ପିପିଲି ଭାଜପାରେ ଛକାପଞ୍ଝା; ଟିକେଟ ଆଶାରେ ଆଶ୍ରିତ, ରାଧାମୋହନ, ସରୋଜ…

ପିପିଲି, ୩।୩ (ପ୍ରଭାତ ମହାପାତ୍ର): ପୁରୀ ଜିଲା ପିପିଲି-ଡେଲାଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ପ୍ରାର୍ଥୀ ହେବା ଲାଗି ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଅଦ୍ୟାବଧି ଟିକେଟ୍‌ ପାଇବା ପାଇଁ ଏମାନେ ନିଜ ଢଙ୍ଗରେ ଚେଷ୍ଟା ଚଳାଇଛନ୍ତି। ସେମାନେ ହେଲେ ପୁରୀ ଜିଲା ଭାଜପା ସଭାପତି ଆଶ୍ରିତ ପଟ୍ଟନାୟକ, ଯୁବ ସାମାଜିକ କର୍ମୀ ରାଧାମୋହନ ଓ ଯୁବ ଭାଜପା ନେତା ସରୋଜ ପ୍ରଧାନ। ନିର୍ବାଚନ ମଣ୍ଡଳୀରୁ ଆଶ୍ରିତ ପଟ୍ଟନାୟକ ଥରେ ସ୍ବାଧୀନ ଓ ଦୁଇ ଥର ଭାଜପାରୁ ଟିକେଟ ପାଇ ହାରିଛନ୍ତି। ଆଶ୍ରିତ ପୁରୀ ଜିଲା ଭାଜପା ସଭାପତି ରହିଥିବା ବେଳେ ତାଙ୍କର ପିପିଲି ବ୍ଲକ ସଂଗଠନ ସୁଦୃଢ଼ ରହିଛି। ସେହିପରି ରାଧାମୋହନଙ୍କ ଡେଲାଙ୍ଗ ବ୍ଲକରେ ସମର୍ଥନ ରହିଥିବା କୁହାଯାଉଥିବା ବେଳେ ସରୋଜ ଏହି ନିର୍ବାଚନମଣ୍ଡଳୀରେ ଚା’ଖଟି ଠାରୁ ଆରମ୍ଭ କରି ଅନ୍ୟଦଳର କର୍ମୀଙ୍କୁ ଭାଜପାରେ ସାମିଲ କରି ନିଜର ସଙ୍ଗଠନକୁ ମଜଭୁତ କରୁଛନ୍ତି।

ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ (ବିଜେଡି) ଗଡ଼ ଭାବେ ବେଶ୍‌ ପରିଚିତ । ୧୯୮୫ ମସିହାଠାରୁ ୨୦୧୯ ପର୍ଯ୍ୟନ୍ତ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କର ଏଠାରେ ପ୍ରଭାବ ରହିଆସିଥିଲା। ସେ ୭ଥର ବିଧାୟକ ହୋଇଥିଲେ। ସ୍ବର୍ଗତ ମହାରଥୀଙ୍କୁ କଡ଼ା ଟକ୍କର ଦେଇ ଥରେ ମାତ୍ର ୧୯୯୫ ରୁ ୧୯୯୯ ଯାଏ କଂଗ୍ରେସର ବିଧାୟକ ହୋଇଥିଲେ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟ । ତେବେ କଂଗ୍ରେସ ବିଶେଷକରି ସାମନ୍ତରାୟଙ୍କ ସମର୍ଥନରେ ୨୦୦୭ରେ ପିପିଲି ବ୍ଲକ ଅଧ୍ୟକ୍ଷ ଓ ୨୦୧୨ରେ କଂଗ୍ରେସର ଜିଲା ପରିଷଦ ସଭ୍ୟ ହୋଇଥିଲେ ଆଶ୍ରିତ ପଟ୍ଟନାୟକ ।

ଜିଲାପରିଷଦ ସଭ୍ୟ ହେବା ପରେ ପିପିଲି ନିର୍ବାଚନମଣ୍ଡଳୀରୁ ୨୦୧୪ରେ ସେ ସ୍ବାଧୀନ ଭାବେ ବିଧାୟକ ପ୍ରାର୍ଥୀ ହୋଇ ୧୮ହଜାର ଭୋଟ ପାଇଥିଲେ । ସେ ସ୍ବାଧୀନ ପ୍ରାର୍ଥୀ ହେବା ଯୋଗୁ ପୂର୍ବତନ ବିଧାୟକ ସାମନ୍ତରାୟ ବହୁ ଭୋଟ ବ୍ୟବଧାନରେ ମହାରଥୀଙ୍କଠାରୁ ହାରିଯାଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ପିପିଲି ଯୁବ ଭାଜପା ନେତା ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ୬ଟି ଜିଲା ପରିଷଦ ଜୋନ୍‌ରୁ ଭାଜପାକୁ ୫୪ ହଜାର ଭୋଟ ମିଳିଥିଲା । ୨୦୧୯ରେ ଆଶ୍ରିତ ପଟ୍ଟନାୟକ ଭାଜପାରେ ମିଶିବା ସହ ବିଧାୟକ ପ୍ରାର୍ଥୀ ହୋଇ ୭୨ହଜାର ୭୩୧ଖଣ୍ଡ ଭୋଟ ପାଇଥିଲେ। ପ୍ରଦୀପ ମହାରଥୀଙ୍କଠାରୁ ଆଶ୍ରିତ ପଟ୍ଟନାୟକ ୧୫ହଜାର ୭୮୨ଖଣ୍ଡ ଭୋଟରେ ହାରିଥିଲେ। ୨୦୨୦ ଅକ୍ଟୋବର ୪ରେ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ୨୦୨୧ରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୯ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଭାଜପାରୁ ଆଶ୍ରିତ ପଟ୍ଟନାୟକ, ବିଜେଡିରୁ ସ୍ବର୍ଗତ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏଥିରେ ରୁଦ୍ରପ୍ରତାପ ନିର୍ବାଚିତ ହୋଇଥିଲେ ।

କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ଜଣାପଡ଼ି ନ ଥିଲା ବେଳେ ଭାଜପାରୁ ଉପରଲିଖିତ ନେତାଙ୍କ ସହ ନିର୍ବାଚନ ପାଖେଇ ଆସିଲେ ଆଉ କିଏ ଯୋଡ଼ି ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ତେବେ ଯାହା ଚର୍ଚ୍ଚା ହେଉଛି, ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ ଟିକେଟ ପାଇବା ପାଇଁ ଆଶା ରଖିଥିବା ବେଳେ ତାଙ୍କ ରାସ୍ତାରେ ଦୁଇ ଯୁବ ସଙ୍ଗଠକ ରାଧାମୋହନ ଓ ସରୋଜ ପ୍ରଧାନ କଣ୍ଟା ସାଜିପାରନ୍ତି। ତେଣୁ ଏ ଦୁହିଁଙ୍କ ସମର୍ଥକ ନିର୍ବାଚନମଣ୍ଡଳୀରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ ମିଳିବା ଦରକାର ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri