ଧର୍ମଶାଳା,୭।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ୱିନ ୧୦୦ ତମ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍ରେ ଗୋଟିଏ ଓଭରରେ ଦୁଇଟି ଉଇକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଇଂଲଣ୍ଡ ଇନିଂସର ୫୦ତମ ଓଭରରେ ଟମ ହାର୍ଟଲେ ଏବଂ ମାର୍କ ଉଡଙ୍କୁ ପାଭିଲିୟନକୁ ପଠାଇଥିଲେ। ଉଡ ଆକାଉଣ୍ଟ ଖୋଲିପାରି ନ ଥିବା ବେଳେ ହାର୍ଟଲେ ୬ ରନ ସ୍କୋର କରିପାରନ୍ତି।
ଟିମ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୩-୧ରେ ଆଗୁଆ ରହିଛି। ଏହି ମ୍ୟାଚ ଜିତି ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜଭୁତ କରିବାକୁ ଚାହୁଁଛି।