ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ ଆସୁଥିବା ବେଳେ ଅନ୍ୟ ସମୟରେ ସେମାନଙ୍କର ଦେଖା ମିଳେନାହିଁ। ସୁନ୍ଦରଗଡ଼ ସହରରୁ ୩୦ କିଲୋମିଟର ଦୂରରେ ଥିବା ଖପ୍‌ରିଖମନ ଗ୍ରାମର କେତେଜଣ ବୟସ୍କ ମତଦାତା ଧରିତ୍ରୀ ଟିମ୍‌କୁ ଏଭଳି ପ୍ରତିକ୍ରିୟା ଦେଇ କହିିଛନ୍ତି। ଆମେ ଯେତେବେଳେ ସେମାନଙ୍କୁ ଭେଟିଲୁ, ସେମାନେ କ୍ଷୋଭ ପ୍ରକାଶ କରି କହିଲେ, ନିର୍ବାଚନ ଚାଲୁଛି, ନେତା ଆସୁଛନ୍ତି ଯାଉଛନ୍ତି, କିଏ କ’ଣ କରୁଛି ଆମେ ଜାଣିନୁ। ଆମେ ଗରିବ ଲୋକ, କାମଧନ୍ଦା କରି ପେଟ ପୋଷୁଛୁ। ପିଇବା ପାଣି ମିଳୁନି, କାମଧନ୍ଦା ମିଳୁନି। କେନ୍ଦୁପତ୍ର, ମହୁଲ ବିକ୍ରି ହେଉନି। ଆମକୁ ଠିକ୍‌ ଦାମ୍‌ ମିଳୁନି। ଶୌଚାଳୟରେ ପାଣି ନାହିଁ। ଆମେ ବହୁତ ଅସୁବିଧାରେ ଅଛୁ। ଭୋଟ ମାଗିବାକୁ ଆସୁଛନ୍ତି। ଭୋଟ ତ ଦେବୁ। ଖପ୍‌ରିଖମନ ଗାଁର ମହିଳା ଭୋଟର ସୁଭଦ୍ରା କିଷାନ କହିଛନ୍ତି, ଆମେ ଗରିବ ଲୋକ, କାମଧନ୍ଦା କରି ପେଟ ପୋଷୁଛୁ। ସବୁଦିନ କାମ ମିଳୁନି। ବାଡ଼ିବଗିଚାର ପନିପରିବା, କେନ୍ଦୁପତ୍ର, ମହୁଲ ଫୁଲ ବିକି ବହୁତ କଷ୍ଟରେ ଚଳୁଛୁ। ବର୍ଷାଦିନେ ଆମ ନାଳରେ ପାଣି ଆସି ଅସୁବିଧା କରୁଛି। ଏଥର ପୋଲ ହେଉଛି। ଟିକେ ସୁବିଧା ହେବ। ଆମ ଘରେ ଶୌଚାଳୟ ହୋଇଛି। ପାଣି ନାହିଁ। ପିଇବାକୁ ପାଣି ମିଳୁନି। ଶୌଚାଳୟ ପାଇଁ ପାଣି ଆଣିବୁ କେଉଁଠୁ। ଗାଁରେ ଗୋଟେ ନଳକୂଅ ଅଛେ। ଗାଁ ଗୋଟାଯାକର ଲୋକେ ସେଇଠୁ ପାନି ନେଉଛୁ। ଯିଏ ଆମର କାମ୍‌ କର୍‌ବା, ତାଙ୍କେ ଭୋଟ୍‌ ଦେମୁ। କୁମର ବାଗ କହିଛନ୍ତି, ଖାଇକାଜେ ପାନି ନି ମିଲ୍‌ବାର। ଲାଟ୍ରିନ୍‌ ପାଇଁ ପାନି କେନୁ ଆନୁମ୍‌। ସରକାର୍‌ ଇଟା ସୁବିଧା କଲେ ଭଲ ହେଇତା। ଏହି ଭୋଟରମାନଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ ବିକାଶ ସତେଯେମିତି ଏମାନଙ୍କ ପାଖରେ ଅପହଞ୍ଚ। ତେବେ ନିର୍ବାଚନ ଋତୁରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଏଇଟା କରିଦେବୁ, ସେଇଟା କରିଦେବୁ କହି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରାଉଛନ୍ତି। ଏଭଳି ସ୍ଥିତିରେ ରାଜନୀତି ଜାଣି ନ ଥିବା ସାଧାରଣ ଲୋକଙ୍କ ମତ କୁଆଡ଼େ ଯାଉଛି ଆଉ ଦିନ କେଇଟା ପରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri