ଅଭିବୃଦ୍ଧିଶୀଳ ବଜାରକୁ ମିଶ୍ରିତ ଫଳାଫଳ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଚୂଡ଼ାନ୍ତ ମତଦାନ ଶେଷ ହୋଇଛି। ଜାନୁୟାରୀରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆଶାୟୀ ବାଇଡେନ୍‌ଙ୍କ ମଧ୍ୟରେ ଚଳିତ ଥର ଜୋର୍‌ଦାର ଟକ୍କର ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବିଶ୍ୱର ଅଭିବୃଦ୍ଧିଶୀଳ ବଜାରଗୁଡିକରେ ମିଶ୍ରିତ ରେସ୍‌ପନ୍ସ ଦେଖାଯାଇଛି। ଦେଶଗୁଡିକର ଶେୟାର ବଜାର ଏବଂ ଟଙ୍କା ମୂଲ୍ୟରେ ଉଭୟ ହ୍ରାସ ଏବଂ ବୃଦ୍ଧି ପରିଲକ୍ଷିତ ହୋଇଛି। ମେକ୍ସିକୋର ପେସୋ ଏବଂ ତୁର୍କୀର ଲିରା ୦.୮% ହ୍ରାସ ହେବା ପରେ ଏହି ଦେଶଗୁଡିକର ଶେୟାର ବଜାର ପ୍ରାୟ ୦.୨% କମିଛି। ଆମେରିକା ଷ୍ଟକ୍‌ ବଜାରର ଇକ୍ୱିଟି ସୂଚକାଙ୍କ ମଧ୍ୟ ପ୍ରଭାବିତ ହୋଇଛି। ଆମେରିକା ଚାଇନା ସମ୍ପର୍କ ତିକ୍ତ ଥିବା ବେଳେ ୟୁଆନ ୦.୪% ଖସିଛି। ବାଇଡେନ୍‌ଙ୍କ ଜିତିବା ଆଶାରୁ ଏଥିରେ ବୃଦ୍ଧି ଦେଖାଯାଇଥିଲା। କେବଳ ରୁବଲ ୦.୬% ଉନ୍ନତ ସ୍ଥିତିରେ ରହିଛି।
ବୁଧବାର ଏସିଆର ପ୍ରମୁଖ ଶେୟାର ବଜାର କାରବାର ଉନ୍ନତ ରହିଛି। ଫିଲିପାଇନ୍ସ ଶେୟାର ବଜାର ସୂଚକାଙ୍କ ୨%ରୁ ଊର୍ଦ୍ଧ୍ୱରେ ରହିଛି। ସେହିଭଳି ଦକ୍ଷିଣ କୋରିଆ, ତାଇଓ୍ବାନ ଏବଂ ଇଣ୍ଡୋନେସିଆ ଶେୟାର ବଜାର କାରବାର ଉନ୍ନତ ରହିଛି। ଭାରତର ସେନ୍‌ସେକ୍ସ ୬୦% ଉଚ୍ଚରେ ରହିଛି। ବଜାରର ସମ୍ପୂର୍ଣ୍ଣ ସ୍ଥିତି ଉପରେ ଆକଳନ କରିବା ବର୍ତ୍ତମାନ କଷ୍ଟକର ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ସ୍ବଳ୍ପ ମିଆଦୀ ଭିତ୍ତିରେ ବଜାରରେ ହ୍ରାସ ଏବଂ ବୃଦ୍ଧି ଲାଗି ରହିବ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଲୋମବାର୍ଡ ଓଡିଅରର ବିଶେଷଜ୍ଞ ଧୀରଜ ବଜାଜ କହିଛନ୍ତି, ଘରୋଇ ବଜାରର ଅଭିବୃଦ୍ଧି ଏବଂ ଗୁଣବତ୍ତା ଦୃଷ୍ଟିକୋଣରୁ ବର୍ତ୍ତମାନ ଏସିଆର ଅଭିବୃଦ୍ଧିଶୀଳ ବଜାରଗୁଡିକ ବିଶେଷ ଭାବେ ପ୍ରଭାବିତ ହେବେ ନାହିଁ। ଆବରଡିନ ଷ୍ଟାଣ୍ଡାର୍ଡ ଇନ୍‌ଭେଷ୍ଟମେଣ୍ଟର ଏସିଆ ଇକ୍ୱିଟି ମ୍ୟାନେଜର ଜେମସ ଥୋମ କୁହନ୍ତି, ଆମେରିକା ନିର୍ବାଚନରେ ଯେକେହି ଜିତିଲେ ମଧ୍ୟ ଏସିଆ ଷ୍ଟକ୍‌ ବଜାରଗୁଡିକ ଓ୍ବିନଓ୍ବିନ ସ୍ଥିତିରେ ରହିବେ। ଏସିଆ ବଜାରଗୁଡିକର ମୌଳିକ ଢାଞ୍ଚା ଦୃଢ ରହିଥିବାରୁ ଏହା ସ୍ଥିତିକୁ ସମ୍ଭାଳି ନେବାରେ ସହାୟକ ହେବ।
ସିଙ୍ଗାପୁର ଭିତ୍ତିକ ଜଣେ ଫଣ୍ଡ ମ୍ୟାନେଜର କୁହନ୍ତି, ନିର୍ବାଚନ ସମୟରେ ବଜାର କିଛିଟା ଅସ୍ଥିରତା ଦେଖାଯାଇଥାଏ। ଏହାକୁ ସୁଯୋଗ ଭାବେ ଗ୍ରହଣ କରିବାକୁ ହେବ। ଅଭିବୃଦ୍ଧିଶୀଳ ବଜାରକୁ ନେଇ ଆଶାବାଦୀ ରହିଥିବା ଏମ୍‌ଜି ଇନ୍‌ଭେଷ୍ଟମେଣ୍ଟର ଫିକ୍ସଡ ଇନ୍‌କମ ଡାଇରେକ୍ଟର ପିଅର ଚାର୍ଟର କହିଛନ୍ତି। ଅଭିବୃଦ୍ଧିଶୀଳ ବଜାରଗୁଡିକର ଡେଟ୍‌ ସେଗ୍‌ମେଣ୍ଟ ଉପରେ ଧ୍ୟାନ ରଖିବାକୁ ପଡିବ। ଦୀର୍ଘ ମିଆଦୀ ଭିତ୍ତିରେ ଏହି ସେଗ୍‌ମେଣ୍ଟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି। ବିଶେଷଜ୍ଞ କୁହନ୍ତି, ବାଇଡେନଙ୍କ ବିଜୟ ସ୍ଥାନୀୟ ମୁଦ୍ରାର ସ୍ଥିତି ଉପରେ ଭଲ ପ୍ରଭାବ ଆଣିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଟ୍ରମ୍ପ ଜିତିଲେ ସ୍ବଳ୍ପ ମିଆଦୀ ଭିତ୍ତିରେ ଅଭିବୃଦ୍ଧିଶୀଳ ବଜାରରେ ହୁଏତ ଭଲ ପ୍ରଭାବ ପଡି ନ ପାରେ ମାତ୍ର ଦୀର୍ଘ ମିଆଦୀ ଭିତ୍ତିରେ ଏହା ଭଲ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri