Posted inଖେଳ

ଆଜି ଏସିଆ କପ୍‌ ଫାଇନାଲ୍‌, ଭାରତ-ଶ୍ରୀଲଙ୍କା ମଧ୍ୟରେ ବଡ଼ ଲଢ଼େଇ

ନୂଆଦିଲ୍ଲୀ, ୨୮।୦୭: ମହିଳା ଏସିଆ କପ୍‌ ୨୦୨୪ ଫାଇନାଲ୍‌ ମ୍ୟାଚ୍‌ ଅଜି ଅର୍ଥାତ ରବିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଅଷ୍ଟମ ଏସିଆ କପ ଟାଇଟଲ ହାସଲ କରିବା ଉପରେ ନଜର ରଖିଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ବିନା କୌଣସି ମ୍ୟାଚ ନହାରି ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ଶ୍ରୀଲଙ୍କା ଦଳ ଫାଇନାଲରେ ପହଞ୍ଚିଛି । ଏହି ଅନ୍ତିମ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ ଟାରୁ ଖେଳାଯିବ ।

ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ରନଗିରି ଡାମ଼୍ବୁଲା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟାଇଟଲ ଜିତିବା ପାଇଁ ଭାରତ ସମ୍ପର୍ଣ୍ଣ ଦାବିଦାର । ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଭାରତୀୟ ଦଳର ରେକର୍ଡ । ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୨୪ଟି ଟି -୨୦ ମ୍ୟାଚ ମଧ୍ୟରୁ ୧୯ଟି ଜିତିଛି । ଏଥିସହିତ ଶ୍ରୀଲଙ୍କା କେବଳ ୪ ଥର ଭାରତକୁ ପରାସ୍ତ କରିଛି ଏବଂ ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ ଡ୍ର ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳର ଦବ୍‌ଦବା ମଧ୍ୟ ଏହି ମ୍ୟାଚରେ ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?