ବିଡିଓଙ୍କୁ ଆଶ୍ୱସ୍ତି, ଗୁଣପୁର କୋର୍ଟରେ ୱାନ୍‌ସିସି ଖାରଜ

ଗୁଣପୁର,୧୦।୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ହୋଇଥିବା ୱାନ୍‌ସିସିକୁ ଏସ୍‌ଡିଜେଏମ୍‌ ଖାରଜ କରି ଦେଇଛନ୍ତି। ହେଲେ ଅଭିଯୋଗକାରିଣୀ ଗୁଣପୁର ଏସଡିଜେଏମଙ୍କ ରାୟ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।
ବିଡିଓଙ୍କ ନାମରେ ସ୍ଥାନୀୟ ଏସ୍‌ଡିଜେଏମଙ୍କ କୋର୍ଟରେ ହୋଇଥିବା ୱାନ୍‌ସିସି ଉପରେ କଗ୍ନିଜାନ୍‌ସ ଉପରେ ରାୟ ତଥା ଆଦେଶ ସୋମବାର ପ୍ରକାଶ ପାଇବାର ଥିଲା। ହେଲେ ଏସ୍‌ଡିଜେଏମ୍‌ ଶାନ୍ତଶ୍ରୀ ମହାନ୍ତି ଏହାକୁ ଖାରଜ କରିଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ଠାରୁ ମଞ୍ଜୁରି ନ ଥାଇ ବ୍ଲକ ଅଧ୍ୟକ୍ଷା ଝିଲି ଶବର ମାମଲା ରୁଜୁ କରିଥିବାରୁ ବିଡିଓଙ୍କ ନାମରେ ହୋଇଥିବା ୱାନ୍‌ସିସି ମାମଲାକୁ ଖାରଜ କରିଛନ୍ତି। ଏହାକୁ ନେଇ ଅଭିଯୋଗକାରିଣୀ ରାୟ ତଥା ଆଦେଶ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବ୍ଲକ ଅଧ୍ୟକ୍ଷା ଝିଲି ଶବର ଡିସେମ୍ବର୨ରେ ବିଡିଓଙ୍କ ନାମରେ ୱାନ୍‌ସିସି ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଡିସେମ୍ବର ୯ରେ କୋର୍ଟ ପକ୍ଷରୁ ସାକ୍ଷ୍ୟ ଗ୍ରହଣ ପାଇଁ ଦିନଧାର୍ଯ୍ୟ ହୋଇଥିଲା। ଉକ୍ତଦିନ ବ୍ଲକ ଅଧ୍ୟକ୍ଷା ଏସ୍‌ଡିଜେଏମ୍‌ ଶାନ୍ତଶ୍ରୀ ମହାନ୍ତିଙ୍କ ନିକଟରେ ହାଜର ହୋଇ ମାମଲା ଉପରେ ନିଜ ବୟାନ ରଖିଥିଲେ। ଅଭିଯୋଗ ପ୍ରକାରେ ଏସଡିଜେଏମ୍‌ ଝିଲି ଶବରଙ୍କ ବୟାନ ରେକର୍ଡ କରିଥିଲେ। ଏଥିସହ ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ଏବଂ ଡମ୍ବସରା ସରପଞ୍ଚ ସନ୍ତୋଷୀ ଶବର ପ୍ରମୁଖ ସାକ୍ଷୀଭାବେ ନିଜ ବୟାନ ରଖିଥିଲେ। ଏପରି ଉକ୍ତ ମାମଲାରେ ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସୋମବାର ବିଡିଓଙ୍କ ବିରୋଧରେ କଗ୍ନିଜାନ୍‌ସ ପାଇଁ ଦିନ ଧାର୍ଯ୍ୟ ହେବା ସହ ରାୟ ପ୍ରକାଶ ପାଇବାର ଥିଲା। ପ୍ରକାଶଯୋଗ୍ୟ, ଡିସେମ୍ବର ୨ରେ ବ୍ଲକ ଅଧ୍ୟକ୍ଷା ଓ୍ବାନ୍‌ସିସି ନଂ.୨୮/୨୨,ଦଫା ୫୦୦, ୫୦୩, ୫୦୬ କ୍ରମେ ଗୁଣପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ଦାଖଲ କରିଥିଲେ। ଝିଲିଙ୍କ ଅଭିଯୋଗ କ୍ରମେ ଓକିଲ ଉମାଚରଣ ପଟ୍ଟନାୟକ ଏ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ। ଘଟଣା ନେଇ ଝିଲିଙ୍କ ଅଭିଯୋଗ ଥିଲା, ନଭେମ୍ବର ୨୯ରେ ଜନଶୁଣାଣି କାର୍ଯ୍ୟକ୍ରମ ପରେ ସେ ନିଜ କକ୍ଷରେ ବସିଥିଲେ। ବିଡିଓ ତାଙ୍କ କକ୍ଷକୁ ଅଚାନକ ଆସିଥିଲେ। ବ୍ଲକ ଉପାଧ୍ୟକ୍ଷ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସମୟରେ ବିଡିଓ ତାଙ୍କ ନିକଟକୁ ଅଶିକ୍ଷିତ ଆଦିବାସୀ ମହିଳା, ତୁମର ବୁଦ୍ଧିଜ୍ଞାନ ନାହିଁ ବୋଲି କହି ଦୁର୍ବ୍ୟବହାର କରିଥିଲେ। ଏମିତିକି ବ୍ୟବହାର ଶିଖିନାହଁ, ଟଙ୍କା ଦେଇ ଭୋଟ କିଣିଛ ବୋଲି କହି ବିଡିଓ ଅପମାନ କରିଥିବା ଏବଂ ଯେମିତି କୁହାଯାଉଛି ଶୁଣ କହି ଅପମାନ କରିଥିବା ଏବଂ ଜୀବନ ପ୍ରତି ଭୟ ଥିବା ନେଇ ବ୍ଲକ ଅଧ୍ୟକ୍ଷା ହାଇକୋର୍ଟରେ ମାମଲା ଦାୟର କରିଥିବା ପିଟିସନରେ ଉଲ୍ଲେଖ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri