Posted inଖେଳ

Ashutosh Sharmaଙ୍କ ଖୁସି ହେଲା ଦୁଇଗୁଣା, ମେଣ୍ଟର Shikhar Dhawan ଭିଡିଓ କଲ କରି କହିଲେ…

ନୂଆଦିଲ୍ଲୀ,୨୫।୩: ସୋମବାର ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଗୋଟିଏ ୱିକେଟରେ ପରାସ୍ତ କରିଛି। ଗୋଟିଏ ପ୍ରକାରେ, ଦିଲ୍ଲୀ ଲକ୍ଷ୍ନୌର ହାତରୁ ବିଜୟ ଛଡ଼ାଇ ନେଇଥିଲା। ଏହାର ମୁଖ୍ୟ କାରଣ ଥିଲେ ଆଶୁତୋଷ ଶର୍ମା, ଯିଏ ୬୬ ରନର ଏକ ଅପରାଜିତ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ।
ଦିଲ୍ଲୀ ୨୧୦ ରନର ଟାର୍ଗେଟକୁ ପିଛା କରୁଥିଲା ଏବଂ ୬୫ ରନରେ ପାଞ୍ଚଟି ୱିକେଟ ହରାଇଥିଲା। ତା’ପରେ ଆଶୁତୋଷ ଶର୍ମା, ବିପରାଜ ନିଗମ (୩୧)ଙ୍କ ସହ ମିଶି ଦାୟିତ୍ୱ ଗ୍ରହଣ କଲେ ଏବଂ ଅସମ୍ଭବକୁ ସମ୍ଭବ କଲେ। ଆଶୁତୋଷଙ୍କ ଇନିଂସ ଆଧାରରେ, ଦିଲ୍ଲୀ ତିନି ବଲ ବାକି ଥାଇ ଗୋଟିଏ ୱିକେଟରେ ମ୍ୟାଚ ଜିତି ନେଇଥିଲା।
ଆଶୁତୋଷ ବର୍ମା ମାତ୍ର ୩୧ବଲରେ ପାଞ୍ଚଟି ଚୌକା ଏବଂ ପାଞ୍ଚଟି ଛକା ସହାୟତାରେ ଅପରାଜିତ ୬୬ରନ କରିଥିଲେ। ଏହି ଚମତ୍କାର ଇନିଂସ ପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ମନୋନୀତ କରାଯାଇଥିଲା। ୨୬ ବର୍ଷୀୟ ଆଶୁତୋଷ ଶର୍ମା ତାଙ୍କର ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମାର୍ଗଦର୍ଶକ ଶିଖର ଧାୱନଙ୍କୁ ଉତ୍ସର୍ଗ କରିଛନ୍ତି। ମ୍ୟାଚ ପରେ ଆଶୁତୋଷ କହିଥିଲେ, ‘ମୁଁ ମୋର ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମୋର ଗୁରୁ ଶିଖର ପାଜୀଙ୍କୁ ଉତ୍ସର୍ଗ କରୁଛି।’
ଯେତେବେଳେ ଆଶୁତୋଷ ଶର୍ମା ଡ୍ରେସିଂ ରୁମକୁ ଫେରିଲେ, ତାଙ୍କର ଉତ୍ସବର କାରଣ ଦ୍ୱିଗୁଣିତ ହୋଇଗଲା। କାରଣ ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ଏକ ଭିଡିଓ କଲ ମାଧ୍ୟମରେ ଯୁବ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଏକ କ୍ଲିପ ଶେୟାର କରିଛି ଯେଉଁଥିରେ ଆଶୁତୋଷ କହୁଥିବାର ଦେଖାଯାଇଛି, ‘ଶିଖର ଧାୱନ ବହୁତ ଖୁସି।’ ଲଭ ୟୁ ପାଜି।
ଏଥିରେ ଶିଖର ଧାୱନଙ୍କ ସ୍ବର ଶୁଣାଯାଇ ନଥିଲା, କିନ୍ତୁ ଜାଣିବାକୁ ମିଳିଛି ଯେ ‘ଗବ୍ବର’ ଆଶୁତୋଷଙ୍କୁ ଏକ ମହାନ ଇନିଂସ ଖେଳିବା ଏବଂ ସିଜିନରେ ଏକ ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?