ଆସୋଟେକ୍‌ର ନୂଆ ଟାଉନଶିପ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ କମ୍ପାନୀ ଆସୋଟେକ୍‌ ଗ୍ରୁପ୍‌ ପକ୍ଷରୁ ସ୍ଥାନୀୟ ରୁଦ୍ରପୁରଠାରେ ନୂଆ ଟାଉନଶିପ ପ୍ରୋଜେକ୍ଟ ବିକଶିତ କରାଯାଉଛି। କମ୍ପାନୀ ନଭେମ୍ବର ୨୦୧୯ରୁ ଏହାର ଶୁଭାରମ୍ଭ କରିଛି। ଭୁବନେଶ୍ୱରଠାରେ ଆସୋଟେକ୍‌ ସନ୍‌ ଗ୍ରୋଥ ଆବୋଡ ଏଲ୍‌ଏଲ୍‌ପି ମାଧ୍ୟମରେ କମ୍ପାନୀ ନିଜସ୍ବ ଜମିରେ ଏହି ଗ୍ରୁପ୍‌ ହାଉସିଂ ଟାଉନଶିପ ପ୍ରକଳ୍ପ ବିକଶିତ କରାଯାଉଥିବା ଗ୍ରୁପ୍‌ର ଏମ୍‌ଡି ସଞ୍ଜୀବ ଶ୍ରୀବାସ୍ତବ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, କମ୍ପାନୀ ରାଜ୍ୟରେ ୯୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ଯୋଜନା ରଖିଛି। ଏଥିରେ ପ୍ରାୟ ୩ଟି ପର୍ଯ୍ୟାୟରେ ୧୭୦୦ରୁ ଅଧିକ ଆପାର୍ଟମେଣ୍ଟ ନିର୍ମାଣ କରାଯାଉଛି। ନୂଆ ପ୍ରକଳ୍ପ ମୋଟ ୨୦ ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୦୧୦ଟି ଫ୍ଲାଟ୍‌ ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି। ଏଥିରେ ଅତ୍ୟାଧୁନିକ ସୁବିଧା ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି। ସେହିଭଳି ସାମାଜିକ ପ୍ରତିବଦ୍ଧତାର ଅଂଶ ଭାବେ ଏହା ଅର୍ଥନୈତିକ ଦୁର୍ବଳଶ୍ରେଣୀ (ଇଡବ୍ଲ୍ୟୁଏସ୍‌) ଲାଗି ୪୮୫ଟି ଆପାର୍ଟମେଣ୍ଟ ନିର୍ମାଣ ଯୋଜନା ମଧ୍ୟ ରଖିଛି। ୨୦୨୪ ସୁଦ୍ଧା ପ୍ରକଳ୍ପ କାମ ସାରିବା ଅବଧି ରହିଥିବା ବେଳେ ଏହା ଧାର୍ଯ୍ୟ ସମୟର ୬ ମାସ ଆଗରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀବାସ୍ତବ କହିଛନ୍ତି।
ଟେକ୍ନୋଲୋଜିକୁ ଏବେ କମ୍ପାନୀ ଅଗ୍ରାଧିକାର ଦେଉଛି। ଏହା ଅତ୍ୟାଧୁନିକ ଆଲୁମିନିୟମ ଓ୍ବାର୍କ ସଟରିଂ (ମିଭାନ ଟେକ୍ନୋଲୋଜି)କୁ ବର୍ତ୍ତମାନ କାର୍ଯ୍ୟକାରୀ କରାଇଛି। ତ୍ୱରିତ ଏବଂ ଗୁଣାତ୍ମକ ନିର୍ମାଣ ଲାଗି ଓଡ଼ିଶାରେ ଏଭଳି ଟେକ୍ନୋଲୋଜି ପ୍ରଥମ ଥର ଲାଗି ବ୍ୟବହାର କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଟେକ୍ନୋଲୋଜିର ସ୍ବତନ୍ତ୍ର ବିଶେଷତା ରହିଛି। କାନ୍ଥ, ଛାତ, ସ୍ଲାବ୍‌ ସହ ଗୋଟିଏ ଚଟାଣର ଦୃଢ଼ ନିର୍ମାଣ ସାଙ୍ଗକୁ ସମ୍ପୂର୍ଣ୍ଣ କରିବାକୁ ୭ରୁ ୧୦ ଦିନର ଅବଧି ଲାଗିଥାଏ। ଏଭଳି ନିର୍ମାଣରେ ପ୍ଲାଷ୍ଟରର ଆବଶ୍ୟକତା ପଡେନାହିଁ। ଉତ୍ତମ ଗୁଣବତ୍ତା ସାଙ୍ଗକୁ ଛାତର ସ୍ଥିରତା, ପରିବେଶ ଅନୁକୂଳ ଏବଂ ଉଚ୍ଚସ୍ତରୀୟ ଏନର୍ଜି ଦକ୍ଷତା ମଧ୍ୟ ଏଥିରେ ରହିଛି। ସୂଚନାଯୋଗ୍ୟ, ୨୦୦୭ରୁ ଆସୋଟେକ୍‌ ଗ୍ରୁପ୍‌ ଭୁବନେଶ୍ୱରରେ ଉପସ୍ଥିତି ଜାହିର କରି ଆସିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ଅଭିନବ ଉତ୍ପାଦ ଏବଂ ଡିଜାଇନ ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରଖିଛି। ଏହାବାଦ ନିଯୁକ୍ତି ସୃଷ୍ଟି ତଥା ରାଜ୍ୟର ବିକାଶ ଦିଗରେ ଯୋଗଦାନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri