Posted inଖେଳ

ଏସିଆନ୍‌ ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ବୈଶାଳୀ, ଗୋମ୍ସଙ୍କୁ ସ୍ବର୍ଣ୍ଣ, ପଦ୍ମିନୀ, ଶଶିକିରଣଙ୍କୁ ରୌପ୍ୟ

ଚେନ୍ନାଇ, ୨୪।୧୦(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ଦଳ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ସିଡ୍‌ର ମାନ୍ୟତା ପାଇଥିବା ଭାରତୀୟ ମହିଳା କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ୨ଟି ଯାକ ମ୍ୟାଚ ସହଜରେ ଜିତିଥିଲେ। ଏହି ଦଳ କିର୍ଗିଜସ୍ତାନକୁ ୪-୦ ଏବଂ ୩.୫-୦.୫ ପଏଣ୍ଟରେ ପରାସ୍ତ କରିଥିଲେ। ଶନିବାର ସେମିଫାଇନାଲରେ ଭାରତୀୟ ମହିଳା ଦଳ ମଙ୍ଗୋଲିଆକୁ ଭେଟିବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ଲଢ଼ୁଆ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ମଙ୍ଗୋଲିଆକୁ ପରାସ୍ତ କରିଥିଲା। ଉଭୟ ମ୍ୟାଚ ୨.୫-୧.୫ ପଏଣ୍ଟରେ ଶେଷ ହୋଇଥିଲା। ଶନିବାର ସେମିଫାଇନାଲରେ ପୁରୁଷ ଦଳ ଇରାନକୁ ଭେଟିବ। ପ୍ରତିଯୋଗିତା ଶେଷ ହୋଇ ନ ଥିଲେ ହେଁ ଭାରତର ୪ ଖେଳାଳି ବୋର୍ଡ ପ୍ରାଇଜ୍‌ ପାଇଛନ୍ତି। ମହିଳା ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ଓ ମାରୀ ଆନ୍‌ ଗୋମ୍ସ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ୍‌ ଓ ଗ୍ରାଣ୍ଡମାଷ୍ଟର କେ. ଶଶିକିରଣ ରୌପ୍ୟ ପଦକ ହାସଲ କରିଛନ୍ତି।
ମହିଳା ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ଭଲ ପ୍ରଦର୍ଶନ ଜାରି ରଖି ଉଭୟ ମ୍ୟାଚ ଜିତିଥିଲେ। ସେ ଆଲେକଜାଣ୍ଡ୍ରା ସାମାଗାନୋଭାଙ୍କୁ ହରାଇଥିଲେ। ସେହିପରି ପଦ୍ମିନୀ ଏବଂ ପି. ଭି. ନନ୍ଦିଧା ମଧ୍ୟ ୨ଟି ଲେଖାଏ ବିଜୟ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚରେ କେବଳ ଭକ୍ତି କୁଲକର୍ନୀ ପ୍ରତିପକ୍ଷ ବେଗିମାଇ ଜେର୍ବେକ୍‌ କିଜିଙ୍କ ବିପକ୍ଷରେ ପଏଣ୍ଟ ଭାଗ କରିଥିଲେ। ଟୁର୍ନାମେଣ୍ଟ ଆରମ୍ଭରୁ ଚମତ୍କାର ଫର୍ମରେ ଥିବା ବୈଶାଳୀ ୯ ରାଉଣ୍ଡ ମଧ୍ୟରୁ ୬.୫ ପଏଣ୍ଟ ହାସଲ କରିଛନ୍ତି। ଏଥିସହ ସେ ଟପ୍‌ ବୋର୍ଡରେ ସ୍ବର୍ଣ୍ଣ ପଦକ ପାଇଁ ଯୋଗ୍ୟ ହୋଇଛନ୍ତି। ଦଳର ନେତୃତ୍ୱ ନେଉଥିବା ମାରୀ ଆନ୍‌ ଗୋମ୍ସ ୫ମ ବୋର୍ଡରେ ୫ ମ୍ୟାଚରୁ ୫ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ପଦ୍ମିନୀ ରୌପ୍ୟ ପଦକ ହାସଲ କରିଛନ୍ତି। ତୃତୀୟ ବୋର୍ଡରେ ସେ ୯ ମ୍ୟାଚରୁ ୭.୫ ପଏଣ୍ଟ ପାଇଛନ୍ତି।
ପୁରୁଷ ବିଭାଗରେ ମଙ୍ଗୋଲିଆଠାରୁ ଭାରତ କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିଲା। ପ୍ରଥମ ମ୍ୟାଚରେ ନିହାଲ ସରିନ୍‌ ପ୍ରତିପକ୍ଷ ଗାଞ୍ଜୋରିଗ୍‌ ଅମର୍ତୁଭସିନ୍‌ଙ୍କଠାରୁ ହାରି ଯାଇଥିବାବେଳେ ଏସ.ପି. ସେଥୁରମଣ ଓ କେ. ଶଶିକିରଣ ଯଥାକ୍ରମେ ସେଗ୍‌ମେଡ୍‌ ବ୍ୟାଚ୍‌ଲୁନ୍‌ ଏବଂ ସୁଗର ଗାନ୍‌-ଇର୍ଡେନଙ୍କ ବିପକ୍ଷରେ ବିଜୟ ହାସଲ କରିଥିଲେ। ଅଧିନାୟକ ସୂର୍ଯ୍ୟଶେଖର ଗାଙ୍ଗୁଲି ବିପକ୍ଷ ଦଳର ସୁମିୟା ବିଲ୍‌ଗୁନ୍‌ଙ୍କ ସହିତ ପଏଣ୍ଟ ଭାଗ କରିଥିଲେ। ଦ୍ୱିତୀୟ ମ୍ୟାଚରେ ବି. ଅଧିବନ ଟପ୍‌ବୋର୍ଡରେ ଗାଞ୍ଜୋରିଗ୍‌ଙ୍କୁ ଏବଂ ସରିନ ପ୍ରତିପକ୍ଷ ବିଲ୍‌ଗୁନ୍‌ଙ୍କୁ ପରାସ୍ତ କରିଥିଲେ। ଶଶିକିରଣ ଗାନ୍‌-ଇର୍ଡେନଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖିଥିବାବେଳେ ଗାଙ୍ଗୁଲି ବ୍ୟାଚ୍‌ଲୁନ୍‌ଙ୍କଠାରୁ ହାରି ଯାଇଥିଲେ। ଅଭିଜ୍ଞ ଶଶିକିରଣ ୯ ମ୍ୟାଚରୁ ୮ ବିଜୟ ସହ ଦ୍ୱିତୀୟ ବୋର୍ଡରେ ରୌପ୍ୟ ପଦକ ପାଇଛନ୍ତି। ଟୁର୍ନାମେଣ୍ଟ ଚଳିତ ମାସ ୨୫ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri