ଆଧାର ସାଜିବେ ଆଶା

ଅନୁଗୋଳ ଅଫିସ, ୧୧ା୭: କୋଭିଡ୍‌ ମହାମାରୀରୁ ଗର୍ଭବତୀଙ୍କୁ ଦିଆଯିବ ସୁରକ୍ଷା। ବୟସ୍କ ଓ ଯୁବବର୍ଗଙ୍କ ପରି ସେମାନଙ୍କର ମଧ୍ୟ ହେବ ଟିକାକରଣ। ହେଲେ ଏଥିପାଇଁ ଅନ୍‌ଲାଇନ୍‌ କି ଅଫ୍‌ ଲାଇନ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଆଧାର କାର୍ଡ ଧରି ଅଧରାତିରୁ ଆସି ହସ୍ପିଟାଲ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇବାକୁ ହେବ ନାହିଁ। ସମ୍ମାନର ସହ ଏବଂ ସୁରୁଖୁରୁରେ କିପରି ସେମାନଙ୍କୁ ଏହି ସଞ୍ଜୀବନୀ ଦିଆଯିବ ସେଥିପାଇଁ ସରକାରଙ୍କ ତରଫରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ ସୁଚାରୁ ରୂପେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ। ତେବେ ଘରୁ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ଆଣିବା ଓ ଛାଡ଼ିବା ପରି ଗୁରୁଦାୟିତ୍ୱ ତୁଲାଇବାର ଆଧାର ସାଜିବେ ଆଶାକର୍ମୀ। ରାଜ୍ୟ ସରକାରଙ୍କ ଠାରୁ ଏ ନେଇ ନିର୍ଦ୍ଦେଶ ପହଞ୍ଚିବା ପରେ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି।
ଆସନ୍ତା ୧୫ ତାରିଖ ପରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ। ଏ ନେଇ ଗର୍ଭବତୀଙ୍କ ତାଲିକା ସହ ଆବଶ୍ୟକ ପ୍ରସ୍ତୁତି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୋଳ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ଜିଲାରେ ମୋଟ୍‌ ୨୨ ହଜାର ଗର୍ଭବତୀ ଥିବା ମେଡିକାଲରେ ହୋଇଥିବା ପଞ୍ଜୀକରଣରୁ ସୂଚନା ମିଳିଛି। ସେମାନଙ୍କୁ ଟିକା ପ୍ରଦାନ କରିବାକୁ ସମସ୍ତ ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯିବ। ବାହାରେ ଟିକା ପାଇଁ ଅନୁମତି ନ ଥିବାରୁ ସମ୍ଭବତଃ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଏହି କାର୍ଯ୍ୟ ପରିଚାଳନା କରାଯିବ। ସେହିଭଳି ଯେଉଁ ବ୍ଲକରେ ଟିକାକରଣ କେନ୍ଦ୍ର ଅଧିକ ଦୂରରେ ଥିବ ସେ ନେଇ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ଆସନ୍ତା ମଙ୍ଗଳବାର ଓ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ସହ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରମାନଙ୍କୁ ଡକାଯାଇ ଓରିଏଣ୍ଟେଶନ୍‌ କରାଯିବ। ଏହାପରେ ଗର୍ଭବତୀଙ୍କୁ କିପରି ଟିକା ପ୍ରଦାନ କରାଯିବ ସେ ନେଇ ସ୍ବାସ୍ଥ୍ୟକର୍ମଙ୍କୁ ଡାକ୍ତରମାନେ ପ୍ରଶିକ୍ଷଣ ପ୍ରଦାନ କରିବେ। କେଉଁ ଅଞ୍ଚଳରେ କେତେ ଜଣଙ୍କୁ ଟିକା ପ୍ରଦାନ କରାଯିବ ତାହାର ତାଲିକା ପ୍ରସ୍ତୁତ ହେବ। ସେହି ଅନୁଯାୟୀ ଗର୍ଭବତୀମାନଙ୍କୁ ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ଟିକାଦାନ କେନ୍ଦ୍ରକୁ ଅଣାଯିବା ସହ ପୁଣି ଘରେ ସୁରକ୍ଷିତ ଭାବେ ଛଡ଼ାଯିବ। ଏଏନ୍‌ଏମ୍‌ଙ୍କ ଦ୍ୱାରା କାଉନସେଲିଂ ପରେ ଗର୍ଭବତୀଙ୍କୁ ଟିକା ଦିଆଯାଇ ୩୦ ମିନିଟ୍‌ ଅବଜରବେଶନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।

ବ୍ୟବସ୍ଥିତ ଢଙ୍ଗରେ ଟିକାକରଣ ହେବ
ଅନୁଗୋଳ ଜିଲାରେ ଗର୍ଭବତୀମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ସରକାରଙ୍କ ନିୟମାନୁଯାୟୀ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ଆସନ୍ତା ସପ୍ତାହରେ ପ୍ରଶିକ୍ଷଣ
ଜିଲାରେ ଗର୍ଭବତୀଙ୍କ ଟିକାକରଣ ନିମନ୍ତେ ଭିଡିଓ କନଫରେନ୍ସ ମାଧ୍ୟମରେ ସରକାର ଅବଗତ କରାଇଛନ୍ତି। ଏଥିପାଇଁ ପ୍ରଥମେ ଆସନ୍ତା ସପ୍ତାହରୁ ଡାକ୍ତରଙ୍କ ଓରିଏଣ୍ଟେଶନ୍‌ କରାଯିବ। ଏହାପରେ ଆଶା, ଅଙ୍ଗନୱାଡ଼ି ଓ ଏଏନ୍‌ଏମ୍‌ଙ୍କୁ ପ୍ରଶିକ୍ଷଣ ଦିଆଯିବ। ସରକାର ଟିକା ପ୍ରଦାନ କଲେ କାର୍ଯ୍ୟ ଆରମ୍ଭ ହେବ।
-ଡାକ୍ତର ଧନଞ୍ଜୟ ବେହେରା, ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ)

ସୁରକ୍ଷିତ ଯାତାୟାତ ଚ୍ୟାଲେଞ୍ଜ ହେବ
ଗର୍ଭବତୀଙ୍କୁ ଟିକାକରଣ କେନ୍ଦ୍ରକୁ ନେବା ଦାୟିତ୍ୱ ଆଶାକର୍ମୀମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ। ହେଲେ ଜିଲାର ଅନେକ ଗ୍ରାମ ଜଙ୍ଗଲାଞ୍ଚଳରେ ଥିବାରୁ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେଇ ପୁଣି ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ବଡ଼ ଚ୍ୟାଲେଞ୍ଜ ହେବ।
-ବୈଜୟନ୍ତୀ ପ୍ରଧାନ, ଆଶାକର୍ମୀ, ହଣ୍ଡପା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri