Categories: ଖେଳ

ଏସିଆ କପ୍‌ କ୍ରିକେଟ ବାତିଲ

କଲମ୍ବୋ, ୨୦।୫(ପି.ଟି.)- ଶ୍ରୀଲଙ୍କାରେ କରୋନା ଭାଇରସ ସଂକ୍ରମଣ ବଢ଼ୁଥିବାରୁ ୨୦୨୧ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ପୂର୍ବରୁ ଏହା ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଇଥିଲା। ଏସିଆ କପ୍‌ ଶେଷଥର ପାଇଁ ୨୦୧୮ରେ ଆୟୋଜିତ ହୋଇଥିଲା। ଆଗାମୀ ଜୁନ୍‌ରେ ଏହା ହେବାକୁ ଥିବାବେଳେ ସାମ୍ପ୍ରତିକ ସ୍ଥିତିରେ ଟୁର୍ନାମେଣ୍ଟ ଆୟୋଜନ ସମ୍ଭବ ନୁହେଁ ବୋଲି ଶ୍ରୀଲଙ୍କା କ୍ରିକେଟ ସିଇଓ ଆଶେଲେ ଡି’ସିଲ୍‌ଭା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଅନ୍ତର୍ଜାତୀୟ ଭ୍ରମଣ ଉପରେ ୧୦ ଦିନିଆ ବାସନ୍ଦ ଲଗାଇଛନ୍ତି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହାଙ୍କ ନେତୃତ୍ୱାଧୀନ ଏସିଆନ କ୍ରିକେଟ କାଉନ୍‌ସିଲ ପକ୍ଷରୁ ବିଧିବଦ୍ଧଭାବେ କିଛି ଘୋଷଣା କରାଯାଇନାହିଁ।

Share