ମହାନଦୀକୁ ପ୍ରଦୂଷିତ କରୁଛି ଆଶ୍‌ପଣ୍ଡରୁ ନିର୍ଗତ ପାଉଁଶ ପାଣି

ଲଖନପୁର,୧୨।୪(ଗୌତମ ସାହୁ): ପଡ଼ୋଶୀ ଛତିଶଗଡ଼ରେ ସ୍ଥାପିତ ଅନେକ କଳକାରଖାନା ବିଭିନ୍ନ ଉପାୟରେ ମହାନଦୀକୁ ପ୍ରଦୂଷିତ କରୁଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ ଜିରୋ ପଏଣ୍ଟରେ ସ୍ଥାପିତ ହୋଇଛି ପଡ଼ୋଶୀ ଛତିଶଗଡ଼ ରାଇଗଡ଼ ଜିଲା ଏନ୍‌ଟିପିସି। ଏନ୍‌ଟିପିସି ଲରା ୧୬ଶହ ମେଗାୱାଟ ବିଜୁଳି ଉତ୍ପାଦନ ପାଇଁ ପ୍ରାୟ ୬ଟି ବୃହତ କାୟ ଆଶ୍‌ପଣ୍ଡ ନିର୍ମାଣ କରିଛି। ଯାହାକି ଓଡ଼ିଶା ସୀମା ଜିରୋ ପଏଣ୍ଟରେ ରହିଛି। ଏହି ଆସପଣ୍ଡରୁ ନିର୍ଗତ ପାଉଁଶ ପାଣି ଆସପଣ୍ଡକୁ ଲାଗି ରହିଥିବା ସୁଖାନରା ନାଳ ଦେଇ ପାଖାପାଖି ୫୦୦ମିଟର ଦୂରରେ ଥିବା ସୀମାନ୍ତ ଅଞ୍ଚଳର ଜୀବନ ରେଖା କେଲୋ ନଦୀରେ ଅମାପାଲିସ୍ଥିତ ଗାଧୁଆ ଘାଟ ମୁହାଣରେ ମିଶି କୁସମେଲ ନିକଟର ମହାନଦୀ ମୁହାଣରେ ଓଡ଼ିଶାର ଜୀବନରେଖା ମହାନଦୀରେ ମିଶୁଛି। ଏହି ପ୍ରଦୂଷିତ ଆସ ପାଣି ଉଭୟ କେଲୋ ନଦୀ ଓ ମହାନଦୀରେ ମିଶିବାରୁ ଏହି ନଦୀ ଦ୍ବୟ ସ୍ବଚ୍ଛ ପାଣି ଗୋଳିଆ ହେବା ସାଙ୍ଗକୁ ବିଭିନ୍ନ ପ୍ରଜାତିର ମାଛ ପ୍ରାୟ ବିଲୁପ୍ତ ହେବାକୁ ବସିଲେଣି ବୋଲି ସ୍ଥାନୀୟ ମଷ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ଏହି ଆସପଣ୍ଡ ଭାଙ୍ଗି ଥିବା ନଜିର ରହିଛି। ନଦୀ ନାଳରୁ ବେଶ ଦୂରରେ ଆସପଣ୍ଡ ନିର୍ମାଣ ହେବା ବଦଳରେ କିଭଳି ଭାବେ କେଲୋ ନଦୀରୁ ଅଳ୍ପ ଦୂରରେ ଆସପଣ୍ଡ ନିର୍ମାଣ ହୋଇଛି ବୋଲି ଅଞ୍ଚଳ ବୁଦ୍ଧୀଜୀବୀମାନେ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ମାତ୍ରାଧିକ ଜିଲାକୁ ମହାନଦୀ ବିଶୁଦ୍ଧ ପାନୀୟଜଳ ଯୋଗାଇଥିବା ବେଳେ ଉପର ମୁଣ୍ଡରେ ଥିବା ଏହି ବୃହତ ପ୍ରକଳ୍ପ ଯୋଗୁ ଆଗାମୀ ଦିନରେ ଜୀବନରେଖା ମହାନଦୀ ତାର ଅସ୍ତିତ୍ୱ ହରାଇବ ବୋଲି ଶଙ୍କା ଦେଖା ଦେଇଛି। ଜିଲା ସଦର ମହକୁମା ଏହି ସୀମାନ୍ତ ଅଞ୍ଚଳରୁ ଦୂରତା ପ୍ରାୟ ୮୦ କିଲୋମିଟରରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏହି ସବୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ନିଯୁକ୍ତ କର୍ମଚାରୀଙ୍କ ଏଭଳି ସମସ୍ୟା ପ୍ରତି ନଜର ପଡୁ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ସମସ୍ୟା ସ୍ଥାୟୀ ସମାଧାନ କରିବା ସହିତ ପ୍ରଦୂଷଣ କରୁଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ପରିବେଶ ପ୍ରେମମାନେ ଦାବି କରିଛନ୍ତି। ଝାରସୁଗୁଡ଼ା ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ପୂର୍ବରୁ ମଧ୍ୟ ଏହା ଉପରେ ଅଭିଯୋଗ ହୋଇଛି। ଆମେ ଏନ୍‌ଟିପିସି ଲରାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲୁ ଓ ପୁଣି ଜାରି କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri