Posted inଖେଳ

ପାକିସ୍ତାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଅଶ୍ୱିନ

ମେଲବୋର୍ନ,୨୮।୧୨: ମେଲବୋନର୍ର୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଭଲ ପ୍ରଦର୍ଶନ କରି ଭାରତ ମ୍ୟାଚରେ ମଜଭୁତ ସ୍ଥିତିରେ ଅଛି। ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଅନେକ ହାସଲ ରେକର୍ଡ କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂଶରେ ମାର୍ନସ ଲାବୁଶେନ୍‌ଙ୍କୁ ଆଉଟ୍‌ କରିଛନ୍ତି। ଏହା ସହ ସେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ୱାକର ୟୁନିସଙ୍କ ରେକର୍ଡ ଭାଙ୍ଗିଥିଲେ। ଏବେ ତାଙ୍କ ଟାର୍ଗେଟରେ ପୂର୍ବତନ ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ମଲକମ ମାର୍ଶଲଙ୍କ ରେକର୍ଡ ରହିଛି। ରବିଚନ୍ଦ୍ରନ ଅଶ୍ୱିନ ମାର୍ନସ ଲାବୁଶେନଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ନିଜ ଉଇକେଟ ସଂଖ୍ୟା ୩୭୪କୁ ବୃଦ୍ଧି କରିଛନ୍ତି।
ଟେଷ୍ଟ କ୍ରିକେଟରେ ୱାକର ୩୭୩ ଉଇକେଟ ନେଇଛନ୍ତି। ଏହା ଅଶ୍ୱିନଙ୍କ ୭୩ତମ ଟେଷ୍ଟ ମ୍ୟାଚ ଖେଲିଥିବାବେଳେ ୱାକର ୮୭ଟି ମ୍ୟାଚରେ ୩୭୩ ଉଇକେଟ ନେଇଛନ୍ତି। ଅଶ୍ୱିନ ହେଉଛନ୍ତି ଭାରତର ଚତୁର୍ଥ ସଫଳ ବୋଲର। ଅଶ୍ୱିନଙ୍କ ପୂର୍ବରୁ ଅନୀଲ କୁମ୍ବଲେ (୬୧୯), କପିଲ ଦେବ (୪୩୪) ଏବଂ ହରଭଜନ ସିଂ (୪୧୭) ଅଧିକ ଉଇକେଟ ନେଇଛନ୍ତି। ବିଶ୍ୱ ତାଲିକାରେ ଅଶ୍ୱିନ ୨୦ ନମ୍ବରରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଉଇକେଟ ନେଇଥିଲେ। ଏଥିପାଇଁ ଭାରତ ପ୍ରଥମ ଇନିଂସରେ ୧୯୫ ରନରେ ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଥିଲା। ଏହାର ଜବାବରେ ଭାରତ ୩୨୬ ରନ ସଂଗ୍ରହ କରିଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୧୩୧ ରନର ଅଗ୍ରଣୀ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri