‘ସୂର୍ଯ୍ୟମନ୍ଦିର ଗରିମାକୁ କ୍ଷୁଣ୍ଣ କରୁଛି ଏଏସ୍‌ଆଇ’

କୋଣାର୍କ, ୧୦ା୧୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ କୋଣାର୍କର ଗର୍ବ ଓ ଗୌରବ ହେଉଛି ସୂର୍ଯ୍ୟମନ୍ଦିର। ଏହାର ଐତିହ୍ୟ, ସ୍ଥାପତ୍ୟ ଓ କଳାସଂସ୍କୃତି ବିଶ୍ବରେ ଅନନ୍ୟ ଏବଂ ଅଦ୍ବିତୀୟ। ସୂର୍ଯ୍ୟ ମନ୍ଦିର ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) କର୍ତ୍ତୃପକ୍ଷ ଏହି ଐତିହ୍ୟସ୍ଥଳୀର ଗାରିମା ଓ କଳାକୃତିର ମର୍ଯ୍ୟାଦା ରଖିବା ପରିବର୍ତ୍ତେ ସୂର୍ଯ୍ୟ ମନ୍ଦିର ମୁଖଶାଳାରେ ଲଗାଇଥିବା ଲାଇଟ ଗାର ଗାର ହୋଇ ମନ୍ଦିର ଉପରେ ପଡ଼ୁଛି। ଫଳରେ ସୂର୍ଯ୍ୟମନ୍ଦିରର ଗରିମା ଓ ସଂସ୍କୃତିର ମର୍ଯ୍ୟାଦାହାନି ହେଉଛି ବୋଲି ଶୁକ୍ରବାର କୋଣାର୍କ ପରିଦର୍ଶନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ପଟ୍ଟନାୟକ କହିଛନ୍ତି, ଦୂରରେ ଥାଇ ଦେଖିଲେ ଗାର ସଦୃଶ ଆଲୋକ ଯୋଗୁ ସୂର୍ଯ୍ୟମନ୍ଦିର ଏକ ଗେଟ୍‌ ଭଳି ଲାଗୁଛି, ଯାହା ଆମ ଗର୍ବ ଓ ଗୌରବର ଐତିହ୍ୟ ପ୍ରତି କୁଠାରଘାତ ସଦୃଶ। ସୂର୍ଯ୍ୟମନ୍ଦିର ଦାୟିତ୍ୱରେ ଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ ଏବଂ ୟୁନେସ୍କୋ ଐତିହ୍ୟ ସୁରକ୍ଷା ଆଇନ ମୁତାବକ ଐତିହ୍ୟର ଗରିମା ବୃଦ୍ଧି ଲାଗି ସୁନ୍ଦର ଆଲୋକ ବ୍ୟବସ୍ଥା କରିବା ପରିବର୍ତ୍ତେ କଳାକୃତି ବିବର୍ଣ୍ଣ ହେବା ଭଳି ଲାଇଟ ବ୍ୟବହାର କରିବା ଓଡ଼ିଆ ଜାତିର ଅସ୍ମିତା ଓ ସଂସ୍କୃତି ପ୍ରତି ଏଏସ୍‌ଆଇର ବୈମାତୃକ ମନୋଭାବର ପରିଚାୟକ। ଏହି ଘଟଣାକୁ ନେଇ ସେ ସୂର୍ଯ୍ୟମନ୍ଦିର ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ଏଏତ୍ସ୍‌ଆଇ ମହାନିର୍ଦ୍ଦେଶକଙ୍କୁ ଟୂୁଇଟ୍‌ କରି ଏହି ଲାଇଟ ହଟାଇ ଐତିହ୍ୟ ଆଇନ ମୁତାବକ ଲାଇଟ ଲଗାଇ ସୂର୍ଯ୍ୟମନ୍ଦିର ଗାରିମା ବୃଦ୍ଧି କରିବା ପାଇଁ ପଟ୍ଟନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri