ଆସୋଟେକ୍‌ର ନୂଆ ଟାଉନଶିପ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ କମ୍ପାନୀ ଆସୋଟେକ୍‌ ଗ୍ରୁପ୍‌ ପକ୍ଷରୁ ସ୍ଥାନୀୟ ରୁଦ୍ରପୁରଠାରେ ନୂଆ ଟାଉନଶିପ ପ୍ରୋଜେକ୍ଟ ବିକଶିତ କରାଯାଉଛି। କମ୍ପାନୀ ନଭେମ୍ବର ୨୦୧୯ରୁ ଏହାର ଶୁଭାରମ୍ଭ କରିଛି। ଭୁବନେଶ୍ୱରଠାରେ ଆସୋଟେକ୍‌ ସନ୍‌ ଗ୍ରୋଥ ଆବୋଡ ଏଲ୍‌ଏଲ୍‌ପି ମାଧ୍ୟମରେ କମ୍ପାନୀ ନିଜସ୍ବ ଜମିରେ ଏହି ଗ୍ରୁପ୍‌ ହାଉସିଂ ଟାଉନଶିପ ପ୍ରକଳ୍ପ ବିକଶିତ କରାଯାଉଥିବା ଗ୍ରୁପ୍‌ର ଏମ୍‌ଡି ସଞ୍ଜୀବ ଶ୍ରୀବାସ୍ତବ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, କମ୍ପାନୀ ରାଜ୍ୟରେ ୯୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ଯୋଜନା ରଖିଛି। ଏଥିରେ ପ୍ରାୟ ୩ଟି ପର୍ଯ୍ୟାୟରେ ୧୭୦୦ରୁ ଅଧିକ ଆପାର୍ଟମେଣ୍ଟ ନିର୍ମାଣ କରାଯାଉଛି। ନୂଆ ପ୍ରକଳ୍ପ ମୋଟ ୨୦ ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୦୧୦ଟି ଫ୍ଲାଟ୍‌ ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି। ଏଥିରେ ଅତ୍ୟାଧୁନିକ ସୁବିଧା ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି। ସେହିଭଳି ସାମାଜିକ ପ୍ରତିବଦ୍ଧତାର ଅଂଶ ଭାବେ ଏହା ଅର୍ଥନୈତିକ ଦୁର୍ବଳଶ୍ରେଣୀ (ଇଡବ୍ଲ୍ୟୁଏସ୍‌) ଲାଗି ୪୮୫ଟି ଆପାର୍ଟମେଣ୍ଟ ନିର୍ମାଣ ଯୋଜନା ମଧ୍ୟ ରଖିଛି। ୨୦୨୪ ସୁଦ୍ଧା ପ୍ରକଳ୍ପ କାମ ସାରିବା ଅବଧି ରହିଥିବା ବେଳେ ଏହା ଧାର୍ଯ୍ୟ ସମୟର ୬ ମାସ ଆଗରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀବାସ୍ତବ କହିଛନ୍ତି।
ଟେକ୍ନୋଲୋଜିକୁ ଏବେ କମ୍ପାନୀ ଅଗ୍ରାଧିକାର ଦେଉଛି। ଏହା ଅତ୍ୟାଧୁନିକ ଆଲୁମିନିୟମ ଓ୍ବାର୍କ ସଟରିଂ (ମିଭାନ ଟେକ୍ନୋଲୋଜି)କୁ ବର୍ତ୍ତମାନ କାର୍ଯ୍ୟକାରୀ କରାଇଛି। ତ୍ୱରିତ ଏବଂ ଗୁଣାତ୍ମକ ନିର୍ମାଣ ଲାଗି ଓଡ଼ିଶାରେ ଏଭଳି ଟେକ୍ନୋଲୋଜି ପ୍ରଥମ ଥର ଲାଗି ବ୍ୟବହାର କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଟେକ୍ନୋଲୋଜିର ସ୍ବତନ୍ତ୍ର ବିଶେଷତା ରହିଛି। କାନ୍ଥ, ଛାତ, ସ୍ଲାବ୍‌ ସହ ଗୋଟିଏ ଚଟାଣର ଦୃଢ଼ ନିର୍ମାଣ ସାଙ୍ଗକୁ ସମ୍ପୂର୍ଣ୍ଣ କରିବାକୁ ୭ରୁ ୧୦ ଦିନର ଅବଧି ଲାଗିଥାଏ। ଏଭଳି ନିର୍ମାଣରେ ପ୍ଲାଷ୍ଟରର ଆବଶ୍ୟକତା ପଡେନାହିଁ। ଉତ୍ତମ ଗୁଣବତ୍ତା ସାଙ୍ଗକୁ ଛାତର ସ୍ଥିରତା, ପରିବେଶ ଅନୁକୂଳ ଏବଂ ଉଚ୍ଚସ୍ତରୀୟ ଏନର୍ଜି ଦକ୍ଷତା ମଧ୍ୟ ଏଥିରେ ରହିଛି। ସୂଚନାଯୋଗ୍ୟ, ୨୦୦୭ରୁ ଆସୋଟେକ୍‌ ଗ୍ରୁପ୍‌ ଭୁବନେଶ୍ୱରରେ ଉପସ୍ଥିତି ଜାହିର କରି ଆସିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ଅଭିନବ ଉତ୍ପାଦ ଏବଂ ଡିଜାଇନ ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରଖିଛି। ଏହାବାଦ ନିଯୁକ୍ତି ସୃଷ୍ଟି ତଥା ରାଜ୍ୟର ବିକାଶ ଦିଗରେ ଯୋଗଦାନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri