Posted inଜାତୀୟ

ବୁଲଡୋଜର ରାଜନୀତି, ଯୋଗୀଙ୍କୁ ଟାର୍ଗେଟ କଲେ ଓୱାଇସି

ଲକ୍ଷ୍ନୌ,୧୩ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ନିଲମ୍ବିତ ହୋଇଥିବା ରାଷ୍ଟ୍ରୀୟ ପ୍ରବକ୍ତା ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣିକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସା ପରିସ୍ଥିତି ଉପୁଜିଛି । ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ପରିସ୍ଥିତି ଅଣାୟତ ହୋଇ ପଡିଥିଲା । ଏହାପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଅଭିଯୁକ୍ତଙ୍କ ବିରୋଧରେ ଲଗାତାର କଡା କାର୍ଯ୍ୟାନୁଷ୍ଠାନ କରି ଆସୁଛନ୍ତି । ପ୍ରୟାଗରାଜରେ ହୋଇଥିବା ହିଂସାର ମାଷ୍ଟରମାଇଣ୍ଡ କୁହାଯାଉଥିବା ମହମ୍ମଦ ଜାଭେଦ ଓରଫ ଜାଭେଦ ପମ୍ପ ଅବୈଧ ଭାବେ ନିର୍ମାଣ କରିଥିବା ଏକ ୩ ମହଲା ଘରକୁ ରବିବାର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ଏବେ ରାଜନୀତି ହେଲାଣି ସରଗରମ । ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ବୁଲଡୋଜର ଚଲାଇବାକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ।
ଗୁଜରାଟର କଚ୍ଛରେ ରାଲି କରୁଥିବା ସମୟରେ ଓସଦୁଦ୍ଦିନ ଓୱାଇସି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଛନ୍ତି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବେ ଉତ୍ତର ପ୍ରଦେଶର ଚିଫ ଜଷ୍ଟିଶ ହୋଇଗଲେଣି । ସେ ଏବେ ସ୍ଥିର କରିବେ ଯେ କାହାର ଘର ଭଙ୍ଗାଯିବ । ତେଣୁ ଉତ୍ତର ପ୍ରଦେଶର କୋର୍ଟରେ ତାଲା ଲଗାଇଦେବା ଦରକାର । ଆଉ ବିଚାରପତିଙ୍କୁ କହିଦେବା ଉଚିତ ଯେ ସେମାନେ ଆଉ କୋର୍ଟ ଯିବାର ଆବଶ୍ୟକତା ନାହିଁ, କାରଣ ସୋମାନଙ୍କର ଆଉ କିଛି କାମ ନାହିଁ । ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ନିଷ୍ପତ୍ତି ନେବେ ଯେ ଅପରାଧି କିଏ । ଏହି ଘଟଣାକୁ ନେଇ ଓୱାଇସି କହିଛନ୍ତି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦେଶର ରୁଲ ଅଫ ଲ ଉପରେ ବୁଲଡୋଜର ଚଲାଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମଦା ବିପଦ ସଙ୍କେତ ଟପିଲା: ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ…

ମୁମ୍ବାଇ,୧୮।୯ : ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର ଷ୍ଟେଶନ ମଧ୍ୟରେ ପ୍ରବାହିତ ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି। ଏହି...

ଜେଟଲୀଙ୍କ ଓ୍ବାର୍ଡ ଭିତରକୁ ଯିବାକୁ କାହାକୁ ଅନୁମତି ଦେଉ ନାହାଁନ୍ତି ଡାକ୍ତର

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଥିବା ବେଳେ ଏବେ ସେ ସଙ୍କଟାପନ୍ନ ଅବସ୍ଥାରେ...

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ,୧୬।୧୦: ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଆଭିଏସନ ଟର୍ବାଇନ ଇନ୍ଧନ ଏବଂ ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଅତିରିକ୍ତ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି...

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା: ଜିରୋ ବାଲାନ୍ସ୍‌ ଖାତାରେ ଜମା ହୋଇଛି ଏକ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ଜିରୋ ବାଲାନ୍ସ୍‌ ଖାତାରେ ଇତିମଧ୍ୟରେ ଏକ ଲକ୍ଷ କୋଟିରୁ ଅଧିକ...

ଟମୋଟୋ ଫ୍ଲୁରେ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ

ଥିରୁଭାନ୍ତପୁରମ,୧୪।୫: କରୋନା ପରେ ଏବେ ଦେଶରେ ଆଉ ଏକ ରୋଗ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଉଛି। କେରଳରେ ଏପର୍ଯ୍ୟନ୍ତ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ...

୩ ମାସରେ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଲକ୍ଷ୍ନୌ, ୭।୬ : ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ହେବା ପରଠାରୁ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଗତ ୩ ମାସରେ ମୋଟ ୭୮୮ ମାଫିଆଙ୍କ ବିରୋଧରେ...

କାହା ପାଖକୁ ଯିବ ମାୟାବତୀଙ୍କ ହାତୀ…

ଲକ୍ଷ୍ନୌ,୧୯।୭ : ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଫାଇଦା ସ୍ଥିର କରିବା ଆରମ୍ଭ କରିଛନ୍ତି। ଉଭୟ ପାର୍ଶ୍ୱର...

ମହାରାଷ୍ଟ୍ରରେ ପୋଷ୍ଟର ରାଜନୀତି: ଲାଗିଲା ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରୁଥିବା ପୋଷ୍ଟର…

ମୁମ୍ବାଇ,୨୫।୪ : ମହାରାଷ୍ଟ୍ରର ଏବେ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଏବେ ଧରାବୀରେ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରୁଥିବା ପୋଷ୍ଟର ଏବଂ...

Advertisement
Archives

Model This Week