ବିଡିଓଙ୍କୁ ଆଶ୍ୱସ୍ତି, ଗୁଣପୁର କୋର୍ଟରେ ୱାନ୍‌ସିସି ଖାରଜ

ଗୁଣପୁର,୧୦।୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ହୋଇଥିବା ୱାନ୍‌ସିସିକୁ ଏସ୍‌ଡିଜେଏମ୍‌ ଖାରଜ କରି ଦେଇଛନ୍ତି। ହେଲେ ଅଭିଯୋଗକାରିଣୀ ଗୁଣପୁର ଏସଡିଜେଏମଙ୍କ ରାୟ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।
ବିଡିଓଙ୍କ ନାମରେ ସ୍ଥାନୀୟ ଏସ୍‌ଡିଜେଏମଙ୍କ କୋର୍ଟରେ ହୋଇଥିବା ୱାନ୍‌ସିସି ଉପରେ କଗ୍ନିଜାନ୍‌ସ ଉପରେ ରାୟ ତଥା ଆଦେଶ ସୋମବାର ପ୍ରକାଶ ପାଇବାର ଥିଲା। ହେଲେ ଏସ୍‌ଡିଜେଏମ୍‌ ଶାନ୍ତଶ୍ରୀ ମହାନ୍ତି ଏହାକୁ ଖାରଜ କରିଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ଠାରୁ ମଞ୍ଜୁରି ନ ଥାଇ ବ୍ଲକ ଅଧ୍ୟକ୍ଷା ଝିଲି ଶବର ମାମଲା ରୁଜୁ କରିଥିବାରୁ ବିଡିଓଙ୍କ ନାମରେ ହୋଇଥିବା ୱାନ୍‌ସିସି ମାମଲାକୁ ଖାରଜ କରିଛନ୍ତି। ଏହାକୁ ନେଇ ଅଭିଯୋଗକାରିଣୀ ରାୟ ତଥା ଆଦେଶ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବ୍ଲକ ଅଧ୍ୟକ୍ଷା ଝିଲି ଶବର ଡିସେମ୍ବର୨ରେ ବିଡିଓଙ୍କ ନାମରେ ୱାନ୍‌ସିସି ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଡିସେମ୍ବର ୯ରେ କୋର୍ଟ ପକ୍ଷରୁ ସାକ୍ଷ୍ୟ ଗ୍ରହଣ ପାଇଁ ଦିନଧାର୍ଯ୍ୟ ହୋଇଥିଲା। ଉକ୍ତଦିନ ବ୍ଲକ ଅଧ୍ୟକ୍ଷା ଏସ୍‌ଡିଜେଏମ୍‌ ଶାନ୍ତଶ୍ରୀ ମହାନ୍ତିଙ୍କ ନିକଟରେ ହାଜର ହୋଇ ମାମଲା ଉପରେ ନିଜ ବୟାନ ରଖିଥିଲେ। ଅଭିଯୋଗ ପ୍ରକାରେ ଏସଡିଜେଏମ୍‌ ଝିଲି ଶବରଙ୍କ ବୟାନ ରେକର୍ଡ କରିଥିଲେ। ଏଥିସହ ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ଏବଂ ଡମ୍ବସରା ସରପଞ୍ଚ ସନ୍ତୋଷୀ ଶବର ପ୍ରମୁଖ ସାକ୍ଷୀଭାବେ ନିଜ ବୟାନ ରଖିଥିଲେ। ଏପରି ଉକ୍ତ ମାମଲାରେ ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସୋମବାର ବିଡିଓଙ୍କ ବିରୋଧରେ କଗ୍ନିଜାନ୍‌ସ ପାଇଁ ଦିନ ଧାର୍ଯ୍ୟ ହେବା ସହ ରାୟ ପ୍ରକାଶ ପାଇବାର ଥିଲା। ପ୍ରକାଶଯୋଗ୍ୟ, ଡିସେମ୍ବର ୨ରେ ବ୍ଲକ ଅଧ୍ୟକ୍ଷା ଓ୍ବାନ୍‌ସିସି ନଂ.୨୮/୨୨,ଦଫା ୫୦୦, ୫୦୩, ୫୦୬ କ୍ରମେ ଗୁଣପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ଦାଖଲ କରିଥିଲେ। ଝିଲିଙ୍କ ଅଭିଯୋଗ କ୍ରମେ ଓକିଲ ଉମାଚରଣ ପଟ୍ଟନାୟକ ଏ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ। ଘଟଣା ନେଇ ଝିଲିଙ୍କ ଅଭିଯୋଗ ଥିଲା, ନଭେମ୍ବର ୨୯ରେ ଜନଶୁଣାଣି କାର୍ଯ୍ୟକ୍ରମ ପରେ ସେ ନିଜ କକ୍ଷରେ ବସିଥିଲେ। ବିଡିଓ ତାଙ୍କ କକ୍ଷକୁ ଅଚାନକ ଆସିଥିଲେ। ବ୍ଲକ ଉପାଧ୍ୟକ୍ଷ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସମୟରେ ବିଡିଓ ତାଙ୍କ ନିକଟକୁ ଅଶିକ୍ଷିତ ଆଦିବାସୀ ମହିଳା, ତୁମର ବୁଦ୍ଧିଜ୍ଞାନ ନାହିଁ ବୋଲି କହି ଦୁର୍ବ୍ୟବହାର କରିଥିଲେ। ଏମିତିକି ବ୍ୟବହାର ଶିଖିନାହଁ, ଟଙ୍କା ଦେଇ ଭୋଟ କିଣିଛ ବୋଲି କହି ବିଡିଓ ଅପମାନ କରିଥିବା ଏବଂ ଯେମିତି କୁହାଯାଉଛି ଶୁଣ କହି ଅପମାନ କରିଥିବା ଏବଂ ଜୀବନ ପ୍ରତି ଭୟ ଥିବା ନେଇ ବ୍ଲକ ଅଧ୍ୟକ୍ଷା ହାଇକୋର୍ଟରେ ମାମଲା ଦାୟର କରିଥିବା ପିଟିସନରେ ଉଲ୍ଲେଖ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri