କଟିକାଟି

କଥାରେ ଅଛି ପୁରୁଷଙ୍କୁ ସେମାନଙ୍କ ଦରମା ବା ଆୟ ସମ୍ପର୍କରେ ପଚାରିବା ଏବଂ ମହିଳାଙ୍କୁ ସେମାନଙ୍କ ବୟସ କଥା ପଚାରିବା ଗର୍ହିତ ା ତଥାପି ସାଙ୍ଗମାନଙ୍କ ଗହଣରେ ଏସବୁର ପ୍ରାସଙ୍ଗିକତା ପ୍ରାୟତଃ ନ ଥାଏ ା
କାରଣ ବନ୍ଧୁମାନେ ପରା ସୁଖ ଦୁଃଖର ସାଥୀ, ସେମାନଙ୍କ ପାଖରେ ପୁଣି କ’ଣ ଏସବୁର ଗୁପ୍ତତା! ଦିନେ ବନ୍ଧୁମାନଙ୍କ ଆସରରେ ସମସ୍ତଙ୍କର ଦରମା ବିଷୟରେ ଆଲୋଚନା ହେଲା ା ସମସ୍ତଙ୍କର ଗୋଟିଏ କଥା ଥିଲା ଆମର କଟିକାଟି ଦରମା ଏତିକି ା ଅର୍ଥାତ୍‌ ମୂଳ ଦରମାରୁ ଟିକସ, ପ୍ରୋଭିଡେଣ୍ଟ ଫଣ୍ଡ, କର୍ମଚାରୀ ମଙ୍ଗଳ ପାଣ୍ଠି, ସ୍ବାସ୍ଥ୍ୟ ବୀମା ଇତ୍ୟାଦି କାଟି ସାରିବା ପରେ ଯେଉଁ ଟଙ୍କା ହାତକୁ ଆସେ ତାହା ହିଁ ପ୍ରକୃତ ଦରମା ା ଇଂଲିଶରେ ଆମେ ଯାହାକୁ ଗ୍ରସ୍‌ ସାଲାରି ଏବଂ ନେଟ୍‌ ସାଲାରି ବୋଲି କହିଥାଉ ା ଏହି କଟିବା ଭିତରେ ଥାଏ କିଛି ବାଧ୍ୟ ବାଧକତା ଆଉ କିଛି ଭବିଷ୍ୟତ ଯୋଜନା ା ଚାକିରି ଦେଇଥିବା ସଂସ୍ଥା କିମ୍ବା ସରକାର ମଧ୍ୟ ଉକ୍ତ କର୍ମଚାରୀମାନଙ୍କର ମଙ୍ଗଳ ବିଧାନ ପାଇଁ କିଛି ଟଙ୍କା କାଟି ଦିଅନ୍ତି ଯାହା ଫଳରେ ଅଜଣା ଭାବେ କିଛି ଟଙ୍କା ସଞ୍ଚୟ ହୋଇଯାଇଥାଏ କିମ୍ବା ଭବିଷ୍ୟତ ଜୀବନ ସହଜ ଓ ସରଳ ହେବା ପାଇଁ ବାଟ ଫିଟିଥାଏ ା ଏହି ବ୍ୟବସ୍ଥା ବେପାର ବଣିଜରେ ମଧ୍ୟ ବ୍ୟବହାର ହୋଇଥାଏ ା ଆଳୁ ବସ୍ତାଏର ଦାମ୍‌ ହିସାବରେ କ’ଣ କିଲୋ ପିଛା ଦର ସ୍ଥିର କରିହେବ? କାରଣ’ ବସ୍ତା ଭିତରେ ଥିବା ପଚା, କଟା ଆଳୁ ସହିତ ଓଜନ କମ୍‌ ଆଦି ପାଇଁ କଟିକାଟି ଯାଉଥିବା ବେଳେ ପରିବହନ ଖର୍ଚ୍ଚ, ଲାଭ ତଥା ବିପର୍ଯ୍ୟୟ ସମୟରେ ଅସାଧୁ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି ଅନେକ ଅଜଣା ଟଙ୍କା ମୂଳ ଦାମ୍‌ ସହ ଯୋଡ଼ି ଦେଇ ଥାଆନ୍ତି ା ତେଣୁ ପରିମାଣ କଟିକାଟି ଯିବା ସହିତ ମୂଲ୍ୟ ବଢ଼ି ବଢ଼ି ଚାଲିଥାଏ ା
ଯଦି ସରକାରୀ ଯୋଜନା, ଅର୍ଥ ବ୍ୟବସ୍ଥା ତଥା ଉନ୍ନତିମୂଳକ କାର୍ଯ୍ୟ କଥା ବିଚାରକୁ ନିଆଯାଏ ତେବେ ଏହି କଟିକାଟି ଶବ୍ଦଟି ସମ୍ପୂର୍ଣ୍ଣ ଭାବେ ବିଯୁକ୍ତାତ୍ମକ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ବୋଲି ମନେହୁଏ ା
ବଜେଟ ଅଭିଭାଷଣ, ବ୍ୟୟବରାଦ, କାର୍ଯ୍ୟାଦେଶ ଏବଂ ପ୍ରକୃତ କାର୍ଯ୍ୟ ମଧ୍ୟରେ ଥାଏ ଏହି କଟିକାଟି ଯିବାର ଭୟ ା କାରଣ ପିସି କାରବାରକୁ ନେଇ ଉଭୟ ସରକାରୀ ଏବଂ ବିରୋଧୀ ଦଳ ହୋହଲ୍ଲା କରୁଥିଲେ ମଧ୍ୟ ପ୍ରକାଶ୍ୟରେ ହେଉ କିମ୍ବା ଅପ୍ରକାଶ୍ୟରେ ତାହା ଅଦ୍ୟାବଧି ଚାଲିଆସୁଛି ା ଯାହାକୁ ଲକ୍ଷ୍ୟକରି ନବେ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟରେ କହିଥିଲେ ଯଦି ସରକାର ଗୋଟିଏ ଟଙ୍କା ଲୋକମାନଙ୍କ ଖର୍ଚ୍ଚ ପାଇଁ ଯୋଜନା କରନ୍ତି ତା’ହେଲେ ସେଥିରୁ ମାତ୍ର ୧୬ ପଇସା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ଥାଏ ା ସେତେବେଳଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସତ୍ୟତାକୁ ନେଇ ବାକ୍‌ବିତଣ୍ଡା ହୋଇ ଆସୁଥିଲେ ମଧ୍ୟ ତାହା ଅଦ୍ୟାବଧି ଚାଲିଆସୁଛି କହିଲେ ଅତ୍ୟୁକ୍ତି ହେବନାହିଁ ା ଯେ ପର୍ଯ୍ୟନ୍ତ ଜନ ସଚେତନତା ନ ଆସିଛି ସେ ପର୍ଯ୍ୟନ୍ତ ଏହି ପରମ୍ପରାକୁ ଲୋପ କରିବା ଅସମ୍ଭବ ା
ଏହି କଟିକାଟି ବ୍ୟବସ୍ଥା ମଧ୍ୟ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଊଣା ଅଧିକେ ପ୍ରଯୁଜ୍ୟ ା ପାର୍ଲାମେଣ୍ଟ ହେଉ କିମ୍ବା ବିଧାନସଭା ବର୍ଷର ବିଭିନ୍ନ ସମୟରେ ଏଥିରେ ଅଧିବେଶନ ଡକାଯାଇଥାଏ ା ଏଥିପାଇଁ ବର୍ଷକୁ ଅନ୍ତତଃ କେତେଥର ଏବଂ କେତେଦିନ ପାଇଁ ଅଧିବେଶନ ଡକାଯିବ ସେଥିପାଇଁ ମଧ୍ୟ ନୀତି ନିୟମ ରହିଛି ା ତେବେ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ଉକ୍ତ କାର୍ଯ୍ୟ ଦିବସଗୁଡ଼ିକୁ କାଟି ଦିଆଯାଇଥାଏ ା ଏହାବାଦ୍‌ ବିରୋଧୀ ଦଳ ଏବଂ ଶାସକ ଦଳଙ୍କ ମଧ୍ୟରେ ସମନ୍ବୟର ଅଭାବ, ହଙ୍ଗାମା ତଥା ଜିଦ୍‌ ଯୋଗୁ ଏହି କାର୍ଯ୍ୟଦିବସଗୁଡ଼ିକ ମଧ୍ୟ କଟିକାଟି ଯାଇଥାଏ ଯାହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥୀ ା
ଏହି କଟିକାଟି ପରମ୍ପରାକୁ ଯଦି ଆମେ ନିଜ ଜୀବନ ଦର୍ଶନରେ ଦେଖିବା ତା’ହେଲେ ଏହା ଆମକୁ ନୀତିନିଷ୍ଠ, କର୍ତ୍ତବ୍ୟ ପରାୟଣ, ସମୟାନୁବର୍ତ୍ତୀ ଆଦି ଅନେକ ସୁଗୁଣକୁ ଶିଖିବା ତଥା କାମରେ ଲଗାଇବା ପାଇଁ ପ୍ରେରଣା ଦେଇଥାଏ ା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରାକୁ ଯଦି ଆମେ ଜୀବନର ଅବଧି ବା ସଂଜ୍ଞା ବୋଲି ହିସାବ କରିବା ତା’ହେଲେ ଶିଶୁର ଅଜ୍ଞାନ ଅବସ୍ଥା, ନିଦ୍ରା, ରୋଗ ତଥା ବୃଦ୍ଧାବସ୍ଥା ଯୋଗୁ ଅନେକ ସମୟ କଟିକାଟି ଯାଇଥାଏ ; ଯେଉଁ ସମୟରେ ମଣିଷ ଚାହିଁଲେ ମଧ୍ୟ କୌଣସି କାର୍ଯ୍ୟ କରିବା ପାଇଁ ସମର୍ଥ ହୋଇ ପାରି ନ ଥାଏ ା ତେଣୁ ସମୟର ଅଯଥା ଅପଚୟ ନ କରି ତା’ର ସଦ୍‌ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ ା ଯାହା ଫଳରେ ଜୀବନର ଅବଧି କଟିକାଟି ଯାଇପାରେ କିନ୍ତୁ ସରସତା ଏବଂ ସୁନ୍ଦରତା ବଢ଼ି ବଢ଼ି ଯିବ ା ଶେଷରେ ଏତିକି କୁହାଯାଇ ପାରେ ଆମେ ସମସ୍ତେ ଏହି କଟିକାଟି ବ୍ୟବସ୍ଥା ସହିତ ନିଜକୁ ଖାପ ଖୁଆଇ ଚଳାଇବା ସହ ଏହାକୁ ସରସ ସୁନ୍ଦର କରିବା ପାଇଁ ପ୍ରୟାସ କରିବା ଉଚିତ।

ଡ. ସୀତାକାନ୍ତ ତ୍ରିପାଠୀ
ଅନ୍ନପାଳ, ଭଦ୍ରକ
ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri