ଅଭିବୃଦ୍ଧିଶୀଳ ବଜାରକୁ ମିଶ୍ରିତ ଫଳାଫଳ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଚୂଡ଼ାନ୍ତ ମତଦାନ ଶେଷ ହୋଇଛି। ଜାନୁୟାରୀରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆଶାୟୀ ବାଇଡେନ୍‌ଙ୍କ ମଧ୍ୟରେ ଚଳିତ ଥର ଜୋର୍‌ଦାର ଟକ୍କର ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବିଶ୍ୱର ଅଭିବୃଦ୍ଧିଶୀଳ ବଜାରଗୁଡିକରେ ମିଶ୍ରିତ ରେସ୍‌ପନ୍ସ ଦେଖାଯାଇଛି। ଦେଶଗୁଡିକର ଶେୟାର ବଜାର ଏବଂ ଟଙ୍କା ମୂଲ୍ୟରେ ଉଭୟ ହ୍ରାସ ଏବଂ ବୃଦ୍ଧି ପରିଲକ୍ଷିତ ହୋଇଛି। ମେକ୍ସିକୋର ପେସୋ ଏବଂ ତୁର୍କୀର ଲିରା ୦.୮% ହ୍ରାସ ହେବା ପରେ ଏହି ଦେଶଗୁଡିକର ଶେୟାର ବଜାର ପ୍ରାୟ ୦.୨% କମିଛି। ଆମେରିକା ଷ୍ଟକ୍‌ ବଜାରର ଇକ୍ୱିଟି ସୂଚକାଙ୍କ ମଧ୍ୟ ପ୍ରଭାବିତ ହୋଇଛି। ଆମେରିକା ଚାଇନା ସମ୍ପର୍କ ତିକ୍ତ ଥିବା ବେଳେ ୟୁଆନ ୦.୪% ଖସିଛି। ବାଇଡେନ୍‌ଙ୍କ ଜିତିବା ଆଶାରୁ ଏଥିରେ ବୃଦ୍ଧି ଦେଖାଯାଇଥିଲା। କେବଳ ରୁବଲ ୦.୬% ଉନ୍ନତ ସ୍ଥିତିରେ ରହିଛି।
ବୁଧବାର ଏସିଆର ପ୍ରମୁଖ ଶେୟାର ବଜାର କାରବାର ଉନ୍ନତ ରହିଛି। ଫିଲିପାଇନ୍ସ ଶେୟାର ବଜାର ସୂଚକାଙ୍କ ୨%ରୁ ଊର୍ଦ୍ଧ୍ୱରେ ରହିଛି। ସେହିଭଳି ଦକ୍ଷିଣ କୋରିଆ, ତାଇଓ୍ବାନ ଏବଂ ଇଣ୍ଡୋନେସିଆ ଶେୟାର ବଜାର କାରବାର ଉନ୍ନତ ରହିଛି। ଭାରତର ସେନ୍‌ସେକ୍ସ ୬୦% ଉଚ୍ଚରେ ରହିଛି। ବଜାରର ସମ୍ପୂର୍ଣ୍ଣ ସ୍ଥିତି ଉପରେ ଆକଳନ କରିବା ବର୍ତ୍ତମାନ କଷ୍ଟକର ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ସ୍ବଳ୍ପ ମିଆଦୀ ଭିତ୍ତିରେ ବଜାରରେ ହ୍ରାସ ଏବଂ ବୃଦ୍ଧି ଲାଗି ରହିବ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଲୋମବାର୍ଡ ଓଡିଅରର ବିଶେଷଜ୍ଞ ଧୀରଜ ବଜାଜ କହିଛନ୍ତି, ଘରୋଇ ବଜାରର ଅଭିବୃଦ୍ଧି ଏବଂ ଗୁଣବତ୍ତା ଦୃଷ୍ଟିକୋଣରୁ ବର୍ତ୍ତମାନ ଏସିଆର ଅଭିବୃଦ୍ଧିଶୀଳ ବଜାରଗୁଡିକ ବିଶେଷ ଭାବେ ପ୍ରଭାବିତ ହେବେ ନାହିଁ। ଆବରଡିନ ଷ୍ଟାଣ୍ଡାର୍ଡ ଇନ୍‌ଭେଷ୍ଟମେଣ୍ଟର ଏସିଆ ଇକ୍ୱିଟି ମ୍ୟାନେଜର ଜେମସ ଥୋମ କୁହନ୍ତି, ଆମେରିକା ନିର୍ବାଚନରେ ଯେକେହି ଜିତିଲେ ମଧ୍ୟ ଏସିଆ ଷ୍ଟକ୍‌ ବଜାରଗୁଡିକ ଓ୍ବିନଓ୍ବିନ ସ୍ଥିତିରେ ରହିବେ। ଏସିଆ ବଜାରଗୁଡିକର ମୌଳିକ ଢାଞ୍ଚା ଦୃଢ ରହିଥିବାରୁ ଏହା ସ୍ଥିତିକୁ ସମ୍ଭାଳି ନେବାରେ ସହାୟକ ହେବ।
ସିଙ୍ଗାପୁର ଭିତ୍ତିକ ଜଣେ ଫଣ୍ଡ ମ୍ୟାନେଜର କୁହନ୍ତି, ନିର୍ବାଚନ ସମୟରେ ବଜାର କିଛିଟା ଅସ୍ଥିରତା ଦେଖାଯାଇଥାଏ। ଏହାକୁ ସୁଯୋଗ ଭାବେ ଗ୍ରହଣ କରିବାକୁ ହେବ। ଅଭିବୃଦ୍ଧିଶୀଳ ବଜାରକୁ ନେଇ ଆଶାବାଦୀ ରହିଥିବା ଏମ୍‌ଜି ଇନ୍‌ଭେଷ୍ଟମେଣ୍ଟର ଫିକ୍ସଡ ଇନ୍‌କମ ଡାଇରେକ୍ଟର ପିଅର ଚାର୍ଟର କହିଛନ୍ତି। ଅଭିବୃଦ୍ଧିଶୀଳ ବଜାରଗୁଡିକର ଡେଟ୍‌ ସେଗ୍‌ମେଣ୍ଟ ଉପରେ ଧ୍ୟାନ ରଖିବାକୁ ପଡିବ। ଦୀର୍ଘ ମିଆଦୀ ଭିତ୍ତିରେ ଏହି ସେଗ୍‌ମେଣ୍ଟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି। ବିଶେଷଜ୍ଞ କୁହନ୍ତି, ବାଇଡେନଙ୍କ ବିଜୟ ସ୍ଥାନୀୟ ମୁଦ୍ରାର ସ୍ଥିତି ଉପରେ ଭଲ ପ୍ରଭାବ ଆଣିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଟ୍ରମ୍ପ ଜିତିଲେ ସ୍ବଳ୍ପ ମିଆଦୀ ଭିତ୍ତିରେ ଅଭିବୃଦ୍ଧିଶୀଳ ବଜାରରେ ହୁଏତ ଭଲ ପ୍ରଭାବ ପଡି ନ ପାରେ ମାତ୍ର ଦୀର୍ଘ ମିଆଦୀ ଭିତ୍ତିରେ ଏହା ଭଲ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri