ରାତି ପାହିଲେ ବନିଶୀ ଖୋଜା, ମାଛ ଧରି ଚଳୁଛନ୍ତି ଶହେ ପରିବାର

ବାଲେଶ୍ୱର ଅଫିସ, ୫।୧୧-ରାତି ପାହିଲେ ଖୋଜା ପଡ଼େ ବନିଶୀ। ବୁଢ଼ାବଳଙ୍ଗ ନଦୀ ୟୁଟର୍ଣ୍ଣ ମାରି ସମୁଦ୍ରଆଡ଼କୁ ବୋହିଯାଇଥିବା ଚାରିଗୋଛିଆ ମୁହାଣରେ ଏହି ବନିଶୀ ସାହଯ୍ୟରେ ମାଛ ଧରି ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀକୋଣା ପଞ୍ଚାୟତ ଚାରିଗୋଛିଆ ଗ୍ରାମର ଶହେ ପରିବାର ଚଳିଆସୁଛନ୍ତି। କେବଳ ଚାରିଗୋଛିଆ ନୁହେଁ ପୁରୁଣାବାଲେଶ୍ୱର, ମୋତିଗଞ୍ଜ, ନୂଆସାହି ପୋଲ ଓ ନଖପୁର ଅଞ୍ଚଳର ଲୋକେ ଏଠାକୁ ମାଛ ଧରିବାକୁ ଆସିଥାନ୍ତି।
ବୁଢ଼ାବଳଙ୍ଗ ନଦୀ ଏହି ଚାରିଗୋଛିଆ ମୁହାଣରେ ୟୁ-ଟର୍ଣ୍ଣ ମାରି ଅଳ୍ପ ଦୂରରେ ଥିବା ସମୁଦ୍ରରେ ମିଶିଛି। ନଦୀର ୟୁ-ଟର୍ଣ୍ଣ ଯୋଗୁ ଏହି ସ୍ଥାନର ଗଭୀରତା ବହୁ ଅଧିକ। ନଦୀର ବଡ଼ ବଡ଼ ମାଛଗୁଡ଼ିକ ଏଠାରେ ରହିବାକୁ ସୁରକ୍ଷିତ ମଣିଥାନ୍ତି। ଏହି ମୁହାଣରେ ଜାଲ ପକାଇବା ସମ୍ଭବ ହେଉ ନ ଥିବାରୁ ସ୍ଥାନୀୟ ଲୋକମାନେ ବନିଶୀ ସାହାଯ୍ୟରେ ମାଛ ଧରିଥାନ୍ତି। ବଡ଼ ବଡ଼ ନଦୀ ଚିଙ୍ଗୁଡ଼ି ସହିତ ବେଗ୍‌ଟି, ବାଳିଆ, କଣ୍ଟିଆ ମାଛ ସମୟ ଅନୁସାରେ ମାଛଧରାଳୀମାନେ ଧରିଥାନ୍ତି। ଏହାକୁ ବିକି ମାସିକ ହାରାହାରି ୫ରୁ ୬ହଜାର ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି। ବନିଶୀରେ ବେଳେ ବେଳେ ୧୦ରୁ ୧୨ କେଜି ବିଶିଷ୍ଟ ବେଗ୍‌ଟି ଓ ବାଳିଆ ମାଛ ପଡ଼ିଥାନ୍ତି। ସେଗୁଡ଼ିକ ପାଇଁ ସ୍ବତନ୍ତ୍ର ବନିଶୀ ବ୍ୟବହାର ହୋଇଥାଏ। ଚିଙ୍ଗୁଡ଼ି ଧରିବା ପାଇଁ ପତଳା ଏବଂ ଛୋଟ ବନିଶୀ ବ୍ୟବହାର ହେଉଥିବା ବେଳେ ବେଗ୍‌ଟି ଓ ବାଳିଆ ଭଳି ବଡ଼ ମାଛ ଧରିବାକୁ ହେଲେ ଅଧିକ ମୋଟା ଓ ଲମ୍ବା ବିଶିଷ୍ଟ ବନିଶୀ ବ୍ୟବହାର କରାଯାଇଥାଏ। ସ୍ଥାନୀୟ ବାସିନ୍ଦା ସୁଧାଂଶୁ ପାତ୍ରଙ୍କ କହିବାନୁସାରେ, ଚାରିଗୋଛିଆ ଗ୍ରାମରେ ପାଖାପାଖି ଶହେ ପରିବାରର ୫ଶହରୁ ଊର୍ଦ୍ଧ୍ୱ ଲୋକେ ବସବାସ କରନ୍ତି। ଅଧିକାଂଶ ଲୋକ ମୁହାଣରେ ବନିଶୀ ପକାଇ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି। ବିଶେଷ କରି ଏହି ମୁହାଣରେ ବଡ଼ ବଡ଼ ଚିଙ୍ଗୁଡ଼ି ଓ ବେଗ୍‌ଟି ମାଛ ଧରାଦିଅନ୍ତି। ମାଈ ଚିଙ୍ଗୁଡ଼ିଗୁଡ଼ିକୁ ସ୍ଥାନୀୟ ଚିଙ୍ଗୁଡ଼ି ଚାଷୀମାନେ ଗୋଟାକୁ ୪ଶହ ଟଙ୍କାରେ କିଣି ନେଇ ସେମାନଙ୍କ ଫାର୍ମ ପୋଖରୀରେ ଛାଡ଼ନ୍ତି। ଅନ୍ୟ ଚିଙ୍ଗୁଡ଼ିଗୁଡ଼ିକୁ କିଲୋ ପିଛା ୬ଶହରୁ ୭ଶହ ଟଙ୍କାରେ ବାଲେଶ୍ୱର ମୋତିଗଞ୍ଜସ୍ଥିତ ମାଛ ମାର୍କେଟ୍‌ରେ ବିକ୍ରି କରିଥାନ୍ତି। ଏହିଭଳି ଦିନକୁ ହାରାହାରି ୨ଶହରୁ ୩ଶହ ଟଙ୍କା ରୋଜଗାର ହୋଇଥାଏ ବୋଲି କହିଥିଲେ। ଉକ୍ତ ଗ୍ରାମର ଗୋପାଳ ଚନ୍ଦ୍ର ପାତ୍ର କୁହନ୍ତି, ଚାଷକାମ ଏବଂ ମାଛଧରାରୁ ତାଙ୍କ ପରିବାରର ୮ଜଣ ସଦସ୍ୟ ବେଶ୍‌ ସୁରୁଖୁରୁରେ ଚଳିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri