Posted inଖେଳ

ରେକର୍ଡ ସହ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଲେ ଆଗର

ଓ୍ବେଲିଂଟନ,୩।୩ : ସ୍ପିନର ଆଷ୍ଟୋନ ଆଗରଙ୍କ ଯାଦୁଗରି ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡକୁ ୩ୟ ଟି୨୦ ମ୍ୟାଚ୍‌ରେ ୬୪ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସିରିଜ୍‌ରେ ଏବେ ମଧ୍ୟ ୨-୧ରେ ଆଗୁଆ ଅଛି ଘରୋଇ ନ୍ୟୁଜିଲାଣ୍ଡ ଦଳ। ଏହି ହାଇସ୍କୋରିଂ ମ୍ୟାଚ୍‌ରେ ଆଗର ୩୦ ରନ୍‌ ଦେଇ ହାତେଇଥିଲେ ୬ ଉଇକେଟ। ଏହା ଅନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆ ପାଇଁ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ।

ଓ୍ବେଲିଂଟନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଧିନାୟକ ଆରୋନ ଫିଞ୍ଚ (୬୯) ଓ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଅଷ୍ଟ୍ରେଲିଆ ଘରୋଇ ଦଳ ଆଗରେ ଛିଡ଼ା କରିଥିଲା ୨୦୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। ଜବାବରେ ନ୍ୟୁଜିଲାଣ୍ଡ ୧୭.୧ ଓଭରରେ ୧୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ବନ୍ୟା ଜଳରୁ ୧୦ କୃଷ୍ଣସାର ଉଦ୍ଧାର, ୨ ମୃତ

ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ…

ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ…

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?