ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ଆଶାକର୍ମୀ

ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ): ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏହା ସହ ଏକ ୯ ଦଫା ସମ୍ବଳିତ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରି ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା, ସରକାରୀ ମାନ୍ୟତା ମିଳିବା ପର୍ଯ୍ୟନ୍ତ ଆଶା କର୍ମଚାରୀମାନଙ୍କୁ ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ସମସ୍ତ ଆଶା କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଇଏସ୍‌ଆଇ ଓ ଇପିଏଫ୍‌ଓ ଅନ୍ତର୍ଗତ ପଞ୍ଜୀକୃତ କରାଯିବା, ପ୍ରତି ମାସ ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ କରାଯିବା ଓ ପ୍ରତି ପିଏଚସି ଓ ସିଏଚ୍‌ସିରେ ଆଶା ଗୃହ ନିର୍ମାଣ କରାଯିବା, ଯୋଗ୍ୟତା ଭିତ୍ତିରେ ଆଶାକର୍ମୀମାନଙ୍କୁ ତାଲିମ ଦେଇ ଏଏନ୍‌ଏମ୍‌ ପଦବୀକୁ ପଦୋନ୍ନତି କରାଯିବା, ଆଶାକର୍ମୀମାନଙ୍କୁ ପ୍ରତିବର୍ଷ ଦୁଇହଳ ୟୁନିଫର୍ମ ସହିତ ରିପୋର୍ଟ ଲେଖନ ପାଇଁ ଆବଶ୍ୟକ ରେଜିଷ୍ଟର ପ୍ରଦାନ କରାଯିବା, କାର୍ଯ୍ୟ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା, ଅବସର ସମୟରେ ଆଶା କର୍ମୀମାନଙ୍କୁ ଏକ କାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ଭତ୍ତା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବା ଓ କାର୍ଯ୍ୟ ସୁବିଧା ପାଇଁ ସମସ୍ତ ଆଶାକର୍ମୀମାନଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଫାଇବ ଜି ମୋବାଇଲ ବା ଟାବଲେଟ ପ୍ରଦାନ କରାଯିବା ପାଇଁ ସେମାନେ ଦାବି କରିଛନ୍ତି। ବହୁ ଆଶାକର୍ମୀ ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ଆଶା କର୍ମୀ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri