୟରେ ୭୫ ବର୍ଷ ପୂରି ଯାଇଥିବା ବେଳେ ୫ଟି ମହାଦେଶର ୧୩୦ ରାଷ୍ଟ୍ର ଏହାର ସଦସ୍ୟତା ଗ୍ରହଣ କରି ସାରିଛନ୍ତି।
ଏସିଆରୁ ନେଇ ଆମେରିକା ପର୍ଯ୍ୟନ୍ତ ସର୍ବତ୍ର ଏହି ଦିବସକୁ ଅତ୍ୟନ୍ତ ଧୁମ୍‌ଧାମରେ ପାଳନ କରାଯାଇଥାଏ। ପାନାମା, ରୋମାନିଆ ଓ କାଜାକସ୍ତାନ ପରି ଦେଶରେ ମେ’ ମାସରୁ ଏହି ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ପ୍ୟାରିସ୍‌ ୨୦୨୪କୁ ଦୃଷ୍ଟିରେ ରଖି ୭୦ ଦେଶ କାର୍ଯ୍ୟକ୍ରମ ରଖିଛନ୍ତି। ଅନ୍ୟପକ୍ଷରେ ଡକାରରେ ହେବାକୁ ଥିବା ୨୦୨୬ ୟୁଥ୍‌ ଅଲିମ୍ପିକ୍ସକୁ ସେଲିବ୍ରେଟ୍‌ କରିବାକୁ ନିଷ୍ପତ୍ତି ନେଇଛି ସେନେଗାଲ। ୨୦୩୨ରେ ହେବାକୁ ଥିବା ବ୍ରିସବେନ୍‌ ଅଲିମ୍ପିକ୍ସ ପାଇଁ ପୂର୍ବତନ ଅଲିମ୍ପିଆନମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଲେଟ୍ସ ମୁଭ୍‌: ଚଳିତ ବର୍ଷର ଥିମ୍‌ ରହିଛି ଲେଟ୍ସ ମୁଭ୍‌। ୮୦ ପ୍ରତିଶତ ଯୁବପିଢି ନିଜର ଦୈନନ୍ଦିନ ଶାରୀରିକ ପରିଶ୍ରମ କରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଯୁବସମାଜକୁ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିବାକୁ ଏହି ଥିମ୍‌ ଚୟନ କରାଯାଇଛି। କ୍ରୀଡା ଆମକୁ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖିଥାଏ। ତେଣୁ ସମସ୍ତେ କ୍ରୀଡାକୁ ସାଦରେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ମୁଖ୍ୟ ଥୋମାସ୍‌ ବାକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri