ଆଶ୍‌ଫୋର୍ଡ ମେଡାଲ ବିଜେତା

ଗୋଟେ ଦେଶକୁ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ପୁରସ୍କାର ଆଣିପାରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ସମ୍ମାନାସ୍ପଦ ହୋଇଥାଆନ୍ତି। ଏଥିସହିତ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ଭାବେ ଉଭା ହୋଇ ଆଗାମୀ ପିଢ଼ିକୁ ସେଭଳି ସମ୍ମାନ ପାଇବା ଦିଗରେ ପ୍ରେରଣାଦାୟୀ ପାଲଟି ଯାଇଥାଆନ୍ତି। ନିକଟରେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ତଥା ଡାକ୍ତର ସୁବାସ ବାବୁ ମର୍ଯ୍ୟାଦାଜନକ ‘ବେଲେ କେ. ଆଶ୍‌ଫୋର୍ଡ ମେଡାଲ ୨୦୨୨’ ପାଇଛନ୍ତି। ଏହି ପୁରସ୍କାର ପ୍ରତିଷ୍ଠା ହେବାର ୮୨ ବର୍ଷ ଇତିହାସ ମଧ୍ୟରେ ପୂର୍ବରୁ କୌଣସି ଭାରତୀୟ କିମ୍ବା ଭାରତର ଅନୁଷ୍ଠାନ ଏଭଳି ସମ୍ମାନରେ ସମ୍ମାନିତ ହୋଇ ନ ଥିଲେ। ଟ୍ରପିକାଲ ମେଡିସିନ୍‌ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ସୁବାସ ଏହି ପୁରସ୍କାର ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଗବେଷଣା ଛାତ୍ର ଓ ବିଶେଷଜ୍ଞଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ତେବେ ପ୍ରଥମେ ଟ୍ରପିକାଲ ମେଡିସିନ୍‌ ଓ ପୁରସ୍କାର ଦେଉଥିବା ସଂସ୍ଥା ବିଷୟରେ ଆଲୋକପାତ କରିବାର ଆବଶ୍ୟକତା ରହିଛି।
ବ୍ୟାପକ ଭାବେ ଗ୍ରୀଷ୍ମମଣ୍ଡଳୀୟ ଓ ଉପଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଅନିୟନ୍ତ୍ରିତ ଭାବେ ବ୍ୟାପୁଥିବା ରୋଗକୁ ଆୟତ୍ତ କରିବା ଦିଗରେ ବ୍ୟବହୃତ ଔଷଧ ହିଁ ଟ୍ରପିକାଲ ମେଡିସିନ ଭାବେ ଅଭିହିତ। ଏହାର ଇତିହାସକୁ ଦେଖିଲେ ଆଶ୍‌ଫୋର୍ଡଙ୍କ ଉଦ୍ୟମକୁ ମନେ ପକାଇବାକୁ ପଡ଼ିବ। ୨୮ ସେପ୍ଟେମ୍ବର ୧୮୭୩ରେ ଆମେରିକାର ଓ୍ବାଶିଂଟନ ଡିସିରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଡାକ୍ତର ଫ୍ରାନ୍ସିସ୍‌ ଆଶ୍‌ଫୋର୍ଡ ଜର୍ଜଟାଉନ୍‌ ସ୍କୁଲ ଅଫ୍‌ ମେଡିସିନ୍‌ର ଡିନ୍‌ ଥିଲେ। ତେବେ କେ. ଆଶ୍‌ଫୋଡ ଜର୍ଜଟାଉନ୍‌ରୁ ଏମ୍‌ଡି ଡିଗ୍ରୀ ଅର୍ଜନ କରି ୧୮୯୭ରେ ଆର୍ମି ମେଡିକାଲ କର୍‌ରେ ଯୋଗ ଦେଇଥିଲେ। ସ୍ପାନିଶ୍‌ ଆମେରିକାନ୍‌ ଓ୍ବାର୍‌ ପରେ ତାଙ୍କୁ ପୁର୍ଟୋ ରିକୋକୁ ପଠାଯାଇଥିଲା। ସେଠାରେ ସେ ଡାକ୍ତରୀ ସେବା ଯୋଗାଉଥିବା ବେଳେ ଯେତେବେଳେ ତାଙ୍କୁ ୨୬ ବର୍ଷ ବୟସ ସେ ଗ୍ରାମାଞ୍ଚଳରେ ଅଙ୍କୁଶକୃମି ଯୋଗୁ ରକ୍ତହୀନତା ରୋଗ ହେଉଥିବା ଜାଣିବାକୁ ପାଇଥିଲେ। ୧୯୦୪ରେ ସେ ଏହି ରୋଗ ନିୟନ୍ତ୍ରଣ ପାଇଁ ପୁର୍ଟୋ ରିକୋ ଆନେମିଆ କମିଶନ ଗଠନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଓ୍ବାଶିଂଟନ ଓ ଫ୍ରାନ୍ସରେ ସେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କ ବୃତ୍ତିଗତ ଜୀବନର ଅଧିକାଂଶ ସମୟ ପୁର୍ଟୋ ରିକୋରେ ଗବେଷଣା କ୍ଷେତ୍ରରେ କଟିଥିଲା। ୧୯୩୪ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ସେହିଠାରେ ସେ ପ୍ରତିଷ୍ଠା କରିଥିବା ସ୍କୁଲ ଅଫ୍‌ ଟ୍ରପିକାଲ ମେଡିସିନ୍‌ ପରବର୍ତ୍ତୀ ସମୟରେ ସ୍କୁଲ ଅଫ୍‌ ମେଡିସିନ୍‌ ଭାବେ ପରିଚିତି ହାସଲ କରି ଗବେଷଣା ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି। ଏଭଳି ଜଣେ ଗବେଷକଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ୧୯୪୧ରେ ବେଲେ କେ. ଆଶ୍‌ଫୋର୍ଡ ମେଡାଲ ପ୍ରତିଷ୍ଠା କରାଯାଇଥିଲା। ଡାକ୍ତର ସୁବାସ ବାବୁ ସେହିଭଳି ବ୍ୟକ୍ତିଙ୍କ ନାମ ଆଧାରରେ ପ୍ରତିଷ୍ଠିତ ସମ୍ମାନ ପାଇବା ନିଶ୍ଚିତ ଭାବେ ଉତ୍ସାହଜନକ।
ସୁବାସ ବାବୁ ତାମିଲନାଡୁର କିଲ୍‌ପାଉକ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ। ଆମେରିକାର କନେକ୍ଟିକଟ୍‌ ବିଶ୍ୱବିଦ୍ୟାଳୟରୁ ସେ ଇମ୍ୟୁନୋଲୋଜିରେ ପିଏଚ୍‌.ଡି. ସମ୍ମାନ ଅର୍ଜନ କରିଥିଲେ। ଆମେରିକାର ବେଥେସ୍‌ଡାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ (ଏନ୍‌ଆଇଏଚ୍‌)ରୁ ପୋଷ୍ଟ୍‌ ଡକ୍ଟରାଲ ଫେଲୋଶିପ୍‌ ପାଇବା ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୦୬ରେ ସେ ଚେନ୍ନାଇରେ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଏକ୍ସଲେନ୍ସ ଇନ୍‌ ରିସର୍ଚ୍ଚ (ଆଇସିଇଆର୍‌) ସ୍ଥାପନ କରିଥିଲେ। ଭାରତରେ ଏନ୍‌ଡେମିକ୍‌ ଇନ୍‌ଫେକ୍ସନ ଉପରେ ଗବେଷଣା କରୁଥିବା ଏହି କେନ୍ଦ୍ର ଏନ୍‌ଆଇଏଚ୍‌ରୁ ପାଣ୍ଠି ପାଇଆସୁଛି। ସର୍ବାଧିକ କ୍ଷେତ୍ରସ୍ତରୀୟ ଅଧ୍ୟୟନ, ବିଶ୍ୱର ବିଭିନ୍ନ ସଙ୍ଗଠନ ସହ ସମନ୍ବୟ ରଖି କରାଯାଉଥିବା ଗବେଷଣା ଓ କ୍ଲିନିକାଲ ଟ୍ରାଏଲ୍‌ କ୍ଷେତ୍ରରେ ସୁବାସ ବାବୁଙ୍କ ମାର୍ଗଦର୍ଶନ ତାଙ୍କ ସଂସ୍ଥାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଆଣିଦେଇଛି। ୩୧ ରିସର୍ଚ୍ଚ ପ୍ରୋଟୋକଲର ପ୍ରିନ୍ସିପାଲ ବା କେ-ଇନ୍‌ଭେଷ୍ଟିଗେଟର ରହିବା ସହ ସେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ଶିକ୍ଷା ଗ୍ରହଣ କରୁଥିବା ୩୦ ଇଣ୍ଡିଆନ୍‌ ଏକାଡେମିକ୍‌ ଇନ୍‌ଷ୍ଟିଚ୍ୟୁଶନର ମେଣ୍ଟର ରହିଆସିଛନ୍ତି। ଇଣ୍ଟରନ୍ୟାଶନାଲ ଜର୍ନାଲରେ ତାଙ୍କର ୨୪୦ ପବ୍ଲିକେଶନ ସହ ସେ ବିଶ୍ୱର ବିଭିନ୍ନ ମେଡିକାଲ ସ୍କୁଲ ଓ ଗ୍ରାଜୁଏଟ୍‌ ପ୍ରୋଗ୍ରାମ୍‌ ପାଇଁ ଉଦ୍ଦିଷ୍ଟ ପୁସ୍ତକ ରଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ମାଇକ୍ରୋବାୟୋଲୋଜି ଓ ମାଇକ୍ରୋବିୟାଲ୍‌ ଇନ୍‌ଫେକ୍ସନ ଓ କ୍ଲିନିକାଲ ଇମ୍ୟୁନୋଲୋଜି ପୁସ୍ତକ ବହୁଳ ପ୍ରଚଳିତ ହେଉଛି। ଫାଇଲେରିଆ ଏବଂ ଯକ୍ଷ୍ମାରେ ଟାଇପ୍‌-୨ ଡାଇବେଟିସ୍‌ର ପ୍ରଭାବକୁ କାଟିବା ଲାଗି ଆଣ୍ଟାଇ-ଟିବି ଥେରାପି ବାହାର କରିବା ତାଙ୍କୁ ଏବେ ବିଶ୍ୱ ସ୍ବାସ୍ଥ୍ୟ ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ଦେଇଛି।
ବେଲେ କେ. ଆଶ୍‌ଫୋର୍ଡ ମେଡାଲ ୨୦୨୨ ପୁରସ୍କାର ପାଇବା ପରେ ସୁବାସ ଅତ୍ୟନ୍ତ ଆନନ୍ଦିତ ଥିବା କହିଛନ୍ତି। ଗବେଷଣାରେ ଉତ୍କର୍ଷ ଆଣିବା ଦିଗରେ ତାଙ୍କ ଟିମ୍‌ ଓ ସହଯୋଗୀଙ୍କ ଅବଦାନକୁ ସେ ପ୍ରଶଂସା କରିବାକୁ ଭୁଲିନାହାନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri