ଘରୋଇ ଜମିରେ ଆଶ୍ରମ ବିଦ୍ୟାଳୟ: ଅଡୁଆରେ ଢେଙ୍କାନାଳ ଜିଲା ଏସ୍‌ସି/ଏସ୍‌ଟି ବିଭାଗ

ଢେଙ୍କାନାଳ ଅଫିସ, ୨୯।୯: ଏକ ଘରୋଇ ଜମିରେ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସ ନିର୍ମାଣ କରିବା ଢେଙ୍କାନାଳ ଜିଲା ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ବିଭାଗର ଅଡୁଆ ବଢ଼ାଇଛି। ଉକ୍ତ ନିର୍ମାଣକୁ ଅବୈଧ ଦର୍ଶାଇ ହାଇକୋର୍ଟ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଅଧିକାରୀମାନେ ଉଚ୍ଛେଦ କାର୍ଯ୍ୟ କରିବାକୁ ଯାଇଥିବାବେଳେ ଲୋକଙ୍କ ବିରୋଧର ଶିକାର ହୋଇଛନ୍ତି। ଢେଙ୍କାନାଳ ପୌରାଞ୍ଚଳ ୧୦ନଂ. ଓ୍ବାର୍ଡ ଖମାରସାହିରେ ବୁଧବାର ଘଟିଥିବା ଏହି ଘଟଣା ଏସ୍‌ସି/ଏସ୍‌ଟି ବିଭାଗର ଦୂରଦୃଷ୍ଟି ଅଭାବକୁ ପଦାରେ ପକାଇଛି।

ସୂଚନାଯୋଗ୍ୟ, ୧୯୫୯ ମେ’ ୧ରେ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ୮୩ ଡେସିମିଲ ଜାଗାରେ ଖମାରସାହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ୨୦୨୦ ଫେବୃୟାରୀ ୫ରେ ଶିକ୍ଷାନୁଷ୍ଠାନ ପରିସରରେ ନୂତନ ଗୃହ ଓ ଛାତ୍ରାବାସ ଉଦ୍‌ଘାଟିତ ହୋଇଥିଲା। ଉକ୍ତ ଦୁଇମହଲା ବିଶିଷ୍ଟ କୋଠାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ସେଠାରେ ସ୍ଥାନୀୟ ଅଞ୍ଚଳର ୫୬ ଏବଂ ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର ସମେତ ଅନ୍ୟ ଜିଲାର ୧୦୦ ଛାତ୍ର ରହି ପଢୁଛନ୍ତି। ତେବେ ଉକ୍ତ ଅଞ୍ଚଳରେ ମହାବୀର ବଜାର ନିବାସୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ୧ ଏକର ୫୮୧ ଡେସିମିଲ ଜମି ରହିଥିଲା। ସେଥିରୁ କିଛି ସରକାରୀ ଜାଗା ବୋଲି ତତ୍କାଳୀନ ତହସିଲଦାର ଏବଂ ଆର୍‌ଆଇ ଦର୍ଶାଇଥିଲେ। ଏହା ପରେ ସେହି ଜମିର ୮୩ ଡେସିମିଲ ଜାଗାରେ ବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପ୍ରଫୁଲ୍ଲଙ୍କ ପରିବାର ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ୧୯୯୦ରେ ଉକ୍ତ ଜମି ତାଙ୍କର ବୋଲି କୋର୍ଟ ରାୟ ଶୁଣାଇଥିଲେ ଏବଂ ତାହାକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ପ୍ରଶାସନ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ କହି ଦିନ ଗଡ଼ାଇ ଚାଲିଥିଲା। ଏଥିରେ ନିରାଶ ହୋଇ ପ୍ରଫୁଲ୍ଲ ବଡ଼ପୁଅ ବିଭୂତି ଭୂଷଣ ପଟ୍ଟନାୟକ, ସାନପୁଅ ରାକେଶ ପଟ୍ଟନାୟକ, ସ୍ତ୍ରୀ ସରୋଜିନୀ ପଟ୍ଟନାୟକ ୨୦୦୧ରେ ଅଦାଲତର ଦ୍ୱାରସ୍ଥ ହୋଇ ଡିକ୍ରି ହାସଲ କରିଥିଲେ। ୨୦୦୬ରେ ଜିଲା ପ୍ରଶାସନ ପକ୍ଷରୁ ସମାନ ପରିମାଣର ସରକାରୀ ଜମି ଯାଉଁଳି ପୋଖରୀ ମଠ ଉତ୍ତରପାର୍ଶ୍ୱରେ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ୨୦୧୦ରେ ଜିଲା ପ୍ରଶାସନ ପକ୍ଷରୁ ପୂର୍ବ ଜାଗାକୁ ସରକାରୀ ବୋଲି ଦର୍ଶାଇ ଏକ ପିଟିସନ ଦାଏର କରାଯାଇଥିଲା। ୨୦୧୯ରେ ଅଭିଯୋଗକାରୀ ପୁଣିଥରେ ଡିକ୍ରି ପାଇଥିବାବେଳେ ୨୦୨୧ରେ ସମାନ ପରିମାଣରେ ସରକାରୀ ଜାଗା ଯୋଗାଇଦିଅ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନ ନେବାରୁ ପ୍ରଫୁଲ୍ଲଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ଜିଲା ପ୍ରଶାସନକୁ ଜାଗା ସମ୍ପର୍କିତ ସମ୍ପୂର୍ଣ୍ଣ ଦସ୍ତାବିଜ ମାଗିଥିବାବେଳେ ଏହାକୁ ଦାଖଲ କରାଯାଇ ନ ଥିଲା। ଏହାପରେ ୨୦୨୧ରେ ସ୍କୁଲକୁ ଉଚ୍ଛେଦ କରି ପ୍ରକୃତ ମାଲିକଙ୍କୁ ଜାଗା ପ୍ରଦାନ ପାଇଁ ହାଇକୋର୍ଟ ନୋଟିସ୍‌ ଜାରି କରିଥିଲେ। ସପ୍ତାହକ ତଳେ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ନିଷ୍କର୍ଷ ବାହାରି ପାରି ନ ଥିଲା। ଏହାର ସମାଧାନ ନ ହେବାରୁ ପ୍ରଫୁଲ୍ଲଙ୍କ ପରିବାର ସଦସ୍ୟ ହାଇକୋର୍ଟ କର୍ମଚାରୀ, ପୋଲିସ ସହ ପହଞ୍ଚତ୍ ଉଚ୍ଛେଦ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସ୍କୁଲ ଭଙ୍ଗାଯିବ ବୋଲି ସୂଚନା ପାଇ ଖମାରସାହି, କଲୋନୀ ସାହି, ବାଉଁଶପାଟଣା, ଦକ୍ଷିଣକାଳୀ, ସରଜଙ୍ଗସାହି, ଜୁଆଙ୍ଗସାହି ଅଞ୍ଚଳବାସୀ ପହଞ୍ଚତ୍ ତୀବ୍ର ବିରୋଧ କରିଥିଲେ। ଅନ୍ୟ ଉପାୟ ନ ଥିବାରୁ ଜିଲା ଏସ୍‌ସି/ଏସ୍‌ଟି ବିଭାଗ ପକ୍ଷରୁ ଏହାକୁ ନେଇ ଢେଙ୍କାନାଳ ସିଭିଲ କୋର୍ଟରେ ସମୟ ମଗାଯାଇଥିବାବେଳେ ଅଦାଲତ ମାସେ ପାଇଁ ରହିତାଦେଶ ଦେଇଛନ୍ତି।

ଏ ନେଇ ଏସ୍‌ସି/ଏସ୍‌ଟି ବିଭାଗ ତଥା ଅତିରକ୍ତ ଜିଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜା କୁହନ୍ତି, କୌଣସି ଘରୋଇ ଜମିରେ ସରକାରୀ ଅନୁଷ୍ଠାନ କେବେ ହୋଇ ନ ଥାଏ। କିନ୍ତୁ ଏହା ବହୁ ପରୁଣା ସମୟର ା ତେଣୁ ସେତେବେଳେ ରେକର୍ଡପତ୍ର କ’ଣ ଥିବ, ଆମେ କହିପାରିବା ନାହିଁ। ଆମ ପାଖରେ ମଧ୍ୟ କିଛି ପ୍ରମାଣ ନାହିଁ। ଅଦାଲତଙ୍କ ପକ୍ଷରୁ ମାସେ ସମୟ ଦିଆଯାଇଛି। ଏହି ସମୟସୀମା ମଧ୍ୟରେ ଅଭିଯୋଗକାରୀଙ୍କୁ ଅନ୍ୟତ୍ର ଜାଗା ପ୍ରଦାନ ନେଇ ପଦକ୍ଷେପ ନିଆଯିବ।

ଅନ୍ୟପଟେ ସ୍କୁଲ ଉଚ୍ଛେଦ ହେଲେ ସେଠାରେ ପଢୁଥିବା ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆଇନଜୀବୀ ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ମଲ୍ଲିକ କୁହନ୍ତି, ସ୍କୁଲକୁ ଉଚ୍ଛେଦ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। କାହାକୁ ନ ପଚାରି ରାତିଅଧିଆ ଉଚ୍ଛେଦ ପାଇଁ ଉଦ୍ୟମ ହୋଇଛି। ଏହାକୁ ଆମେ ତୀବ୍ର ବିରୋଧ କରୁଛୁ। କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ଏବଂ ଜିଲା କାର୍ଯ୍ୟାଳୟ ଘେରାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?