ଅଲଗା ହେବା ଖବରକୁ ନେଇ ମୁହଁ ଖୋଲିଲେ ଅସିନ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଅସିନଙ୍କୁ ନେଇ କିଛି ଖବର ଏବେ ଚର୍ଚ୍ଚାକୁ ଆସିଛି। କୁହାଯାଉଛି କି ଅସିନ ଓ ତାଙ୍କ ସ୍ବାମୀ ରାହୁଲ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ। ସେ ଇନଷ୍ଟାଗ୍ରାମରୁ ନିଜ ସ୍ବାମୀଙ୍କ ସବୁ ଫଟୋ ଡିଲିଟ କରି ଦେଇଛନ୍ତି। କେବଳ ସେତିକି ନୁହେଁ ସୋସିଆଲ ମିଡିଆରୁ ସେମାନଙ୍କ ବିବାହ ବେଳର ଫଟୋ ବି ହଟାଇ ଦିଆଯାଇଛି। ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଅସିନ ଓ ରାହୁଲଙ୍କ ଏକ ଫ୍ୟାନ ପେଜ କପଲ ଅଲଗା ହେଉଥିବା ଦାବି କରିଛି। ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଫଟୋ ଶେୟାର କରି ଦାବି କରାଯାଇଛି କି ସେ ଫେବୃୟାରୀରୁ ରାହୁଲଙ୍କ ସହ ତାଙ୍କ ଫଟୋ ଡିଲିଟ କରି ଚାଲିଛନ୍ତି। ହେଲେ ଅଫିସିୟାଲି ଏମିତି କିଛି ସୂଚନା ଦିଆଯାଇନାହିଁ କି ଏମାନେ ଅଲଗା ହେଉଛନ୍ତି। ଏହାମଧ୍ୟ ଜଣାପଡି ନାହିଁ ଯେ କାହିଁକି ରାହୁଲଙ୍କ ସହ ଅସିନଙ୍କ ଫଟୋକୁ ଅଭିନେତ୍ରୀ ଡିଲିଟ କରୁଛନ୍ତି।
ହେଲେ ଅସିନ ଏବେ ପର୍ଯ୍ୟନ୍ତ ଗୋଟିଏ ଫଟୋକୁ ଡିଲିଟ କରି ନାହାନ୍ତି। ଏହା ସେମାନଙ୍କର ରିସେପଶନର ଫଟୋ। ଯେଉଁଥିରେ ରାହୁଲ ଓ ଅସିନଙ୍କ ସହ ସ୍ବର୍ଗତ ଋଷି କପୁର ବି ନଜର ଆସିଛନ୍ତି। ଏହି ଫଟୋକୁ ସେ ଋଷି କପୁରଙ୍କ ପରଲୋକ ସମୟରେ ଶେୟାର କରିଥିଲେ।

ଏବେ ଏସବୁ ଖବର ଭିତରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ। ବୁଧବାର ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିଜରେ ପୋଷ୍ଟ କରି ଏହି ଗୁଜବ ଖବରକୁ ନେଇ ରିଆକ୍ସନ ଦେଇଛନ୍ତି। ସେ ଲେଖିଛନ୍ତି, ଏବେ ସେ ରାହୁଲଙ୍କ ସହ ଗ୍ରୀଷ୍ମ ଛୁଟି ଏନଜୟ କରୁଛନ୍ତି। ରାହୁଲଙ୍କ ସହ ଡିଭୋର୍ସ ଖବରକୁ ସେ କଳ୍ପନାଶୀଳ ଓ ବେସଲେସ ବୋଲି କହିଛନ୍ତି।
ଅସିନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ସତରେ ଆମେ ପରସ୍ପର ସାମ୍ନାରେ ବସି ବ୍ରେକଫାଷ୍ଟ ଏନଜୟ କରୁଛୁ। ପ୍ଲିଜ କିଛି ଭଲ କରନ୍ତୁ। ଆପଣଙ୍କ ଦିନ ଗ୍ରେଟ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଏଲପିଜି ଗ୍ରାହକ ସାବଧାନ! ଆଉ ମାତ୍ର ୪୮ ଘଣ୍ଟା, ବନ୍ଦ ହୋଇଯିବ ଏହି ଜରୁରୀ ସେବା…

ନୂଆଦିଲ୍ଲୀ,୨୯।୬: ଯଦି ଆପଣଙ୍କ ଘରେ ମଧ୍ୟ ଇଣ୍ଡେନ୍ (Indane), ଏଚପି (HP) କିମ୍ବା ଭାରତ ଗ୍ୟାସ୍ (Bharat Gas) ର ଏଲପିଜି କନେକ୍ସନ ଅଛି, ତେବେ ଏହି…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ସ୍କୁଲରେ ପଶି ଉର୍ଦ୍ଦୁ ଶିକ୍ଷକଙ୍କୁ ପିଟିଲେ BJP କର୍ମୀ

ହାଇଦ୍ରାବାଦ,୨୯।୬: ତେଲଙ୍ଗାନାର ନିଜାମାବାଦରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା କଂଗ୍ରେସ ନେତା ଡକ୍ଟର ଶମା ମହମ୍ମଦଙ୍କୁ ତାଙ୍କ ନିଜ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବାକୁ…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri