Posted inଖେଳ

ଟର୍ନିଂ ଟ୍ରାକ୍‌ରେ ଅଶ୍ୱିନୀ ବିପଜ୍ଜନକ: ଖ୍ବାଜା

ବେଙ୍ଗାଲୁରୁ,୭ା୨: ଭାରତୀୟ ଟର୍ନିଂ ଟ୍ରାକ୍‌ରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବା ସବୁଠାରୁ ବିପଜ୍ଜନକ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଓପ୍‌ନର ଉସ୍‌ମାନ ଖ୍ବାଜା। ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଅଶ୍ୱିନଙ୍କ ନେତୃତ୍ୱାଧୀନ ସ୍ପିନ୍‌ ବୋଲିଂ ଆଟାକ୍‌ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ଦେବ ବୋଲି ଖ୍ବାଜା କହିଛନ୍ତି। ପାକିସ୍ତାନ ଜନ୍ମିତ ଖ୍ବାଜା ବିଳମ୍ବିତ ଭିସା କାରଣରୁ ସୋମବାର ବେଙ୍ଗାଲୁରୁରେ ପହଞ୍ଚିଥିଲେ। ୨୦୧୩ ଓ ୨୦୧୭ରେ ସୀମିତ ଓଭର ସିରିଜ ଖେଳିଥିଲେ ହେଁ ପ୍ରଥମଥର ପାଇଁ ସେ ଭାରତରେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ନିକଟରେ ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟର ଅଫ୍‌ ଦ ଇୟର ସମ୍ମାନରେ ସମ୍ମାନିତ ହୋଇଥିଲେ ଖ୍ବାଜା। ୨୦୦୪-୦୫ ପରଠାରୁ ଭାରତରେ ଦଳ ଟେଷ୍ଟ ସିରିଜ ଜିତି ନ ଥିବା ବେଳେ ଚଳିତ ସିରିଜରେ ଖ୍ବାଜାଙ୍କ ବ୍ୟାଟିଂ ଉପରେ ଅଷ୍ଟ୍ରେଲିଆ ନିର୍ଭର କରିବ। ବିଗତ ୧୦ ବର୍ଷ ମଧ୍ୟରେ ଦଳର ବ୍ୟାଟିଂ ଓ ବୋଲିଂରେ ବଡ଼ ପରିବର୍ତ୍ତନ ଆସିଛି। ଦଳ ଅନେକ ନୂଆ କିଛି ଶିଖିଛି ଏବଂ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଏହା ଆମ ପାଇଁ ଏକ ସକାରାତ୍ମକ ରହିବ। ଏହି ସିରିଜ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବା ପରିବର୍ତ୍ତେ ବେଙ୍ଗାଲୁରୁ ନିକଟବର୍ତ୍ତୀ ଆଲୁରରେ ଅଭ୍ୟାସ ପାଇଁ ବାଛିଥିଲା। ନେଟ୍ସରେ ସ୍ପିନରଙ୍କୁ ଖେଳିବାକୁ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ଦେଇଥିଲା। ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ଏହି ଗସ୍ତରେ ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବେ ବୋଲି କହିଛନ୍ତି ଖ୍ବାଜା। ଆମ ଦଳରେ ଏକାଧିକ ବାମହାତୀ ଖେଳାଳି ଥିବାରୁ ଅଶ୍ୱିନଙ୍କ ବିପକ୍ଷରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଶ୍ୱିନ ଅତ୍ୟନ୍ତ ଦକ୍ଷ ଏବଂ ଚତୁର ବୋଲର। ତାଙ୍କ ନିକଟରେ ଅନେକ ବିବିଧତା ରହିଥିବା ବେଳେ ସେ କ୍ରିଜ୍‌ର ବ୍ୟବହାର ମଧ୍ୟ କରିଥାନ୍ତି। ଅଶ୍ୱିନଙ୍କ ବିପକ୍ଷରେ ଅଧିକ ସମୟ ବ୍ୟାଟିଂ କରିବା ଦ୍ୱାରା ତାଙ୍କୁ ଖେଳିବା ସହଜ ହେବ ବୋଲି କହିଛନ୍ତି ଖ୍ବାଜା। ଟର୍ନିଂ ଟ୍ରାକ୍‌ରେ ଅଶ୍ୱିନଙ୍କ ସହିତ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ଯୋଡ଼ି ବେଶ୍‌ ଭୟଙ୍କର ସାବ୍ୟସ୍ତ ହେବ। ପୁରୁଣା ବଲ୍‌ ସହିତ ନୂଆ ବଲ୍‌ରେ ମଧ୍ୟ ଏହି ୩ ଖେଳାଳି ବେଶ୍‌ ଘାତକ ସାବ୍ୟସ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି। ଭାରତୀୟ ଉପମହାଦେଶରେ ଓପନ୍‌ କରିବା ସହଜ ମାତ୍ର ସ୍ପିନିଂ ଉଇକେଟରେ ଏହା ସବୁଠାରୁ କଷ୍ଟକର ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri