Posted inଫୁରସତ

ଅସ୍ମିତାର ପୁନରୁଦ୍ଧାର ଅପରିହାର୍ଯ୍ୟ

ଯୁଗ ବଦଳୁଛି, ସମୟ ବଦଳୁଛି । ସମୟର ତାଳେ ତାଳେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ବି ଆସୁଛି । ଏପରିସ୍ଥଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି ମଧ୍ୟ ନିଜର ସଂସ୍କୃତି, ପରମ୍ପରା, ଐତିହ୍ୟ ବଜାୟ ରଖିବାକୁ ପ୍ରୟାସ କରୁଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହାକୁ ବଜାୟ ରଖିବା ପାଇଁ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛନ୍ତି।
ଆଦିବାସୀଙ୍କ ପର୍ବପର୍ବାଣି, ବିବାହ, ପରମ୍ପରା ଖୁବ୍‌ ନିଆରା । ଆଦିବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଲେ ମଧ୍ୟ ସେମାନେ ତାଙ୍କର ପରମ୍ପରା, ଜାନିଜାତ, ଉତ୍ସବ ଓ ପର୍ବପର୍ବାଣିକୁ ଭୁଲି ଯାଇନାହାନ୍ତି ।

ବିଶ୍ୱର ୯୦ଟି ଦେଶରେ ପ୍ରାୟ ୫୦ କୋଟି ଆଦିବାସୀ ବସବାସ କରନ୍ତି, ଯାହା ସମୁଦାୟ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ। ସେମାନଙ୍କ ମଧ୍ୟରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ଭାଷା ପ୍ରଚଳିତ ଥିବାବେଳେ ୫ ହଜାରରୁ ଅଧିକ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ରହିଛି । ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବିଶ୍ୱରେ ସର୍ବତ୍ର ଆଦିବାସୀମାନେ ଅଣ-ଆଦିବାସୀଙ୍କ ତୁଳନାରେ ପ୍ରତିଶତ ଦୃଷ୍ଟିରୁ କେବଳ ଯେ ଅଧିକ ଗରିବ ତାହା ନୁହେଁ, ବରଂ ସେମାନେ ଚରମ ଦାରିଦ୍ର୍ୟ ମଧ୍ୟରେ ଜୀବନ ଯାପନ କରିଥାଆନ୍ତି। ତେଣୁ ସେମାନଙ୍କ ଆବଶ୍ୟକତା ପ୍ରତି ସରକାର ଓ ସାଧାରଣ ଲୋକେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସାରା ବିଶ୍ୱରେ ଥିବା ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ଅନୌପଚାରିକ ଅର୍ଥବ୍ୟବସ୍ଥାରେ ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବାରୁ ବିଭିନ୍ନ ଭାବେ ଅର୍ଥନୈତିକ ଶୋଷଣର ଶିକାର ହୋଇଥାଆନ୍ତି । ଅଣ-ଆଦିବାସୀଙ୍କ କ୍ଷେତ୍ରରେ ଏହା ୬୬ ପ୍ରତିଶତ।
୯ ଅଗଷ୍ଟ ୧୯୮୨ ମସିହାରେ ଜେନେଭାରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆଦିବାସୀମାନଙ୍କ ବିଲୁପ୍ତି ପ୍ରାୟ ଭାଷା ଓ ସଂସ୍କୃତିର ସୁରକ୍ଷା ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୯୪ରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା । ପୃଥିବୀର ୯୦ଟି ଦେଶରେ ୧୯୯୪ ମସିହାଠାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇ ଆସୁଅଛି । ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଆଦିବାସୀ ଦଶନ୍ଧି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଦଶନ୍ଧିରେ ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ବିକାଶ ପାଇଁ ସହଯୋଗ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଦ୍ୱିତୀୟ ଦଶନ୍ଧିରେ ଆଦିବାସୀଙ୍କ ଜୀବନ ଶୈଳୀ, ପ୍ରଥା, ପରମ୍ପରା, କିମ୍ବଦନ୍ତୀ, ଇତିହାସ ଉପରେ ଫିଲ୍ମ ନିର୍ମାଣ, ଆଦିବାସୀମାନଙ୍କ ପାଇଁ ମାନବିକ ଅଧିକାର, ମର୍ଯ୍ୟାଦା, ଅସ୍ମିତାର ବିକାଶ, ଆଦିବାସୀଙ୍କ ପାଇଁ ଗଣମାଧ୍ୟମର ସଶକ୍ତୀକରଣ ପାଇଁ ବିଭିନ୍ନ ରାଷ୍ଟ୍ର କାର୍ଯ୍ୟ କରିଥିଲେ । ପରିବେଶ ସୁରକ୍ଷାରେ ଆଦିବାସୀଙ୍କ ଅବଦାନକୁ ମିଳିତ ଜାତିସଂଘ ପ୍ରଶଂସା କରିଥିଲେ । ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା ସୁରକ୍ଷା, ଅବକ୍ଷୟମୁଖୀ ଆଦିବାସୀ ଭାଷା, ସଂସ୍କୃତି, ଧର୍ମ, କଳା, ଭାସ୍କର୍ଯ୍ୟ ନୈପୁଣ୍ୟତାର ପୁନରୁଦ୍ଧାର ପାଇଁ ମିଳିତ ଜାତିସଂଘର ସଦସ୍ୟ ଦେଶ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିଲେ। ଏଥିସହିତ ଆଦିବାସୀଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଚିକିତ୍ସା ସୁବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରମାନଙ୍କୁ ଦାୟିତ୍ୱ ନିହିତ କରିଛନ୍ତି । ସର୍ବପ୍ରାଚୀନ ଏବଂ ସମୃଦ୍ଧିଶାଳୀ ପ୍ରଥା, ପରମ୍ପରା, ସଂସ୍କୃତି, ବିଲୁପ୍ତପ୍ରାୟ ଭାଷା, ଜମି ଜଳ ଜଙ୍ଗଲ ପରିବେଶ ସୁରକ୍ଷା କରି ବାୟୁମଣ୍ଡଳର ଏବଂ ଜୈବ ବିବିଧତା ସୁରକ୍ଷା କରିବା ବିଶ୍ୱ ଆଦିବାସୀ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ।
ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନକୁ ପାଳନ କରାଯାଇଥାଏ । ପ୍ରାୟତଃ ସମସ୍ତ ପ୍ରକାର ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଆଦିବାସୀମାନେ ବ୍ୟବହାର କରୁଥିବା ଭାଷା, ପୋଷାକ, ପର୍ବପର୍ବାଣିର ସଂରକ୍ଷଣ ପାଇଁ ଏହି ଦିନ ପାଳନ ହେଉଛି।
ଆଧୁନିକତାର ଛାପ ଭିତରେ ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ବଞ୍ଚି ରହିଛି । ଏବେ ବି ପ୍ରକୃତି କୋଳରେ ବାସ କରୁଛନ୍ତି ପ୍ରକୃତିର ସନ୍ତାନମାନେ । ଆଦିବାସୀ ସଂସ୍କୃତି, ବୈଭବ ଓ ଅସ୍ମିତା ହଜିଯାଉଥିବା ବେଳେ ସେଗୁଡିକୁ ବଜାୟ ରଖିବା ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ଆଦିବାସୀ ଅଞ୍ଚଳରେ ବିସ୍ଥାପନ ଯୋଗୁ ଧୀରେ ଧୀରେ ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଚାଲିଚଳନ ବିପନ୍ନ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri