ଏଏସ୍‌ଆଇ ଅଜାଣତରେ ଜିପିଆର୍‌ଏସ୍‌

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ ଓ ଖନନ କାର୍ଯ୍ୟ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) ହୋଇ ନ ଥିଲା। ଦୋଷ ଘୋଡ଼ାଇବା ପାଇଁ ପ୍ରଶାସନ ଶନିବାର ରାତିଅଧରେ ଲୁଚିଛପି ଜିପିଆରଏସ୍‌ ସର୍ଭେ କରୁଥିବା ଧରାପଡ଼ିଛି। ପ୍ରଶାସନର ଏହି ରାତିଅଧିଆ ସର୍ଭେକୁ ନେଇ ଜନଅସନ୍ତୋଷ ତେଜିବାରେ ଲାଗିଛି। ସେହିପରି ଜିପିଆର୍‌ଏସ୍‌ ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ନିକଟରେ ସୂଚନା ନ ଥିବା ରବିବାର ଏଏସ୍‌ଆଇ ପୁରୀ ସର୍କଲ ଅଫିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ସରକାରଙ୍କ କାର୍ଯ୍ୟଶୈଳୀ ଓ ଉଦ୍ଦେଶ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଏସ୍‌ଆଇର ପୁରୀ ସର୍କଲ ଅଫିସ୍‌ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଜିପିଆର୍‌ଏସ୍‌ କରାଯିବା ନେଇ କୌଣସି ସୂଚନା ନାହିଁ। ଏ ସଂକ୍ରାନ୍ତରେ ଚିଠି ମଧ୍ୟ ଲେଖାଯାଇନାହିଁ। ଜିପିଆର୍‌ଏସ୍‌ ହେଉଥିବା ସ୍ଥାନରେ କୌଣସି ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ନ ଥିଲେ। ମାତ୍ର ନିୟମ ମୁତାବକ, ଜିପିଆର୍‌ଏସ୍‌ ସମୟରେ ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ରହିବା ଆବଶ୍ୟକ। ସେହିଭଳି ସର୍ଭେକୁ ନେଇ କୁହାଯାଇଛି ଯେ, ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଯଦି ସତ୍ୟ, ତେବେ ଏହା ଜିପିଆର୍‌ଏସ୍‌ ହେଉଥିବା କୁହାଯାଇପାରିବ।
ସୂଚନାଯୋଗ୍ୟ, ଏ ସଂକ୍ରାନ୍ତ ମାମଲାରେ ଗତ ମେ ୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ଯେଉଁସବୁ କାର୍ଯ୍ୟ କରାଯିବ, ସେଥିରେ ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ରହିବେ। ସମସ୍ତ କାର୍ଯ୍ୟ ଏଏସ୍‌ଆଇ ସହଯୋଗରେ କାର୍ଯ୍ୟକାରୀ କରାଯିବ ବୋଲି ସତ୍ୟପାଠରେ ଆଡଭୋକେଟ୍‌ ଜେନେରାଲ ଜଣାଇଥିଲେ। ମାତ୍ର ଏଠାରେ ତା’ର ବ୍ୟତିକ୍ରମ ଘଟିଛି। ଆମ୍‌ସାର୍‌ ଆକ୍ଟ-୧୯୫୮ ମଧ୍ୟ ସମାନ କଥା କହିଥାଏ। ଏଏସ୍‌ଆଇ ଅଧିକାରୀଙ୍କ ବିନା ଉପସ୍ଥିତିରେ ଜିପିଆରଏସ୍‌ କରାଯାଇପାରିବ ନାହିଁ। ସରକାର ଜିପିଆରଏସ୍‌ ସମ୍ପର୍କରେ ସୂଚନା ନ ଦେଇ ସର୍ଭେ କରିବା ଯେତେ ବଡ଼ ଭୁଲ, ତାହାଠାରୁ ବଡ଼ ଭୁଲ ହେଉଛି ଏଏସ୍‌ଆଇ ଅଧିକାରୀଙ୍କ ବିନା ଉପସ୍ଥିତିରେ ଜିପିଆରଏସ୍‌ କରାଇବା। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏଏସ୍‌ଆଇର ବିନା ଉପସ୍ଥିତିରେ ରାତିଅଧିଆ ଜିପିଆରଏସ୍‌ କାର୍ଯ୍ୟକାରୀ କରାଇ ପ୍ରଶାସନ କ’ଣ ଲୁଚାଇବାକୁ ଚାହୁଁଛି। ସେହିଭଳି ଶନିବାର ରାତିରେ ହୋଇଥିବା ଜିପିଆରଏସ୍‌ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରର ଅତି ନିକଟ ଅଞ୍ଚଳରେ ହେଉଥିଲା। ଖନନସ୍ଥଳ ପାଖରେ ଜିପିଆରଏସ୍‌ କରାଯାଇନାହିଁ। ଏନେଇ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଜିପିଆର୍‌ଏସ୍‌ ନ କରି ରାଜ୍ୟ ସରକାର ବିରାଟ ଖନନ କରିସାରିଛନ୍ତି। ଏବେ ଜିପିଆରଏସ୍‌ କେବଳ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ଉଦ୍ଦେଶ୍ୟରେ କରାଯାଉଛି। ସରକାର ଐତିହ୍ୟ ଓ କୀର୍ତ୍ତିରାଜି ପ୍ରତି ଚିନ୍ତିତ ଥିଲେ ପ୍ରଥମେ ଜିପିଆର୍‌ଏସ୍‌ କରିଥାଆନ୍ତେ। ସେହିପରି ସୂଚନା ଅଧିକାର କର୍ମୀ ତଥା ହାଇକୋର୍ଟରେ ଏ ସମ୍ପର୍କିତ ଆବେଦନ କରିଥିବା ଦିଲୀପ ବରାଳ କହିଛନ୍ତି, ଏଭଳି ରାତିଅଧରେ ଜିପିଆର୍‌ଏସ୍‌ ଯୋଗୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପଦାରେ ପଡ଼ିଛି। ସମ୍ପ୍ରତି କରାଯାଉଥିବା ସର୍ଭେରେ ଶ୍ରୀମନ୍ଦିର ଚୌହଦିର ନିର୍ମାଣସ୍ଥଳୀରେ କୌଣସି ଗୁରୁତ୍ୱପୂର୍ଣ୍ଣ ଓ ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିର ସନ୍ଧାନ ମିଳିଲେ କ’ଣ କରାଯିବ। ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ସରକାର ଆଦୌ ଚିନ୍ତିତ ନୁହନ୍ତି। ହାଇକୋର୍ଟରେ ଆସନ୍ତା ଦିନରେ ସତ୍ୟପାଠ କରିବାକୁ ଥିବାରୁ ପ୍ରଶାସନ କୌଶଳକ୍ରମେ ଜିପିଆର୍‌ଏସ୍‌ କରି ଏହାକୁ ପ୍ରକଳ୍ପ କାର୍ଯ୍ୟ ପୂର୍ବର ସର୍ଭେ ବୋଲି କହିବାକୁ ପ୍ରୟାସ କରୁଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଜିଲା ପ୍ରଶାସନ, ଓବିସିସି କିମ୍ବା ଟାଟା କମ୍ପାନୀ କେହି ମୁହଁ ଖୋଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

ଆଜି ଉପକୂଳରେ ମାଡ଼ହେବ ‘ମିଗ୍‌ଜୋମ୍‌’: ଓଡ଼ିଶାର ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୫ା୧୨ (ଅନିଲଦାସ):ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri